ମକା ଖାଇବାକୁ ଭଲ ପାଉଥିଲେ ଜାଣି ରଖନ୍ତୁ ଶରୀର ଉପରେ କଣ ପଡିଥାଏ ଏହାର ପ୍ରଭାବ. . .
ବର୍ଷାଦିନ ହେଉ କିମ୍ବା ଶୀତ ଦିନ ସମସ୍ତେ ମକା ଖାଇବାକୁ ଭଲ ପାଇଥାନ୍ତି । ଏହା ମଧ୍ୟ ଖାଇବାକୁ ଖୁବ ସୁସ୍ୱାଦୁ ଏବଂ ଯେଉଁ ଖାଦ୍ୟରେ ମିଶାଇଲେ ବି ଖାଦ୍ୟର ସ୍ୱାଦ ବଢିଯାଇଥାଏ । ବର୍ଷା ଦିନେ ପୋଡା ମକା ଏବଂ ସିଢା ମକା ଖାଇବାକୁ ଭଲ ଲାଗିଥାଏ । ମକା ଯେପରି ସୁସ୍ୱାଦୁ ସେହିପରି ବହୁ ପ୍ରକାରର ରୋଗର ନିରାକରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କଣ ରହିଛି ଏହାର ଉପକାରିତା. . . . . .
୧. ହଜମ କ୍ରିୟାରେ ସାହାଯ୍ୟ କରିଥାଏ – ମକାରେ ଫାଇବର ଭରପୁର ମାତ୍ରାରେ ରହିଛି । ଏହା ଖାଇବା ଦ୍ୱାରା ହଜମ କ୍ରିୟା ସକ୍ରିୟ ହୋଇଯାଏ । ଏବଂ ଏହା ଦ୍ୱାରା ଏସିଡିଟି ଏବଂ କୋଷ୍ଠ କାଠିନ୍ୟର ସମସ୍ୟା ଦୂର ହୋଇଥାଏ ।
୨. ହାଡ ଶକ୍ତ କରିଥାଏ – ମକାରେ ଆଇରନ, କପର, ଫସଫରସ ଏବଂ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଛି ଯାହା ହାଡ ଶକ୍ତ କରିଥାଏ ।
୩. ଦୁର୍ବଳତାରୁ ମୁକ୍ତି ମିଳିଥାଏ – ଏହା ଆଇରନ, ଭିଟାମିନ ବି ୧୨ ଏବଂ ଫୋଲିକ ଏସିଡ ବହୁ ମାତ୍ରାରେ ରହୁଥିବାରୁ ଏହା ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିଥାଏ ଏବଂ ଦୁର୍ବଳତାରୁ ମୁକ୍ତି ପ୍ରଦାନ କରିଥାଏ ।
୪. ଋକ୍ତ ଚାପରୁ ମୁକ୍ତି – ମକାରେ ଭିଟାମିନ ସି, ଫୋରୋନାଇଡ ଏବଂ ବାୟୋଫ୍ଲେବିନଏଡ ରକ୍ତ ସଂଚାଳନ ସଠିକ କରିଥାଏ ଏବଂ ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୫. ହାର୍ଟ ସୁସ୍ଥ ରଖେ – ପ୍ରତିଦିନ ମକା ଖାଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏବଂ ହାର୍ଟର ସମସ୍ତ ପ୍ରକାରର ସମସ୍ୟା ଦୂର କରିଥାଏ ।
୬. ଶକ୍ତି ପ୍ରଦାନ କରିଥାଏ – ମକାରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥିବାରୁ ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।
Comments are closed.