ଶୁକ୍ରବାର ଦିନ କରନ୍ତୁ ଏହି ବିଶେଷ ଉପାୟ, ଅର୍ଥ ସହ ଜଡ଼ିତ ଅନେକ ସମସ୍ୟାରୁ ପାଇବେ ମୁକ୍ତି


ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ବୋଲି ବିବେଚନା କରାଯାଏ । ଏହି ଦିନ, ଲୋକମାନେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ପୂଜା-ଅର୍ଚ୍ଚନା କରିବା ସହିତ ବ୍ରତ ପାଳନ କରିଥାନ୍ତି । ବିଶ୍ୱାସ କରାଯାଏ ଯେ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଏବଂ କିଛି ବିଶେଷ ଉପାୟ କରିବା ଦ୍ୱାରା ଚାକିରି ସମ୍ବନ୍ଧୀୟ ସମସ୍ୟା ଦୁର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କେହି କାର୍ଯ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସେ ଏହି ଉପାୟଗୁଡିକୁ କରିପାରିବେ ।

୧. ଚାକିରିରେ ପଦୋନ୍ନତି ପାଇଁ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରନ୍ତୁ । ଏହା ସହିତ, ମାଆଙ୍କୁ ବିନ୍ଦି, ସିନ୍ଦୂର, ଲାଲ୍ ଚୁନରୀ ଏବଂ ଲାଲ୍ ଚୂଡି ଅର୍ପଣ କରନ୍ତୁ ।

୨. ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଠ କରିନ୍ତୁ । ଏହା ଦ୍ୱାରା ଚାକିରି ସମ୍ବନ୍ଧୀୟ ଅସୁବିଧା ଦୁର ହୋଇଥାଏ ।

୩. ଚାକିରି କିମ୍ବା ବ୍ୟବସାୟରେ ଅଗ୍ରଗତି ପାଇବା ପାଇଁ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ । କୁହାଯାଏ ଯେ ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

୪. ଶୁକ୍ରବାର ଦିନ ପୂଜା ଘରେ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ, ବିଧି ବିଧାନ ସହିତ ମାଙ୍କୁ ପୂଜା କରନ୍ତୁ । ଏହି ସମୟରେ ମା’ଙ୍କୁ ପଦ୍ମ ଫୁଲ, କଉଡି, ମଖାନା, ଶଙ୍ଖ ଇତ୍ୟାଦି ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଚାକିରି ହରାଇବାର ସଙ୍କଟ ଦୁର ହୋଇଥାଏ ।

୫. ଯଦି ଚାକିରିରେ କ୍ରମାଗତ ଅସୁବିଧା ହେଉଥାଏ, ତେବେ ଶ୍ରୀସୁକ୍ତ ପାଠ କରିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜା ସମୟରେ ଶ୍ରୀସୁକ୍ତ ପାଠ କରିନ୍ତୁ । ଏହା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ


Share It

Comments are closed.