ଜାତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଇସ୍ରୋ ପକ୍ଷରୁ ଆୟୋଜିତ ମାସ-ବ୍ୟାପି ଉତ୍ସବରେ ଆଇଆଇଟି ଭୁବନେଶ୍ୱରର ଯୋଗଦାନ


ବକ୍ତାମାନଙ୍କ ଦ୍ୱାରା ସ୍ପେସ୍ ଟେକ୍ନୋଲୋଜି ବିକାଶ ନିମନ୍ତେ ଉଦ୍ୟମିତା ଓ ନବଉନ୍ମେଷ ଦିଗରେ ସହବନ୍ଧନ ଉପରେ ଆଲୋକପାତ

ଭୁବନେଶ୍ୱର, ୨୨ ଜୁଲାଇ ୨୦୨୪: ଭାରତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଆୟୋଜିତ ଉତ୍ସବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ର ଗବେଷଣା ଏବଂ ଉଦ୍ୟୋଗୀ ପାର୍କ (REP) ଭୁବନେଶ୍ୱର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହିତ ଯୋଗ ଦେଇଛି । ୨୩ ଅଗଷ୍ଟ ୨୦୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଶିବ ଶକ୍ତି ପଏଣ୍ଟରେ ଚନ୍ଦ୍ରାୟଣ -୩ ର ସଫଳ ଅବତରଣ ଉତ୍ସବ ପାଳନ କରିବାକୁ ଏହି ଦିନକୁ ମନୋନୀତ କରାଯାଇଛି। ଏହି ସଫଳତାକୁ ସ୍ମରଣ କରିବା ପାଇଁ ଇସ୍ରୋ ଉଦ୍ୟୋଗ ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ବୃଦ୍ଧି ପାଇଁ ଯୋଜନା କରିଥିଲା। ୨୦ ଜୁଲାଇରୁ ୨୩ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଏକ ମାସର ଉତ୍ସବ ମାଧ୍ୟମରେ ସାରା ଦେଶରେ। ଉତ୍ସବର ଏକ ଅଂଶ ଭାବରେ, ଇସ୍ରୋର ସତୀଶ ଧୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟର, ଏସଏଚଏଆର ସହିତ ମିଳିତ ଭାବରେ ୨୨ ଏବଂ ୨୩ ଜୁଲାଇ ୨୦୨୪ ରେ ଆଇଆଇଟି ଭୁବନେଶ୍ୱର ପରିସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକରଙ୍କ ଉପସ୍ଥିତିରେ ନାଇଜର, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ପ୍ରଫେସର ଘୋଷ କହିଛନ୍ତି: ଡାକ୍ତର, ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କ ବ୍ୟତୀତ ଭାରତର ସାମଗ୍ରିକ ବିକାଶ ପାଇଁ ବୈଜ୍ଞାନିକ ଏବଂ ଗବେଷଣାକାରୀ ଆବଶ୍ୟକ। ଇସ୍ରୋର ସଫଳତାକୁ ପ୍ରଶଂସା କରି ସେ ମତ ଦେଇଛନ୍ତି ଯେ ବିଶେଷ କରି ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରକୁ ଭିନ୍ନ ଢଙ୍ଗରେ ସେବା କରିବା ପାଇଁ ମେଧାବୀ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି।” ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ମାଧ୍ୟମରେ ଏକ ପରିବର୍ତ୍ତନ ଆଣିବାକୁ ଧ୍ୟାନ ଦେବାକୁ ସେ ଛାତ୍ରମାନଙ୍କୁ ଆହ୍ୱାନ ଦେଇଥିଲେ। 

