ଆଇଆଇଏମ ରାୟପୁରରେ ଲିଡରସିପ ସମ୍ମିଳନୀ ୨୦୨୫ ଆୟୋଜିତ

Share It

 

ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ ପ୍ରତିଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ (ଆଇଆଇଏମ) ରାୟପୁର ପକ୍ଷରୁ ଏହାର ପ୍ରମୁଖ କାର୍ଯ୍ୟକ୍ରମ ନବମ ‘ଲିଡରସିପ ସମ୍ମିଳନୀ ୨୦୨୫’ ଆୟୋଜନ କରାଯାଇଛି। ‘ସିଏକ୍ସଓ କମ୍ପାସ: ଭବିଷ୍ୟତ ଲାଗି ପ୍ରସ୍ତୁତ ସଂସ୍ଥା ଗଠନ ପାଇଁ ପରିସୀମା ବାହାରେ ପହଂଚିବା’ ଶୀର୍ଷକ ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ସିଏକ୍ସଓ, ନୀତି ନିର୍ମାତା ଓ ଉଦ୍ୟୋଗୀ ଏବଂ ଚିନ୍ତା ନାୟକମାନେ ଭାଗ ନେଇଥିଲେ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ନେତୃତ୍ୱର ବିଭିନ୍ନ ଦିଗ ଉପରେ ଛଅଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ସଫଳ ସିଏକ୍ସଓଙ୍କୁ ଅଲଗା କରୁଥିବା ଉଦୀୟମାନ ଗୁଣ, ଉଚ୍ଚ ପ୍ରଦର୍ଶନକାରୀ ସଂସ୍ଥା ଗଠନ ପାଇଁ ପ୍ରଥମେ-ଲୋକ ରଣନୀତି ଏବଂ ପରିବର୍ତିତ ବ୍ୟବସାୟ ଦୃଶ୍ୟପଟ୍ଟରେ ପରିବର୍ତନକୁ ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା। ଦ୍ୱିତୀୟ ଦିନରେ ବିଶ୍ୱସ୍ତରୀୟ ଭୂରାଜନୈତିକ ସ୍ଥିତିରେ ନେତୃତ୍ୱ, ବିଶ୍ୱସ୍ତରୀୟ ଭାବିବା ଓ ସ୍ଥାନୀୟ ଭାବେ କାର୍ଯ୍ୟ କରିବା ଏବଂ ମାନବ ସମ୍ଭାବନା ସହିତ ପ୍ରଯୁକ୍ତିକୁ ସମନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା।
ଆଇଆଇଏମ ରାୟପୁରର ଡାଇରେକ୍ଟର ଇନ-ଚାର୍ଜ ପ୍ରଫେସର ସଞ୍ଜୀବ ପ୍ରାସର କହିଛନ୍ତି ଯେ, ‘ଏହା ହେଉଛି ସମଗ୍ର ଶିଳ୍ପର ଚିନ୍ତାଧାରା, ଅଭିଜ୍ଞତା ଓ ଦୃଷ୍ଟିକୋଣର ଏକ ଅସାଧାରଣ ସମାହାର। ବାସ୍ତବ ନେତୃତ୍ୱ କଠୋର ତାଗିଦଠାରୁ ଅଲଗା ଏହା ହେଉଛି ଭାବନା, ପ୍ରାସଙ୍ଗିକ, ଲକ୍ଷ୍ୟ ଓ ନବସୃଜନ ଉପରେ ଗଠିତ ଏକ ବୈପ୍ଲବିକ ନେତୃତ୍ୱ, ଯେଉଁଠାରେ ଦାୟିତ୍ୱ ଭାଗବଂଟା ହୋଇଥିଲେ, ଦୃଢ଼ତାକୁ ସମ୍ମାନ ଦିଆଯାଉଥିବ ଏବଂ ଯାତ୍ରା ସାମଗ୍ରିକ ହୋଇଥିବ। ଆଇଆଇଏମ ରାୟପୁରରେ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ନେତୃତ୍ୱ କେବଳ ହକ ଲଦିବା କିମ୍ବା ପଦବୀର ବିଷୟ ନୁହେଁ, ଏହା ହେଉଛି ଲକ୍ଷ୍ୟ, ଗ୍ରହଣୀୟତା ଓ ଉଦ୍ଦେଶ୍ୟର ବିଷୟ। ଏହି ସମ୍ମିଳନୀ ଏହା ଦୋହରାଉଛି ଯେ ଭବିଷ୍ୟତ ଲାଗି ପ୍ରସ୍ତୁତ ସଂଗଠନ କେବଳ ପ୍ରଯୁକ୍ତି ଓ ନବସୃଜନ ଆଧାରରେ ଗଢ଼ା ଯିବ ନାହିଁ, ଲୋକ କୈନ୍ଦ୍ରୀକ ମୂଲ୍ୟବୋଧ, ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀତ୍ୱ ଆଧାରରେ ଗଢ଼ାଯିବ। ଏହି ମଂଚ ପ୍ରଦାନ କରିଥିବାରୁ ଆଇଆଇଏମ ରାୟପୁର ଗର୍ବିତ ଯେଉଁଠାରେ ଶିଳ୍ପ ଓ ଶିକ୍ଷା ଜଗତର ସମନ୍ୱୟ ହୋଇଛି ଏବଂ ଆଜିର ନେତୃବୃନ୍ଦ ଆସନ୍ତାକାଲିର ଲିଡରମାନଙ୍କୁ ଅନୁପ୍ରାଣିତ କରିଛନ୍ତି।’’
ସମ୍ମିଳନୀର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟାଟା ହିଟାଚି କନଷ୍ଟ୍ରକ୍ସନ ମେସିନାରି କୋ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦେଶକ ଓ ହିଟାଚି କନଷ୍ଟ୍ରକ୍ସନ ମେସିନାରି ଜାପାନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ସିଂହ ଆସନ୍ତାକାଲିର ସଂସ୍ଥା ଗଠନ ପାଇଁ ନବସୃଜନ, ଗ୍ରାହକ କୈନ୍ଦ୍ରୀକତା ଓ ସ୍ଥାୟିତ୍ୱର ମହତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ‘ଆଜିର ଦୁନିଆରେ ନେତୃତ୍ୱ ହେଉଛି ସଂସ୍ଥା ଗଠନ କରିବା ଯାହା ଗ୍ରହଣୀୟ, ନବସୃଜନ ଏବଂ ଉଦ୍ଦେଶ୍ୟ ସହ ଲୋକଙ୍କ ସହ ଯୋଡ଼ି ହେଉଥିବ। ଲିଡରସିପ ସମ୍ମିଳନୀ ୨୦୨୫ର ମୋତେ ତାହା ଭଲ ଲାଗିଛି ତାହା ହେଉଛି ଭବିଷ୍ୟତର ଲିଡରଙ୍କୁ ସମୃଦ୍ଧ କରିବା ପାଇଁ ଆଇଆଇଏମ ରାୟପୁରର ପ୍ରତିବଦ୍ଧତା ଯେଉଁମାନେ କେବଳ ବ୍ୟବସାୟ ରଣନୀତିକୁ ବୁଝିବେ ନାହିଁ ବରଂ ସ୍ଥାୟିତ୍ୱ, ଅନ୍ତର୍ଭୁକ୍ତୀକରଣ ଓ ଗ୍ରାହକ କୈନ୍ଦ୍ରୀକତାକୁ ଗୁରୁତ୍ୱ ଦେବେ। ନିର୍ମାଣ ମେସିନ ଶିଳ୍ପ ହେଉ କିମ୍ବା ବାହାରେ ସେହିମାନେ ଭବିଷ୍ୟତକୁ ଗଢ଼ିବେ ଯେଉଁମାନେ ମାନବିକ ଦୃଷ୍ଟିକୋଣ ସହ ପ୍ରଯୁକ୍ତି, ଦକ୍ଷତା ସହ କରୁଣା ଏବଂ ଦାୟିତ୍ୱ ସହ ଅଭିବୃଦ୍ଧିର ମିଶ୍ରଣ କରିବେ।’’
