ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ନଜର ଆସିବେ ଇରଫାନ ଖାନ


ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର କ୍ୟାନସରରେ ପିଡୀତ ହୋଇ ଲଣ୍ଡନରେ ଚିକିତ୍ସା ହେଉଥିବା ଅଭିନେତା ଇରଫାନ ଖାନ ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ଅଭିନୟ କରିବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି । ୨୦୧୭ରେ ରିଲିଜ ହୋଇଥିବା ହିନ୍ଦି ମିଡିୟମ ବଲିଉଡରେ ସୁପର ହିଟ ହୋଇଥିଲା । ତେଣୁ ଏହାର ପ୍ରସ୍ତୁତକର୍ତ୍ତାମାନେ ଏହାର ସିକ୍ୱେଲ ପାଇଁ ଚିନ୍ତା କରିଛନ୍ତି ।
ସୂତ୍ରାନୁଯାୟୀ, ହିନ୍ଦି ମିଡିୟମ୨ର ପ୍ରସ୍ତୁତକର୍ତ୍ତା ଇରଫାନକୁ ଏହାର କାହାଣୀ ଶୁଣାଇବା ପାଇଁ ଲଣ୍ଡନ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଏହାର ସିକ୍ୱେଲ ପ୍ରସ୍ତୁତ ହେବ ବୋଲି ଘୋଷଣା କରାଯାଇଥିଲା । ହୋମି ଆଜଦାନିଆ ଏହି ସିକ୍ୱେଲର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ । ୨୦୧୭ରେ ରିଲିଜ ହୋଇଥିବା ହିନ୍ଦି ମିଡିୟମ ମିଳିତଭାବେ ଦିନେସ ଭିଜନ, ଭୁଷଣ କୁମାର ଏବଂ କ୍ରିଷ୍ଣ କୁମାରଙ୍କ ଦ୍ୱାରା ପ୍ରଡ୍ୟୁସ କରାଯାଇଥିବା ବେଳେ ଜିନତ ଲଖାନୀ ଏବଂ ସକେତ ଚୌଧୁରିଙ୍କ ଏହାର କାହାଣୀ ଲେଖିଥିଲେ । ଫିଲ୍ମଟି ହିଟ ହେବାର ଆଶା କରାଯାଉନଥିବା ବେଳେ ଏହା ବଲିଉଡ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ସବା କମାର ଡେବ୍ୟୁ କରିଥିଲେ । ଇରଫାନ ବହୁ କ୍ରିଟିକାଲ ଫିଲ୍ମରେ ଅଭିନୟ କରିଥିବା ବେଳେ ବିସାଲ ଭରଦ୍ୱାଜ ପିକୁରେ ବିସାଲଙ୍କ ସହ ଅଭିନେତା ଦୀପିକା ପାଦ୍ୟୁକୋନଙ୍କୁ କାଷ୍ଟ କରିବାର ସୂଚନା ମିଳିଛି । ଭରଦ୍ୱାଜ ଇରଫାନଙ୍କ ସୁସ୍ଥତା ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଥିଲେ ।
ଇରଫାନ ଖାନ ବଲିଉଡରେ ମୁକବଲ, ହାଇଦର, ପିକୁ ,ମଦାରି, ଲଞ୍ଚ ବକ୍ସ, ତଲୱାର ,ଜଜବା ଏବଂ ସାତ ଖୁନ ମାପ ପରି ସୁପର ହିଟ ଫିଲ୍ମରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ବର୍ତ୍ତମାନ ତାଙ୍କର କାରବାନ ଏବଂ ବ୍ଲାକମେଲ ପରି ଫିଲ୍ମ ରିଲିଜ ହୋଇଛି । ସେ କେବଳ ବଲିଉଡରେ ନୁହେଁ ହଲିଉଡରେ ତଥା ଜୁରାସିକ ୱାର୍ଲଡ, ଇନଫେର୍ଣ୍ଣ, ଲାଇଫ ଅଫ ପାଇ, ପଜଲ ପରି ଫିଲ୍ମରେ ଅଭିନୟ କରିସାରିଛନ୍ତି ।


Share It

Comments are closed.