ଉଦ୍ୟମିତା ଏବଂ ସ୍ପେସ୍ ଟେକ୍ନୋଲୋଜି ମଧ୍ୟରେ ସହବନ୍ଧନ ଉପରେ ଗୁରୁତ୍ୱ ଦେଇ ପ୍ରଫେସର କରମଲକର କହିଛନ୍ତି: “ଉଦ୍ୟୋଗୀତା ଏବଂ ସ୍ପେସ୍ ଟେକ୍ନୋଲୋଜିର ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ପ୍ରଫେସର କରିମଲକର କହିଛନ୍ତି: “୨୦୦୦ ମସିହାର  ପ୍ରାରମ୍ଭରେ ଇସ୍ରୋ ପ୍ରତି ଦୁଇ ବର୍ଷରେ ଗୋଟିଏ ଉପଗ୍ରହ ଉତକ୍ଷେପଣ କରୁଥିଲା। ୨୦୦୦  ମସିହା ଶେଷ ସୁଦ୍ଧା ଏହା ବର୍ଷକୁ ୨ ଉପଗ୍ରହକୁ ବୃଦ୍ଧି ପାଇଥିଲା। ଅପର ପକ୍ଷରେ, ସାରା ଦେଶରେ ଆଇଆଇଟି ଜ୍ଞାନ ଉତ୍ପାଦନ, ଜ୍ଞାନ ବିସ୍ତାର ଏବଂ ଜ୍ଞାନ ପ୍ରୟୋଗଠାରୁ ଅଧିକ ଆଗକୁ ବଢି ଅର୍ଥ ଅର୍ଜ୍ଜନ ପରିସରକୁ ଅନ୍ତର୍ଭୁକ୍ତ କରିଛି, ଯାହା କି ଷ୍ଟାର୍ଟ-ଅପ ବିକାଶ ଓ ଉଦ୍ୟମିତା ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେଉଛି। ଫେବୃଆରୀ ୨୦୨୪  ରେ ଆରମ୍ଭ ହୋଇଥିବା ଏହାର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ ଇନିସିଏଟିଭ୍ ମାଧ୍ୟମରେ ଆଇଆଇଟି ଭୁବନେଶ୍ୱର ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବାକୁ ଆଗେଇ ଆସିଛି। ବର୍ତ୍ତମାନ ଲକ୍ଷ୍ୟ ହେଉଛି ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ଉତ୍ସାହିତ କରିବା ଏବଂ ଆଇଆଇଟି ଭୁବନେଶ୍ୱର ଏହାର ଗବେଷଣା ଏବଂ ଉଦ୍ୟମିତା ପାର୍କ ମାଧ୍ୟମରେ ଏହି ଦିଗରେ ପଦକ୍ଷେପ ନେଉଛି। ଏହି ଉଦ୍ୟମରେ ସ୍ପେସ୍ ଉଦ୍ୟୋଗୀତା ମଧ୍ୟ ଅନ୍ତର୍ଭୁକ୍ତ ହେବ।”
ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଜେ. ଦାମୋଦରମ ଏହି ଅବସରରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବତାରଣା କରିଥିଲେ, ଯାହା କି ମହାକାଶ ଗବେଷଣା କ୍ଷେତ୍ରରେ ଉଦ୍ୟମିତା ଏବଂ ଅଭିନବତ୍ଵକୁ ପ୍ରୋତ୍ସାହନ ଦେବା। ଶ୍ରୀ ଅମିତାଭ ମହାନ୍ତି, ଇସ୍ରୋର ବୈଜ୍ଞାନିକ-ଏସଜି ମଧ୍ୟ ଏହି ଅବସରରେ ଭାଷଣ ଦେଇ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ  ଉଦ୍ୟମିତା ପାର୍କର ସିଇଓ ଡକ୍ଟର ଶୁଭଙ୍କର ପତି  ସ୍ୱାଗତ ଭାଷଣ ପ୍ରଦାନ କରି ଉଦ୍ୟୋଗୀତା ପ୍ରତି ଗୁରୁତ୍ୱାରୋପ କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଆଇଆଇଟି ଭୁବନେଶ୍ୱରର ଅନୁସନ୍ଧାନ ଏବଂ ଉଦ୍ୟମିତା ପାର୍କ ଷ୍ଟାର୍ଟଅପଗୁଡିକର ବିକାଶ ପାଇଁ କାର୍ଯ୍ୟ କରୁଛି, ଯାହାର ବୈଷୟିକ ନବଉନ୍ମେଷ ଇସ୍ରୋ ଦ୍ୱାରା ବ୍ୟବହାର କରାଯାଇପାରିବ। ସେ ଆହୁରି ମଧ୍ୟ ଆଲୋକପାତ କରିଛନ୍ତି ଯେ ଛାତ୍ରମାନଙ୍କ ପାଇଁ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଚାକିରି ସୃଷ୍ଟିକର୍ତ୍ତା ହେବାକୁ ଇଚ୍ଛା କରିବା ଏବଂ ଉଦ୍ୟମିତାକୁ ଏକ କ୍ୟାରିୟର ପଥ ଭାବରେ ବିବେଚନା କରିବାର ସମୟ ଆସିଛି। ଶ୍ରୀ କିଶୋର କୁମାର ପଣ୍ଡା, ଲୋକସମ୍ପର୍କ ଅଧିକାରୀ, ସତୀଶ ଧୱନ ସ୍ପେସ୍ ସେଣ୍ଟର, ଏସଏଚଏଆର, ଇସ୍ରୋ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ଇସ୍ରୋର ଉଦ୍ଭାବନ ଏବଂ ସଫଳତାକୁ ନେଇ ‘ସ୍ପେସ ଅନ୍ ଦି ହ୍ୱିଲସ’ ନାମକ ଏକ ମୋବାଇଲ୍ ପ୍ରଦର୍ଶନୀ ଏବଂ ସ୍ପେସ୍ ସେକ୍ଟରରେ ବ୍ୟବହୃତ  ମଡେଲ ଏବଂ ଉପକରଣର ଷ୍ଟାଟିକ୍ ଫ୍ଲୋର ପ୍ରଦର୍ଶନୀ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ସ୍ପେସ୍ କୁଇଜ୍, ଇସ୍ରୋର ଅଗ୍ରଣୀ ବୈଜ୍ଞାନିକ, ସ୍ପେସ୍ ଷ୍ଟାର୍ଟ ଅପ୍, ଶିକ୍ଷାବିତଙ୍କ ଦ୍ୱାରା ବକ୍ତବ୍ୟ ଏବଂ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ।ଉଦ୍‌ଘାଟନୀ ସମାରୋହରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତପାଖାପାଖି ୨୫୦୦  ଦର୍ଶକ ଉପସ୍ଥିତ ଥିଲେ।


Share It

Comments are closed.