କରୋନାକୁ ହରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ


କରୋନା ମୁକ୍ତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ସୁସ୍ଥ ହୋଇଥିବା ହ୍ୱାଇଟ ହାଉସର ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ଏଥର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କରିପାରିବେ।

ଏହି ସମୟରେ ଟ୍ରମ୍ପଙ୍କ ଘରୋଇ ଚିକିତ୍ସକ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଜାରି କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଅନ୍ୟମାନଙ୍କ ପାଇଁ ସଂକ୍ରାମକ ନୁହେଁ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଚିହ୍ନଟ ହୋଇଥିଲେ। ପରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆର୍ମୀ ହସିପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଇଥିଲା। ରେମ୍‌ଡେସିଭିର୍‌ ସହ ଡେକ୍ସେମୋଥାସନ୍‌ ଦିଆଯାଇଥିଲା। ରେଜେନିରୋନ୍‌ ଏକ୍ସପରିମେଣ୍ଟାଲ୍‌ ଆଣ୍ଟିବଡି ଥେରାପି ପରେ ସୁସ୍ଥ ହୋଇଛନ୍ତି।


Share It

Comments are closed.