ଭୁବନେଶ୍ୱରର ଏସ୍ପ୍ଲାନେଡ୍ ୱାନ ମଲରେ “ଆଇଡେଷ୍ଟିନି’ ଷ୍ଟୋର୍ ଉଦଘାଟିତ


ଓଡ଼ିଶାକୁ ଏହାର ପ୍ରଥମ ତଥା ଏକମାତ୍ର ଆପଲ୍ ପ୍ରିମିୟମ ରିସେଲର ଷ୍ଟୋର୍ ଅଗଷ୍ଟ ୨ରେ ମିଳିଛି । ଆପଲ୍ ପ୍ରିମିୟମ ଷ୍ଟୋର୍ “ଆଇଡେଷ୍ଟିନି’ ଏବେ ଭୁବନେଶ୍ୱରର ଏସପ୍ଲାନେଡ୍ ୱାନ୍ ମଲ୍ ଖୋଲିଛି ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରୁଛି । ଭୁବନେଶ୍ୱର ଗ୍ରାହକମାନେ ଏହି ଷ୍ଟୋର୍ରେ ଶ୍ରେଷ୍ଠ ଆପଲ୍ର ଅନୁଭୂତି ହାସଲ କରିପାରିବେ । ଓଲିଉଡ୍ ସିନେମା ଜଗତର ତାରକା ଏଲିନା ସାମନ୍ତରାୟ ଏହି ଷ୍ଟୋର୍କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଇଡେଷ୍ଟିନି ଆପଲ୍ ଷ୍ଟୋର୍ ଭୁବନେଶ୍ୱରରେ ଆପଲ୍ ଉତ୍ପାଦ ପାଇଁ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି । ଏହି ଷ୍ଟୋର୍ରେ ଆପଲ୍ର ସବୁ ପ୍ରକାର ଉତ୍ପାଦ ବର୍ଗ ଯଥା ଆଇଫୋନ୍ ଏକ୍ସଏସ୍, ଆଇଫୋନ୍ ଏକ୍ସଆର୍, ମ୍ୟାକବୁକ୍ ଏୟାର, ମ୍ୟାକବୁକ୍ ପ୍ରୋ ଓ ଆପଲ୍ ୱାଚ୍ ସିରିଜ୍ ୪ ରହିଛି ଏବଂ ଆପଲ୍ର ବାସ୍ତବ ଅନୁଭୂତିକୁ ଅତୁଳନୀୟ ସେବା ସ୍ତରରେ ହାସଲ କରିବା ଲାଗି ଏହା ଗ୍ରାହକଙ୍କୁ ଅମନ୍ତ୍ରିତ କରୁଛି ।
“ଭୁବନେଶ୍ୱରରେ ଆଇଡେଷ୍ଟିନି ପାଇଁ ଏହା ଆମର ପ୍ରଥମ ବିକ୍ରି ପଏଂଟ ଏବଂ ଏହା ହେଉଛି ଓଡ଼ିଶାର ପ୍ରଥମ ଆପଲ୍ ରିସେଲର୍ । ଆମେ ଗ୍ରାହକ ଅନୁଭୂତି ଉପରେ ଧ୍ୟାନ ଦେଉଛୁ ଯାହା ଉପଲବ୍ଧତା, ସେବା, ଭରସାଯୋଗ୍ୟତା ଓ ସୁଲଭତା ଦ୍ୱାରା ପ୍ରବାହିତ ହେବ । ବୋଲି ବିଜୟ ଦୁଗର, ନିର୍ଦେଶକ, ସିଏସ ଟ୍ରେଡ ଲିଙ୍କ ପ୍ରାଇଭେଟ ଲିମିଟେଡ କହିଛନ୍ତି । ଆକର୍ଷଣୀୟ ସେବା ଓ ଆକର୍ଷଣୀୟ ସ୍ଥାନକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆଇଡେଷ୍ଟିନି ଭୁବନେଶ୍ୱର ବାସିନ୍ଦା ଏବଂ ଆଖପାଖ ସହରର ଲୋକମାନଙ୍କ ପସନ୍ଦର ସ୍ଥାନରେ ପରିଣତ ହେବ ।’’
