ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଏମ୍‌ବିଏ ନାମଲେଖା ପାଇଁ ୨ କୋଟି ଟଙ୍କାରୁ ଅଧିକ ଶିକ୍ଷାବୃତି ଘୋଷଣା


ଭୁବନେଶ୍ୱର: ଶିକ୍ଷାରେ ଉତ୍କର୍ଷ ଓ ଅର୍ନ୍ତଭୁକ୍ତୀକରଣକୁ ସମୃଦ୍ଧ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପି ଡି ଅଗ୍ରୱାଲ୍ ଛାତ୍ରବୃତି ଘୋଷଣା କରାଯାଇଛି ଯାହାକୁ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠପଢ଼ିବାକୁ ଚାହୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ, ଜୟପୁରର ସଭାପତି ଡ. ପି ଆର୍ ସୋଦାନି ମ୍ୟାନେଜମେଂଟ୍ ଶିକ୍ଷାକୁ ସାର୍ବଜନୀନ କରିବାରେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ୨୦୨୪ ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ପ୍ରକାର ଶିକ୍ଷାବୃତି ପ୍ରଦାନ କରାଯାଉଛି । ତାହା ହେଉଛି-ମେରିଟ୍ ଶିକ୍ଷାବୃତି ଓ ସମ୍ପୂର୍ଣ୍ଣ ଟ୍ୟୁସନ ଫି ଛାଡ଼ ଶିକ୍ଷାବୃତି । ଏମବିଏ (ହସ୍ପିଟାଲ ଆଣ୍ଡ ହେଲ୍‌ଥ ମ୍ୟାନେଜମେଂଟ୍‌), ଏମବିଏ (ଫାର୍ମାସ୍ୟୁଟିକାଲ୍ ମ୍ୟାନେଜମେଂଟ୍‌), ଏମବିଏ (ହେଲ୍‌ଥକେୟାର ଆନାଲିଟିକ୍ସ) ଓ ଏମବିଏ (ଡେଭେଲପମେଂଟ୍ ମ୍ୟାନେଜମେଂଟ୍‌) ଉପରେ ଏହି ଶିକ୍ଷାବୃତି ଦିଆଯାଉଛି ।
ମେରିଟ୍ ଶିକ୍ଷାବୃତିରେ ପିଲାମାନଙ୍କ ଆର୍ଥିକ ଦୃଶ୍ୟପଟ୍ଟ ପରିବର୍ତେ ସ୍ନାତକରେ ସେମାନଙ୍କ ଶିକ୍ଷାଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଏ । ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ପ୍ରାର୍ଥୀ ହାସଲ କରିଥିବା ସ୍କୋର ଆଧାରରେ ଏହି ଶିକ୍ଷାବୃତି ଦିଆଯାଉଛି । ସାଧାରଣ, ସାମାଜିକ ଆହ୍ୱାନପୂର୍ଣ୍ଣ ଏବଂ ଅର୍ଥନୈତିକ ଦୁର୍ବଳ ଭଳି ବର୍ଗରେ ଏହି ଶିକ୍ଷାବୃତି ପ୍ରଦାନ କରାଯାଉଛି । ମୋଟ ୪୦୦ ସିଟ୍ ମଧ୍ୟରୁ ୨୦୦ ସିଟ୍‌(୫୦%) ପିଲାମାନେ ଏହି ଶିକ୍ଷାବୃତି ପାଇପାରିବେ । ପ୍ରତି ମନୋନୀତ ଛାତ୍ର କିମ୍ବା ଛାତ୍ରୀ ୨ ବର୍ଷିଆ ଏମବିଏ ପାଠ୍ୟକ୍ରମ ସମୟରେ ୬୦,୦୦୦ ଟଙ୍କାର ଶିକ୍ଷାବୃତି ପାଇପାରିବେ । ଏହି ପ୍ରତିଭା ଶିକ୍ଷାବୃତି ପିଲାମାନଙ୍କୁ ଦ୍ୱିତୀୟ ବର୍ଷରେ ଦିଆଯାଉଛି ।
ସେହିପରି ଟ୍ୟୁସନ ଫି’ ଛାଡ଼ ଶିକ୍ଷାବୃତି ପ୍ରଦାନ କରିବାର ମାନଦଣ୍ଡ ଭିନ୍ନ । ଏହା ସାମାଜିକ ଆହ୍ୱାନପୂର୍ଣ୍ଣ ଓ ଅର୍ଥନୈତିକ ଦୁର୍ବଳ ବର୍ଗର ପିଲାମାନଙ୍କୁ ପ୍ରଦାନ କରାଯାଉଛି । ଏହି ସ୍କିମ୍‌ରେ ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ଟ୍ୟୁସନ ଫି’ ଛାଡ଼ କରାଯାଉଛି । ବିଶ୍ୱବିଦ୍ୟାଳୟର ଏମବିଏ ପାଠ୍ୟକ୍ରମ ପାଇଁ ଏଭଳି ୧୬ ଶିକ୍ଷାବୃତି ରହିଛି । ଏହି ସ୍କିମ୍‌ରେ ଏମବିଏ ପାଠ୍ୟକ୍ରମ ପାଇଁ ପ୍ରତି ପିଲାଙ୍କ ୧୦୦% ଟ୍ୟୁସନ ଫି’ ଛାଡ଼ କରାଯାଉଛି ଯାହାର ମୂଲ୍ୟ ୩.୪୮ ଲକ୍ଷ ଟଙ୍କାରୁ ୭.୯୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।


Share It

Comments are closed.