ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ସମାରୋହରେ ୪୨୩ ସ୍ନାତକଙ୍କୁ ସମ୍ବର୍ଦ୍ଧନା

Share It

ଭୁବନେଶ୍ୱର: ଜୟପୁରର ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ମାନ୍ୟବର ରାଜ୍ୟପାଳ ହରିବାବୁ କିଷନରାଓ ବାଗଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ‘ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ପାଇଥିବା ସମସ୍ତ ଚାରି ଜଣ ବିଦ୍ୟାର୍ଥୀ ହେଉଛନ୍ତି ଛାତ୍ରୀ। ବିଗତ ଦୁଇ ବର୍ଷରେ ହାସଲ କରିଥିବା ଜ୍ଞାନ ଓ ଦକ୍ଷତାକୁ ରାଷ୍ଟ୍ର ଗଠନ ଭଳି ମହତ କାର୍ଯ୍ୟରେ ଉପଯୋଗ କରିବାକୁ ସ୍ନାତକ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ସହ ସହଯୋଗିତା କରିବାକୁ ସେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଥିଲେ। ପାରମ୍ପରିକ ଓ ଆଧୁନିକ ଜ୍ଞାନକୁ ସମନ୍ୱିତ କରି ‘ଜାତୀୟ ଶିକ୍ଷା ନୀତି ୨୦୨୨’ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହିଳା ସଶକ୍ତୀକରଣର ଶକ୍ତିଶାଳୀ ପ୍ରତିଫଳନକୁ ପ୍ରଦର୍ଶନ କରି ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ସମାରୋହରେ ୫୮% ସ୍ନାତକ ମହିଳା ହୋଇଥିବାରୁ ନୂତନ ସ୍ୱାସ୍ଥ୍ୟସେବା ଶିକ୍ଷାରେ ନୂତନ ମାନଦଣ୍ଡ ସ୍ଥାପନ ହୋଇଛି।
ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ସଭାପତି ଡକ୍ଟର ପି ଆର ସୋଦାନି ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ସ୍ନାତକ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ନାତକ ହୋଇଥିବା ୪୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୭ ଜଣ ହେଉଛନ୍ତି ମହିଳା ଯେଉଁମାନଙ୍କ ସଂଖ୍ୟା ୧୭୬ ଛାତ୍ରଙ୍କଠାରୁ ଅଧିକ।’’
ସେ କହିଥିଲେ ଯେ ସର୍ବଦା ମନେ ରଖ ତୁମେମାନେ ହେଉଛ ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟର ବ୍ରାଣ୍ଡ ଆମ୍ବାସାଡର। ଯେଉଁଆଡ଼େ ଯିବ ଆମ ଶିକ୍ଷାଗତ, ନବସୃଜନ ଓ ପ୍ରଭାବଶାଳୀ ଗବେଷଣା ଉତ୍କର୍ଷର ପରମ୍ପରାକୁ ନେଇଯିବ। ସଚ୍ଚୋଟତା ଓ କରୁଣାର ସହ ସେବା କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ବାର୍ତା ଦେଇଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପରେ ଆଲୋକପାତ କରି ସେ କହିଥଲେ ଯେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆଇଆଇଏଚଏମଆର ବିଶ୍ୱବିଦ୍ୟାଳୟ ଭାରତ ସରକାର, ରାଜସ୍ଥାନ ସରକାର ଓ ଅନ୍ୟ ରାଜ୍ୟର ସରକାରଙ୍କ ପାଇଁ ବିଭିନ୍ନ ସର୍ବେକ୍ଷଣ କରୁଛି।
ଚଳିତ ବର୍ଷର ପ୍ଲେସମେଂଟ ଋତୁ ବିଶ୍ୱବିଦ୍ୟାଳୟ ପାଇଁ ଆଉ ଏକ ମାଇଲଖୁଂଟ। ସର୍ବୋଚ୍ଚ ବେତନ ପ୍ୟାକେଜ ଥିଲା ବାର୍ଷିକ ୨୮.୫୬ ଲକ୍ଷ ଟଙ୍କା। ୧୧ ଜଣ ଛାତ୍ରଛାତ୍ରୀ ୟୁଏଇ, କେନିଆ, ଇଣ୍ଡୋନେସିଆ ଓ କଙ୍ଗୋ ଭଳି ଦେଶରେ ଅନ୍ତର୍ଜାତୀୟ ନିଯୁକ୍ତି ହାସଲ କରିଛନ୍ତି।
