ନାଗରିକତା ସଂଶୋଧନ ବିଲ ପାସ ହେଲେ ମୁସଲିମ ଧର୍ମ ଗ୍ରହଣ କରିବାର ଧମକ ଦେଲେ ବିଶିଷ୍ଟ ଲେଖକ ହର୍ଷ ମନ୍ଦର


ଲୋକସଭାରେ ନାଗରିକତା ସଂଶୋଧନ ବିଲ ପାସ ହୋଇ ସାରିଛି । ଏହି ବିଲ ସପକ୍ଷରେ ୩୧୧ ଜଣଙ୍କ ସମର୍ଥନ ମିଳିଥିବାବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ପଡିଥିଲା । ଗୃହମନ୍ତ୍ରୀ ଅମିତ ଶାହା ଦ୍ୱାରା ଆଗତ ହୋଇଥିବା ଏହି ବିଲକୁ ନେଇ ସଂସଦରେ କଂଗ୍ରେସ ପକ୍ଷରୁ ଖୁବ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଏହି ବିଲକୁ ଆଗତ କରାଇବାର କାର୍ଯ୍ୟକ୍ରମ ରହିଛି । ଏହି ବିଲ ଅଧିନରେ ଆଫଗାନିସ୍ତାନ, ବାଙ୍ଗଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟୀଆନ ଭଳି ସଂଖ୍ୟାଲଘୁ ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ଭାରତରେ ୬ ବର୍ଷରେ ନାଗରିକତ୍ୱ ପାଇପାରିବେ ।

ଏହି ବଲିକୁ ନେଇ ପ୍ରାରମ୍ଭିକ ଭାବେ ସମର୍ଥନ କରୁଥିବା ଅନେକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି କେତେକ ରାଜନୈତିକ ଦଳ ବର୍ତ୍ତମାନ ମୁହଁ ଫେରାଉଥିବାବେଳେ ଏହି ମଧ୍ୟରେ ଆଉ ଜଣେ ବିରୋଧ ନାମ ସାମନାକୁ ଆସିଛି । ସେ ହେଉଛନ୍ତି ଲୋକପ୍ରିୟ ଲେଖକ ଏବଂ ସ୍ତମ୍ଭକାର ‘ହର୍ଷ ମନ୍ଦର’ । ସେ ଏହି ବିଲକୁ ବିରୋଧ କରି କହିଛନ୍ତି ଯେ, ଯଦି ସଂସଦରେ ଏହି ବଲି ପାସ ହୋଇଯାଏ ତେବେ ସେ ଔପଚାରିକ ଭାବେ ନିଜ ଧର୍ମ ପରିବର୍ତ୍ତନ କରାଇ ମୁସଲିମ ହୋଇଯିବେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଥିପାଇଁ ସେ ଏନଆରସିରେ କୌଣସି ବି ତଥ୍ୟ ଦାଖଲ କରିବେ ନାହିଁ ଏବଂ ସେହି ଭଳି ବ୍ୟବହାର ପାଇଁ ଦାବୀ କରିବେ ଯାହାକି ନନ୍-ଡକୁମେଣ୍ଟାରୀ ମୁସଲିମଙ୍କ ପାଇଁ ପ୍ରାଜୁଯ୍ୟ ଅଟେ । କେବଳ ଏତିକି ନୁହେଁ ତାଙ୍କ ସହ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ମଧ୍ୟ କରିଛନ୍ତି ।
ଧର୍ମ ପରିବର୍ତ୍ତନ ଏବଂ ଏନଆରସି ପାଇଁ ତଥ୍ୟ ଦାଖଲ ନକରିବାର ଦାବୀ କରୁଥିବା ହର୍ଷ ମନ୍ଦର, ଟ୍ୱିଟ କରି ଏହି ସଂପର୍କରେ ସୂଚନା ଦେଇଥିବାବେଳେ ତାଙ୍କର ଏହି ଟ୍ୱିଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଲାଣି ।


Share It

Comments are closed.