ଶାକାହାରୀ ହୋଇଥିଲେ ଶରୀରରୁ ଆଇରନର ଅଭାବ ଦୂର କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ


ସୁସ୍ଥ ରହିବା ପାଇଁ ଶରୀରକୁ ସମସ୍ତ ପୋଷକ ତତ୍ବ ଉପଯୁକ୍ତ ପରିମାଣରେ ଆବଶ୍ୟକ ହୋଇଥାଏ । ଏହା ମଧ୍ୟରେ ଆଇରନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ବ । ଶରୀରରେ ଆଇରନର ଅଭାବ ଦେଖାଗଲେ ଆନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍‌ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶରୀରରେ ରକ୍ତର ଅଭାବ ଦେଖାଗଲେ ଥକାପଣ,ନିଶ୍ୱାସ ନେବାରେ ଅସୁବିଧା,ମାଂସପେଶୀରେ କଷ୍ଟ ଅନୁଭବ ହେବା,ଚେହେରାର ରଙ୍ଗ ଫିକା ପଡ଼ିବା,ନଖ ଭାଙ୍ଗିବା,କେଶ ଝଡ଼ିବା ଭଳି ଲକ୍ଷଣ ଦେଖା ଦେଇଥାଏ ।

ଶରୀରରେ ଆଇରନର ଅଭାବକୁ ଦୂର କରିବା ପାଇଁ ମାଂସାହାରୀ ଲୋକ ମାଛ ମାଂସ ଖାଇ ଆଇରନର ଅଭାବ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଶାକାହାରୀ ଲୋକ କ’ଣ ଖାଇଲେ ଆଇରନର ଅଭାବ ଦୂର କରି ପାରିବେ ସେ ନେଇ ଚିନ୍ତାରେ ପଡ଼ିଥାନ୍ତି । ତେବେ ଆଜି ଆମେ ଆପଣଙ୍କର ସେହି ଚିନ୍ତାକୁ ଦୂର କରିବାକୁ ଯାଉଛୁ । ଶାକାହାରୀ ଲୋକ କ’ଣ ଖାଇ ନିଜ ଶରୀରରେ ଆଇରନର ପରିମାଣକୁ ଠିକ୍‌ ରଖି ପାରିବେ ଆସନ୍ତୁ ଜାଣିବା ।

୧.ଶାକାହାରୀ ଲୋକମାନଙ୍କ ପାଇଁ କିସ୍‌ମିସ୍‌ ହେଉଛି ଅତ୍ୟନ୍ତ ଲାଭଦାୟକ । ଯେଉଁ ଲୋକମାନେ ମାଛ-ମାଂସ ଖାଇବାରେ ଋଚି ରଖନ୍ତି ନାହିଁ ସେମାନେ ଏହାକୁ ଖାଇ ପାରିବେ । କିସ୍‌ମିସ୍‌ରେ ଆଇରନ ଏବଂ ଭିଟାମିନର ପରିମାଣ ଅଧିକ ମାତ୍ରାରେ ରହିଥାଏ । ଏହାକୁ ଖାଇ ଶାକାହାରୀ ଲୋକମାନେ ଶରୀରରେ ଆଇରନର ଅଭାବକୁ ଦୂର କରି ପାରିବେ ।

୨.କାଜୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ପୋଟାସିୟମ,ମ୍ୟାଗ୍ନେସିୟମ,ଫସ୍‌ଫରସ୍‌, ପ୍ରୋଟିନ,ଫାଇବର,ଭିଟାମିନ୍‌ ଇ ସହ ଆଇରନର ପରିମାଣ ମଧ୍ୟ ଅଧିକ ପରିମାଣରେ ଥାଏ । ୧୦ଗ୍ରାମ କାଜୁରେ ୦.୩ମିଲିଗ୍ରାମ ଆଇରନ ରହିଥାଏ । ଯାହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ।

୩.ପୋଇରେ କ୍ୟାଲ୍‌ସିୟମ,ଫାଇବର ଏବଂ ଆଇରନର ପରିମାଣ ଅଧିକ ପରିମାଣରେ ଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରୁ ଅନେକ ସମସ୍ୟା ଦୂର ହୋଇଥାଏ ।

୪.ଶାକାହାରୀ ଲୋକମାନେ ଶରୀରରୁ ଆଇରନ ଅଭାବ ଦୂର କରିବା ପାଇଁ ଆପଣ ବ୍ରୋକଲୀର ସେବନ ମଧ୍ୟ କରି ପାରିବେ । ଏହା ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।


Share It

Comments are closed.