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପେପସିକୋ ଇଣ୍ଡିଆର ଏଚଆର ବିଜନେସ ପାର୍ଟନର ଗ୍ଲୋବାଲ ଫଙ୍କସନ ଓ ଷ୍ଟ୍ରାଟେଜିକ ପ୍ରୋଜେକ୍ଟସ ଦୀପିକା ରାଜୋର୍ ପ୍ରଥମେ-ଲୋକ ନେତୃତ୍ୱ ଓ ଏକ ସଫଳ ସାଂଗଠନିକ ସଂସ୍କୃତି ସୃଷ୍ଟି କରିବା ପାଇଁ ମାନବ ପ୍ରତିଭାକୁ ସମୃଦ୍ଧ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଜ ଅଭିଜ୍ଞତାରୁ ସେ କହିଥିଲେ ଯେ, ‘ଗ୍ରହଣୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏଆଇ ଆମ ଜୀବନକୁ ସହଜ କରିଥିବା ବେଳେ ଏହା ନିଷ୍ପତି ନେଇପାରିବ ନାହିଁ। ଆମେ ପ୍ରଯୁକ୍ତିକୁ ଗଢ଼ିଛେ, ପ୍ରଯୁକ୍ତି ଆମକୁ ତିଆରି କରିନାହିଁ। ଅଟୋମେସନ ଦ୍ୱାରା କିଛି ଭୂମିକା ପ୍ରଭାବିତ ହୋଇପାରେ, କିନ୍ତୁ ଏହା ଲିଡରମାନଙ୍କୁ ଉଚ୍ଚ ମୂଲ୍ୟ ଯୋଗ ବିଷୟରେ ଚିନ୍ତା କରିବାକୁ ମୁକ୍ତ କରିବ ଏବଂ ମାନବ ସ୍ପର୍ଶ ନ ହରାଇ ଦାୟିତ୍ୱର ସହ ପ୍ରଯୁକ୍ତି ବ୍ୟବହାର କରିବାକୁ ସେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ।’’
ଏହି ସମ୍ମିଳନୀରେ ଏଫପିଏସବିର ସିଇଓ ଶ୍ରୀ କ୍ରିଷ୍ଣ ମିଶ୍ର, ଫିନୋଲୋଜିର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ପ୍ରାଂଜଳ କାମ୍ରା, ମହିନ୍ଦ୍ରା ଟେକୋର ଷ୍ଟ୍ରାଟେଜି ଓ ଗ୍ରୋଥ ମୁଖ୍ୟ ଶ୍ରୀ ଆଶିଷ କପୁର, ଜେଡଏସ ଆସୋସିଏଟସର ପାର୍ଟନର ଡ. ପ୍ରକାଶ, ହସ୍କ ପାୱାରର ଗ୍ଲୋବାଲ ଚିଫ ପିପୁଲ ଅଫିସର ଶ୍ରୀ ପ୍ରୀତି ଆହୁଜା, ସନ ଫାର୍ମାର ଷ୍ଟ୍ରାଟେଜିକ ବିଜନେସ ୟୁନିଟ ମୁଖ୍ୟ ସୀମା ଘୋଷ, ଅବସରପ୍ରାପ୍ତ ଆଇଏଏସ ଶ୍ରୀ ପ୍ରେମ ସିଂହ, ୟାସ ଟେକ୍ନୋଲୋଜିସର ଗ୍ଲୋବାଲ ଆକାଉଂଟ ଡାଇରେକ୍ଟର ଶ୍ରୀ ଜୟ ଆବ୍ରାହମ, କିର୍ଲୋସ୍କର ଅଏଲ ଇଂଜିନସର ସିଏଚଆରଓ କୀରଣ ଖାପ୍ରେ ଓ ମିନ୍ତ୍ରାର ଟ୍ୟାଲେଂଟ ଆକ୍ୱିଜିସନ ମୁଖ୍ୟ ଶ୍ରୀ ନିକେତ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଦୀପିକା ରାଜୋରଙ୍କୁ ନେଇ ଏକ ଉଦଯାପନୀ ସମାରୋହ ସହ ଏହି ଦୁଇଦିନିଆ ସମ୍ମିଳନୀ ଶେଷ ହୋଇଥିଲା। ପ୍ରଫେସର ମୋହିତ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ।


Share It

Comments are closed.