ଏହି ଅବସରରେ ଡ୍ରଗସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡକ୍ଟର ରାଜୀବ ସିଂହ ରଘୁବଂଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ‘ବିଶ୍ୱ ସ୍ୱାସ୍ଥ୍ୟସେବା ମୂଲ୍ୟ ଶୃଙ୍ଖଳାରେ ଭାରତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସାରା ବିଶ୍ୱର ୨୦୦ରୁ ଅଧିକ ଦେଶକୁ ଆମେ ଔଷଧ ଓ ତାଲିମପ୍ରାପ୍ତ ଶ୍ରମଶକ୍ତି ଯୋଗାଉଛନ୍ତି। ସ୍ୱାସ୍ଥ୍ୟସେବା କେବଳ ଏକ ବ୍ୟବସ୍ଥା ନୁହେଁ. ଏହା ହେଉଛି ଯତ୍ନ, ସମ୍ମାନ ଓ ସମସ୍ତଙ୍କ ପାଇଁ ସମାନତାର ଏକ ପ୍ରତିଶ୍ରୁତି। ଏହାକୁ ସଚ୍ଚୋଟତାର ସହ ବଜାୟ ରଖିବା, କରୁଣାର ସହ ନେତୃତ୍ୱ ନେବା ଓ ହୃଦୟରୁ ସେବା କରିବାକୁ ସେ କହିଛନ୍ତି। ସମାଜ ଗଠନରେ ଯୋଗଦାନ କରିବା ହେଉଛି ଆମର କର୍ତବ୍ୟ। ରୋଗୀଙ୍କୁ ସାହାଯ୍ୟ କରିବା ହେଉଛି ସର୍ବୋଚ୍ଚ ସେବା।’’
ରାଜସ୍ଥାନ ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍‌ସର କୁଳପତି ଡକ୍ଟର ପ୍ରମୋଦ ୟେଓଲେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, “ରାଜସ୍ଥାନର ୭୦% ରୁ ଅଧିକ ଲୋକ ଗ୍ରାମାଚଂଳରେ ବାସ କରନ୍ତି ଏହି ପରିସଂଖ୍ୟାନ କେବଳ ନୀତିକୁ ସୂଚନା ଦେବା ନୁହେଁ, ଏହା କାର୍ଯ୍ୟକୁ ପ୍ରେରଣା ଦେବା ଉଚିତ୍‌। ଗ୍ରାମାଚଂଳର ସ୍ୱାସ୍ଥ୍ୟ ସେବା ଆମ ରାଜ୍ୟ ଏବଂ ରାଷ୍ଟ୍ରର ବିକାଶର କେନ୍ଦ୍ରବିନ୍ଦୁ। ଆପଣମାନେ ଏଭଳି ଏକ ସମୟରେ ସ୍ନାତକ ହେଉଛନ୍ତି ଯେତେବେଳେ ସ୍ୱାସ୍ଥ୍ୟ ସେବା ବଦଳୁଛି। ଯେଉଁଠାରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସମ୍ବଳ ସହିତ ସ୍ୱୀକୃତି ପାଇଛି ଏବଂ ସରକାର ମୌଳିକ ଭିତିଭୂମି ଏବଂ କର୍ମଚାରୀ ବିକାଶରେ ବିନିଯୋଗ କରୁଛନ୍ତି। ଯେତେବେଳେ ଆପଣମାନେ ଏହି ଗେଟ୍ ରୁ ବାହାରିବେ, ସେବା, ନ୍ୟାୟ ଏବଂ ପରିବର୍ତନ ପାଇଁ ଆପଣ ଜ୍ଞାନ ବାର୍ତାବହ ହେବ।’’
ଆଇଆଇଏଚ୍‌ଏମ୍‌ଆର ବିଶ୍ୱବିଦ୍ୟାଳୟର ଚେୟାରପର୍ସନ ଶ୍ରୀ ସୁଦର୍ଶନ ଜେନ କହିଛନ୍ତି ଯେ, ‘ଏହି ସମାବର୍ତନ ଉତ୍ସବ ସମସ୍ତଙ୍କ ପାଇଁ ଏକ ଆନନ୍ଦ ଏବଂ ଗର୍ବର ମୁହୂର୍ତ। ନିଜର ଶିକ୍ଷା ଯାତ୍ରା ଚିରକାଳ ପାଇଁ ଜାରି ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଆଇଆଇଏଚ୍‌ଏମ୍‌ଆରର ପ୍ରତିଷ୍ଠାତା ଟ୍ରଷ୍ଟି ଡକ୍ଟର ଅଶୋକ ଆଗରୱାଲ କହିଛନ୍ତି ଯେ, ‘ଛାତ୍ରଛାତ୍ରୀମାନେ ନିଜ ଚାକିରିକୁ ଏକ ଶିକ୍ଷାମୂଳକ ଉପକରଣ ଭାବରେ ଦେଖନ୍ତୁ। ସେ ଆହୁରି ମଧ୍ୟ ସ୍ନାତକମାନଙ୍କୁ ଜୀବନ ଉପଭୋଗ କରିବାକୁ, ନିଜ ଉଦ୍ଦେଶ୍ୟକୁ ମନେ ରଖିବାକୁ ଏବଂ ପ୍ରତ୍ୟେକ ଆହ୍ୱାନକୁ ଏକ ନୂତନ ପାଠ ଭାବରେ ଦେଖିବାକୁ ଉତ୍ସାହିତ କରିଥିଲେ।
ସ୍ନାତକ ହୋଇଥିବା ବ୍ୟାଚରେ ଏମବିଏ (ହସ୍ପିଟାଲ୍ ଏବଂ ହେଲଥ ମ୍ୟାନେଜମେଂଟ)ର ୨୨୫ ଜଣ ଛାତ୍ରଛାତ୍ରୀ, ଏମବିଏ (ଫାର୍ମାସ୍ୟୁଟିକାଲ୍ ମ୍ୟାନେଜମେଂଟ)ର ୧୨୫ ଜଣ ଛାତ୍ରଛାତ୍ରୀ, ଏମବିଏ (ଡେଭଲପମେଂଟ ମ୍ୟାନେଜମେଂଟ)ର ୯ ଜଣ, ଏମପିଏଚ୍ (ଇମ୍ପ୍ଲିମେଂଟେସନ୍ ସାଇନ୍ସ)ର ୨ ଜଣ, ଏମପିଏଚ୍ (ଏକ୍ଜିକ୍ୟୁଟିଭ୍‌)ର ୩୫ ଜଣ ଏବଂ ଏମ୍‌ଏଚ୍‌ଏ (ଏକ୍ଜିକ୍ୟୁଟିଭ୍‌)ର ୧୮ ଜଣ ଛାତ୍ରଛାତ୍ରୀ ଅଛନ୍ତି। ୯ ଜଣ ଡକ୍ଟରେଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଥିଲା।


Share It

Comments are closed.