ମଲ୍ର ଅପର୍ ଗ୍ରାଉଣ୍ଡ୍ ଫ୍ଲୋରରେ ଆଇଡେଷ୍ଟିନିର ବଡ଼ ଷ୍ଟୋର ଆପଣଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇରହିଛି । ଏହି ଷ୍ଟୋରର ସବୁଠୁ ବଡ଼ ଲାଭ ହେଉଛି ଏହାର ଉଚ୍ଚ ତାଲିମପ୍ରାପ୍ତ ଟିମ ଯେଉଁମାନେ ଉତ୍ପାଦର ଭିତର ବାହାରକୁ ବହୁତ ଭଲ ଭାବେ ଜାଣିଛନ୍ତି ଏବଂ ପ୍ରଦର୍ଶିତ ହୋଇଥିବାରୁ ସବୁ ଉତ୍ପାଦ ବିଷୟରେ ବହୁତ ଭଲ ଭାବେ ବୁଝାଇବେ ଯାହା ଆପଣଙ୍କୁ ସୂଚନା ଭିତିକ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେବ । ଏହି ଷ୍ଟୋରରେ ବ୍ୟାପକ ବର୍ଗର ହାଇଏଣ୍ଡ ମ୍ୟୁଜିକ ଉପକରଣ ବର୍ଗ ଯଥା ବୋସ ସ୍ପିକର ଏବଂ ହେଡସେଟ, ଆଙ୍କର ସାଉଣ୍ଡ ସିଷ୍ଟମ ଓ ବିଟ୍ ହେଡଫୋନ୍ ଆଦି ରହିଛି । ଆପଲ୍ ଆକସେସୋରିଜ୍ ଓ ଆଇଫୋନ୍ କଭର୍ ବ୍ୟତୀତ ଗ୍ରାହକମାନେ ସବୁ ପ୍ରକାର ଆଇଫୋନ୍ ଉପରେ ୬ ମାସର ମାଗଣା ସ୍କ୍ରିନ୍ ରିପ୍ଲେସମେଂଟ୍ ଯୋଜନା ମାଗଣାରେ ପାଇପାରିବେ ।
“ଆମେ ବାସ୍ତବରେ ବିଶ୍ୱାସ କରୁଛୁ ଯେ ଆମର ଉତ୍ପାଦ ସମସ୍ତଙ୍କ ପାଇଁ ଏବଂ ତାହାକୁ ବାସ୍ତବତାରେ ପରିଣତ କରିବା ଲାଗି ଆମେ ବିଭିନ୍ନ ପ୍ରକାର ଇଏମଆଇ ଏବଂ ବାଏବ୍ୟାକ ସ୍କିମ୍ ଆଇଡେଷ୍ଟିନିରେ ପ୍ରଦାନ କରୁଛୁ ଯାହା ଗ୍ରାହକମାନଙ୍କୁ ସହଜ ମାସିକ କିସ୍ତି ଜରିଆରେ ଆମ ଉତ୍ପାଦ କିଣିବାରେ ସହାୟକ ହେଉଛି । ଗ୍ରାହକମାନେ ନିଜକୁ ଶ୍ରେଷ୍ଠ ସୁହାଇବା ଭଳି ତିନି ମାସରୁ ଦୁଇ ବର୍ଷ ଅବଧିର ମାସିକ କିସ୍ତି ସ୍କିମ୍ ଚୟନ କରିପାରିବେ । ଛାତ୍ରଛାତ୍ରୀ ଓ ବ୍ୟବସାୟୀ ବର୍ଗ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ରହିଛି ବୋଲି ରାଜଶ୍ରୀ ନାବାର୍ଜୀ, ବିଜନେଓ ହେଡ, ଆଇଡେଷ୍ଟିନି କହିଛନ୍ତି ।


Share It

Comments are closed.