ନେତାଜୀଙ୍କ ୧୨୨ତମ ଜୟନ୍ତୀ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି କଥା


ଦେଶର ଏøତିହାସିକ ବୀରପୁରୁଷମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ୨୩ ଜାନୁୟାରୀ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ବୋଷ ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ସମଗ୍ର ଭାରତରେ ପରିଚିତ । ଆଜି ହେଉଛି ତାଙ୍କର ୧୨୨ତମ ଜନ୍ମ ଦିବସ । ସେ ଘେର ଘରେ ଏବଂ ସାରା ଦୁନିଆରେ ନେତାଜୀ ନାମରେ ପରିଚିତ । ତାଙ୍କର ଜୟନ୍ତୀ ଦିବସରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ……..
୧. ସୁଭାଷ ଚନ୍ଦ୍ର ବୋଷ କଟକ ଠାରେ ଏକ ଓକିଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଜାନକୀ ନାଥ ବୋଷ ଏବଂ ପ୍ରଭାତୀ ଦତ୍ତ ବୋଷ ଙ୍କ ନବମ ସନ୍ତାନ ।
୨. ୧୯୦୨ରେ କଟକର ଏକ ସ୍କୁଲରେ ପଢୁଥିବା ସମୟରେ ୧୯୦୯ ମସିହାରେ ରେଭେନ୍ସା କଲେଜିଏଟ ସ୍କୁଲକୁ ଟ୍ରାନ୍ସଫର ନେଇଥିଲେ ।
୩. ସେ ଇଂରେଜ ବିରୋଧୀ ଆନ୍ଦୋଳନ ପାଇଁ ଅକ୍ଟୋବର ୨୧, ୧୯୪୩ ମସିହାରେ ଦକ୍ଷିଣ ପୂର୍ବ ଏସିଆର ସିଙ୍ଗାପୁରଠାରେ ସ୍ୱାଧୀନ ଭାରତର ଆନ୍ଦ ହିନ୍ଦ ସରକାର ଗଠନ କରିଥିଲେ ।
୪. ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରାରମ୍ଭ ପରେ ସୁଭାଷଙ୍କ ନେତୃତ୍ୱରେ ବହୁ ଯୁବ ସଂଗ୍ରାମୀ ଏକତ୍ର ହେବା ସହିତ ତାଙ୍କ ଚାପରେ ବହୁ ପ୍ରାଦେଶିକ ସରକାର ଇସ୍ତଫା ଦେବା ସହିତ ତାଙ୍କ ନେତୃତ୍ୱରେ ଫରୱାର୍ଡ କ୍ଲବ ଗଠନ କରାଯାଇଥିଲା ।
୫. ୧୯୪୧ ମସିହାରେ ଇଂରେଜ ବିରୋଧି ଆନ୍ଦୋଳନ କରି ସେ ୧୯୪୧ ଜାନୁୟାରୀ ୧୭ରେ ତାଙ୍କ କୋଲକାତାସ୍ଥିତ ବାସଭବନରୁ ଗୃହ ବନ୍ଦୀ ହୋଇଥିଲେ ।
୬. ସେ ମଧ୍ୟ ଭାରତକୁ ଇଂରେଜ ମୁକ୍ତ କରିବା ପାଇଁ ଜର୍ମାନର ଚାନସେଲର ଆଡଲାଫ୍ ହିଟଲରଙ୍କୁ ଦେଖା କରିଥିଲେ ଏବଂ ଏହା ପରେ ବର୍ଲିନ ସ୍ଥିତ ଫ୍ରି ଇଣ୍ଡିଆ ରେଡିଓ ସେଣ୍ଟରରୁ ଭାରତୀୟଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କରିଥିଲେ ।
୭. କ୍ୟାପଟେନ ମୋହନ ସିଂଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ଆଜାଦ୍ ଇଣ୍ଡିଆନ ଇଣ୍ଡିପେନଜେଣ୍ଟ ଲିଗ ଜାପାନ ସରକାରଙ୍କ ସହାୟତାରେ ୧୯୪୧ ବେଳକୁ ବଳିଷ୍ଠ ହୋଇସାରିଥିଲା । ଏହି ବାହିନୀର ମୂଳ ପ୍ରତିଷ୍ଠାତା ହେଉଛନ୍ତି ରାସବିହାରୀ ବୋଷ । ତାଙ୍କର ପ୍ରସ୍ତାବ କ୍ରମେ ସୁଭାଷ ପରବର୍ତ୍ତୀ କାଳରେ ଏହାର ନାମ ଆଜାହ ହିନ୍ଦ ଫୌଜ ଏବଂ ପରେ ଇଣ୍ଡିଆନ ନ୍ୟାସନାଲ ଆର୍ମି ନାମରେ ଅବିହିତ କରିଥିଲେ ।
୮. ୧୯୪୩ ନଭେମ୍ବର ୫ ଏବଂ ୬ରେ ଜାପାନର ରାଜଧାନୀ ଟୋକିଓ ଠାରେ ଅନୁଷ୍ଠିତ ଦକ୍ଷିଣ ପୂର୍ବ ଏସିଆ ସମ୍ମିଳନୀ ଅବସରରେ ସୁଭାଷ ଭାରତର ମୁକ୍ତି ସଂଗ୍ରାମରେ ଯୋଗଦେବେ ପାଇଁ ଅନ୍ୟରାଷ୍ଟ୍ରଗୁଡିକୁ ଆହ୍ୱାନ କରିଥିଲେ ।
୯. ୍ଣସହି ସମୟରେ ଜାପାନ ଦ୍ୱାର ଅଧିକୃତ ହୋଇଥିବା ଆଣ୍ଡାମାନ ନିକୋବର ଦୁଇ ଦ୍ୱିପ ପୁଞ୍ଜର ଜାପାନ ଦ୍ୱାରା ଅଧିକୃତ ହୋଇଥିଲା । ପରେ ସୁବାଷ ଏହାର ନାମ ଆଣ୍ଡାମାନକୁ ସହିଦ ଏବଂ ନିକୋବରକୁ ସ୍ୱରାଜ ନାମରେ ନାମିତ କରିଥିଲେ ।
୧୦. ଦେଶକୁ ସମ୍ପୂର୍ଣ୍ଣ ଇଂରେଜ ମୁକ୍ତ କରିବା ପାଇଁ ଆଶାରେ ସେ ଦେଶବାସୀଙ୍କୁ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ବୋଲି ଆହ୍ୱାନ କରିଥିଲେ ଯାହା ବର୍ତ୍ତମାନ ବହୁ ଭାରତୀୟଙ୍କ ହୃଦୟରେ ବିଦ୍ୟମାନ ।


Share It

Comments are closed.