ପୂର୍ବ ଭାରତର ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଆଇଇଇଏମ୍ଏ ପକ୍ଷରୁ ଓଡ଼ିଶା ପାୱାର କନ୍ କ୍ଲେଭ୍ ୨୦୨୪ ଆୟୋଜନ


ଭୁବନେଶ୍ୱର : ଇିଆନ୍ ଇଲେକ୍ଟ୍ରିକାଲ୍ ଆ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ (ଆଇଇଇଏମ୍ଏ) ପକ୍ଷରୁ ଓଡ଼ିଶା ପାୱାର କନ୍ କ୍ଲେଭ୍ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି ନିର୍ଧାରକ ଏବଂ ନେତାମାନେ ଏକାଠି ହୋଇଥିଲେ । ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଉାଦନ ଏବଂ ପମ୍ପେଡ୍ ଷ୍ଟୋରେଜ୍ ପ୍ଲାଟ୍ (ପିଏସ୍ପି) ମାଧ୍ୟମରେ ଶକ୍ତି ସଂରକ୍ଷଣ ସହିତ ସୌର ଓ ପବନ ଶକ୍ତିର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ଉାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାର ଏକ ପ୍ରମୁଖ ହବ୍ରେ ପରିଣତ ହେବାର ସମ୍ଭାବନା ଉପରେ ଏହି କନ୍ କ୍ଲେଭ୍ ଆଲୋକପାତ କରିଥିଲା । ୨୦୩୦ ସୁଦ୍ଧା ରାଜ୍ୟରେ ୧୦,୦୦୦ ମେଗାୱାଟ୍ ଅକ୍ଷୟ କ୍ଷମତା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।

ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପୂର୍ବାଚ୍ଳରେ ଆଇଇଇଏମ୍ଏର ପ୍ରୟାସକୁ ସ୍ୱୀକୃତି ଦେବା ସହ ପ୍ରଥମ ଥର ପାଇଁ ଓଡ଼ିଶା ପାୱାର କନ୍ କ୍ଲେଭ୍ ଆୟୋଜନ କରିଥିବାରୁ ଆଇଇଇଏମ୍ଏକୁ ଧନ୍ୟବାଦ ଜଣାଇଛନ୍ତି । ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଘୋଷଣା ସହିତ ସାରା ରାଜ୍ୟରେ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀମାନେ ସମ୍ଭାବନାର ଉପଯୋଗ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିଛନ୍ତି । ଆମେ ଚାହୁଁଛୁ ଯେ ଶିଳ୍ପ ଏଠାରେ ନିଜର ଭିତିଭୂମି ସ୍ଥାପନ କରନ୍ତୁ ଏବଂ ୟୁନିଟ୍ ସ୍ଥାପନ କରନ୍ତୁ, ଯାହା ଦ୍ୱାରା ଆମେ ଏହି କ୍ଷେତ୍ରର ଅଭିବୃଦ୍ଧିକୁ ଆଗକୁ ବଢ଼ାଇପାରିବା ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଅଭିବୃଦ୍ଧି ସୁଯୋଗ ସମ୍ପର୍କରେ ଏକ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି ଆଇଇଏମ୍ଏଏସ୍ ପୂର୍ବାଚଳ ପକ୍ଷରୁ ଓଡ଼ିଶା ପାୱାର କନ୍ କ୍ଲେଭ୍ ଆୟୋଜନ କରି ଅତ୍ୟନ୍ତ ଆନନ୍ଦିତ । ଓଡ଼ିଶା ପୂର୍ବ ଓ ଉତରପୂର୍ବାଚ୍ଳର ପ୍ରବେଶ ଦ୍ୱାର ଏବଂ ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ଉପକରଣ ଶିଳ୍ପ ପାଇଁ ବିପୁଳ ସୁଯୋଗ ପ୍ରଦାନ କରୁଛି । ଓଡ଼ିଶା ନିଜେ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ଏକ ବିଶାଳ ବଜାର ଉପସ୍ଥାପନ କରୁଛି ଏବଂ ପଡ଼ୋଶୀ ପୂର୍ବ ରାଜ୍ୟଗୁଡ଼ିକର ଚାହିଦା ସହିତ ମିଶିଲେ ଆମେ ଶିଳ୍ପ ପାଇଁ ଅନ୍ୟତମ ଗୁରୁତ୍ୱର୍ପୂ ସ୍ଥାନ ହୋଇପାରିବା । ଆଗାମୀ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକ ରାଜ୍ୟରେ ଆନୁସଙ୍ଗିକ ଉପକରଣର ଏକ ବିଶାଳ ବଜାର ସୃଷ୍ଟି କରିଛି । ଉାଦନକାରୀମାନେ ଶସ୍ତା ବିଜୁଳି ସହିତ ଉପଲବ୍ଧ ସମ୍ବଳର ଲାଭ ଉଠାଇପାରିବେ ଯାହା ଶେଷ ଉାଦର ମୂଲ୍ୟର ଏକ ପ୍ରମୁଖ କାରଣ । ଏଭଳି ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ଆଇଇଇଏମ୍ଏ ସହ କାମ କରି ଆମେ ଆନନ୍ଦିତ ।


Share It

Comments are closed.