ଇମ୍ରାନ ଦେଲେ ପାକିସ୍ତାନ ସେନାକୁ ଆଦେଶ, ଯୁଦ୍ଧ ପାଇଁ ରୁହ ପ୍ରସ୍ତୁତ


ଗତ କାଲିର ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ କୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀମାନେ ଏହାକୁ ମିଥ୍ୟା ବୋଲି କହୁଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବର୍ତ୍ତମାନର ବୟାନ ପାକିସ୍ତାନର ଅସଲ ମୁଖାକୁ ସାମ୍ନାକୁ ଆଣିଛି ।
ଆଜି ସକାଳେ ପାକିସ୍ତାନର ଜଣେ ସେନା ଅଧିକାରୀ ଏକ ବିବୃତୀରେ କହିଥିଲେ ଯେ, ‘ପିଓକେରେ ପ୍ରବେଶ କରିଥିବା ଭାରତୀୟ ବିମାନକୁ ଗତ କାଲି ଆମେ ଘଉଡାଇ ଦେଇଥିଲୁ ଏବଂ ସେହି ବିମାନରୁ ଖସି ପଡିଥିବା କିଛି ଓଜନିଆ ବସ୍ତୁ ଦ୍ୱାରା ଗୋଟିଏ ଗଛର ଡାଳ ଏବଂ ଗୋଟିଏ ପାଚେରୀ ଭାଙ୍ଗିପଡିଛି । ବର୍ତ୍ତମାନ ଏହାର ପ୍ରତିକାର ସ୍ୱରୁପ ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସୈନ୍ୟ ବାହିନୀକୁ ସଜାଗ କରାଇଛନ୍ତି । ’
ଏଥିରୁ ପ୍ରଶ୍ନ ଉଠୁଛି ଯେ, ପାକିସ୍ତାନରେ ଗୋଟିଏ ଗଛ ଏବଂ ପାଚେରୀର ସୁରକ୍ଷା ପାଇଁ କ’ଣ ସରକାର ସୈନ୍ୟ ବାହିନୀକୁ ସଜାଗ ରହିବା ପାଇଁ ଆଦେଶ ଦେଇଛନ୍ତି ? ନା ଭାରତର ଭୟ ଇମ୍ରାନଙ୍କୁ ଘାରିଲାଣି ?
ପ୍ରକାଶ ଥାଉକି ଆଜି ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହାଫଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକାଧିକ ଯୁଦ୍ଧ ବିମାନ ଏଲଓସି ପାର କରି ହଜାର କିଲୋର ବୋମା ବର୍ଷଣ କରିଥିଲେ ଏବଂ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କବାଦୀ କ୍ୟାମ୍ପଗୁଡିକ ଧ୍ୱଂସ ବିଧ୍ୱସଂ କରିଦେଇଥିଲେ । ଏହି ଆକ୍ରମଣର ମୁଖ୍ୟ ନାୟକ ଥିଲା ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ମିରଜ ୨୦୦୦’ ।
ଯିଏକି ୪୦ରୁ ଉଦ୍ଧ୍ୱର୍ ସହିଦ ଯବାନଙ୍କ ମୁଣ୍ଡ ବଦଳରେ ପାକିସ୍ତାନର ୩୦୦ ଆତଙ୍କବାଦୀଙ୍କୁ ନିପାତ କରି ଏହାର ପ୍ରତିଶୋଧ ନେଇଛି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପାକିସ୍ତାନରେ ହଇଚଇ ଖେଳିଯାଇଛି । ତେବେ ଭାରତୀୟ ସେନାର ଏହି କାର୍ଯ୍ୟନୁଷ୍ଠାନକୁ ନେଇ ବର୍ତ୍ତମାନ ଇମ୍ରାନ ପାକିସ୍ତାନର ସୈନ୍ୟ ଏବଂ ତାଙ୍କର ଜନସାଧାରଣଙ୍କୁ ସଜାଗ ରହିବା ପାଇଁ ଆଦେଶ ଦେଇଛନ୍ତି । ଏହି କହିଛନ୍ତି ଯେ, କୌଣସି ବି ମୂହୂର୍ତ୍ତେ ଯୁଦ୍ଧ ହୋଇପାରେ ।


Share It

Comments are closed.