ଶରୀରରେ ଜଳୀୟ ଅଂଶ ର ଅଭାବ ହେଲେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ


ଶରୀରରେ ପାଣିର ପରିମାଣ କମ୍ ହେତୁ ଡିହାଇଡ୍ରେସନ୍ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଗରମ ଦିନେ ଅଧିକ ଦେଖାଦେଇଥାଏ । ଯଦି ଶରୀରରେ ପାଣିର ଅଭାବ କ’ଣ ପାଇଁ ହେଉଛି ଆପଣ ଜାଣିପାରିବେ ନାହିଁ ତେବେ ଏହା ଆପଣଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରିବ । ଡିହାଇଡ୍ରେସନ୍ ବ୍ୟତୀତ ସ୍କିନ୍, ପେଟ ମଧ୍ୟ ପ୍ରଭାବିତ ହେବ । କେବଳ ଏତିକି ନୁହେଁ ଆପଣଙ୍କ ମସ୍ତିସ୍କ ମଧ୍ୟ ଠିକ୍ ସେ କାମ କରିବନାହିଁ । ଏମିତିରେ ଆପଣ ଜାଣିବା ଦରକାର ଯେ ଶରୀରେ ପାଣି କମ୍‌ର ଲକ୍ଷଣ କ’ଣ ହୋଇଥାଏ ।

ଝାଳ ନବାହାରିବା :

ଏବେ ଗ୍ରୀଷ୍ମ ଋତୁ ଚାଲିଛି । ଏହି ଦିନେ ଯଦି ଆପଣଙ୍କ ଶରୀରରୁ ଝାଳ ନବାହାରୁଛି ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଶରୀରରେ ପାଣି ଅଭାବ ଥିବାର ଏହା ଏକ ସଙ୍କେତ । କାରଣ ଏପରି ହେବାର ଅର୍ଥ ହେଉଛି ଯେ ଆପଣଙ୍କ ଶରୀର ହାଇଡ୍ରେଟେଡ୍ ନାହେଁ । କାରଣ ଏମିତି ଲୋକଙ୍କର ଝାଳ ବାହାରିନଥାଏ ।

ଦ୍ରୁତ ହୃଦସ୍ପନ୍ଦନ :

ପାଣି ଅଭାବ ଯୋଗୁଁ ଦ୍ରୁତ ହୃଦସ୍ପନ୍ଦନ ହେବ । ଶରୀରରେ କମ୍ ପାଣିର ଅଭାବ ଅର୍ଥ ହେଉଛି ରକ୍ତ ପରିମାଣ କମ୍ ହେବା । ଯାହାର ଅର୍ଥ ଆପଣଙ୍କ ହୃଦୟକୁ ଅଧିକ ପମ୍ପ୍ କରିବାକୁ ପଡୁଛି । ତେଣୁ ଯଦି ବିନା କୌଣସି କାରଣରେ ଦ୍ରୁତ ହୃଦସ୍ପନ୍ଦନ ହେଉଛି ତେବେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ଚର୍ମରେ ହୁଏ ପରିବର୍ତ୍ତନ :

ପାଣିର ଅଭାବ ହେଲେ ଆପଣଙ୍କ ଚର୍ମ ଉପରେ ପ୍ରଭାବ ଦେଖିବାକୁ ମିଳିଥାଏ । ଯଦି ସନସ୍କ୍ରିନ ଲଗାଇବା ପରେ ତ୍ବଚା ଶୁଷ୍କ ଦେଖାଯାଉଛି ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଶରୀରରେ ପାଣିର ଅଭାବ ହେଉଛି । ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ପାଣି ପିଇବା ଉଚିତ । ତେବେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗୋଟିଏ ଦିନରେ ଅତି କମ୍‌ରେ ୮ରୁ ୯ ଗ୍ଲାସ୍ ପାଣି ପିଇବା ଉଚିତ ।


Share It

Comments are closed.