ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପର ପଂଚମ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ରାଇଡରଙ୍କ ଚମତ୍କାର ପ୍ରଦର୍ଶନ


ଭୁବନେଶ୍ୱର: ମାଲେସିଆର ସେପାଙ୍ଗ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପର ପଂଚମ ରାଉଣ୍ଡ ଶେଷ ହୋଇଥିବା ବେଳେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ରାଇଡରମାନେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପ୍ରଦର୍ଶନ କରିଛନ୍ତି।
୨୦୨୪ ସେପ୍ଟେମ୍ବର ୧୫ ରେସରେ ଟିମ ପାଇଁ ପଏଂଟ ହାସଲ କରିଥିବା ଚେନ୍ନାଇର ରାଇଡର କେଭିନ କ୍ୱିଂଟାଲ ୧୬ ତାରିଖ ରେସକୁ ୧୮ତମ ସ୍ଥାନରେ ରହି ଆରମ୍ଭ କରିଥିଲେ। କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ କଠିନ ଜଳବାୟୁ ସ୍ଥିତି ସତ୍ୱେ କେଭିନ ନିଜର ବେଗ ବଜାୟ ରଖି ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସେ ୨୦:୦୨.୦୮୬ ସମୟ ନେଇ ୧୬ତମ ସ୍ଥାନରେ ରହି ରେସ ଶେଷ କରିଥିଲେ।
ଅନ୍ୟତମ ରାଇଡର ମୋହସିନ ପରମବାନ ସ୍ଥିରତା ପ୍ରଦର୍ଶନ କରିବା ସହ ଆନ୍ତର୍ଜାତିକ ରାଇଡରଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗ୍ରିଡରେ ୨୧ତମ ସ୍ଥାନରୁ ରେସ ଆରମ୍ଭ କରିଥିବା ମୋହସିନ ରେସ ସାରା ନିଜକୁ ଶାନ୍ତ ରଖିବା ସହ ଅତି ଯତ୍ନର ସହ ଆଗକୁ ବଢ଼ିଥିଲେ। ନିଜ ଅତୀତ ଅଭିଜ୍ଞତାକୁ ବ୍ୟବହାର କରି ସେ ଆହ୍ୱାନଗୁଡ଼ିକର ମୁକାବିଲା କରିଥିଲେ। ସେ ୨୦:୨୫.୭୦୯ ସମୟ ନେଇ ୨୩ତମ ସ୍ଥାନରେ ରହି ରେସ ଶେଷ କରିଥିଲେ।
କଠିନ ଜଳବାୟୁ ସ୍ଥିତି ଓ କଡ଼ା ପ୍ରତିଯୋଗିତା ସତ୍ୱେ ଟିମର ଉଭୟ ରାଇଡର ନିଷ୍ଠା ପ୍ରଦର୍ଶନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ ସେମାନେ ଟିମ ପାଇଁ ପଏଂଟ ଜିତିପାରିନଥିଲେ। ପଂଚମ ରାଉଣ୍ଡ ଶେଷ ସୁଦ୍ଧା ଏସିଆ ପ୍ରଡକ୍ସନ ୨୫୦ ସିସି ଋତୁ ୧୩ ପଏଂଟ ସହ ଟିମ ଶେଷ କରିଛି। ଛଅ ରାଉଣ୍ଡ ବିଶିଷ୍ଟ ଏହି ରେସର ଷଷ୍ଠ ରାଉଣ୍ଡକୁ ଚଳିତ ବର୍ଷ ଡିସେମ୍ବରରେ ଥାଇଲ୍ୟାଣ୍ଡରେ ଆୟୋଜନ କରାଯିବ।
ହୋଣ୍ଡା ରେସିଂ ଇଣ୍ଡିଆ ରାଇଡର କେଭିନ କ୍ୱିଣ୍ଟାଲ୍ କହିଛନ୍ତି ଯେ, “ଆଜିର ପାଣିପାଗ ପରିସ୍ଥିତି ଏହି ସେ ପାଇଁ ମୋର ଯୋଜନା ସହ ମେଳ ଖାଇନଥିଲା। ଗତକାଲିର ରେସ ପରେ ମୁଁ ଦୃଢ଼ ଲଢ଼େଇ କରି ଦଳ ପାଇଁ ଅଧିକ ପଏଣ୍ଟ ଆଣିବାକୁ ପ୍ରସ୍ତୁତ ଥିଲି। ତଥାପି ପରିସ୍ଥିତିର ଆକଳନ କରିବା ପରେ ମୁଁ ନିରନ୍ତରତା ଉପରେ ଧ୍ୟାନ ଦେବା ପାଇଁ ମୋର ରଣନୀତିରେ ପରିବର୍ତନ କରିଥିଲି । ବିଶେଷ କରି ଏହି ରାଉଣ୍ଡରେ କୌଣସି ଭୁଲକୁ ଏଡ଼ାଇବାକୁ ଲକ୍ଷ୍ୟ ରଖି ସତର୍କତାର ସହ ଆଗକୁ ବଢ଼ିଥିଲି। ଦୁର୍ଭାଗ୍ୟବଶତଃ, ଆମେ କୌଣସି ପଏଣ୍ଟ ଅର୍ଜନ ନକରି ରେସ ଶେଷ କରିଥିଲୁ। କିନ୍ତୁ ଶେଷ ରାଉଣ୍ଡ ଆଗକୁ ଥିବାରୁ ଦଳ ପାଇଁ ଭଲ ସ୍କୋର ହାସଲ କରିବା ନେଇ ଆମେ ଆଶାବାଦୀ ରହିଛୁ।”
ଅନ୍ୟତମ ରାଇଡର ମୋହସିନ ପରମବାନ କହିଛନ୍ତି ଯେ, “ରେସ ଏବଂ ପାଣିପାଗ ପରିସ୍ଥିତି କଠିନ ଥିଲା ଏବଂ ଯେ କୌଣସି ଦୁର୍ଘଟଣାକୁ ଏଡାଇବା ଉପରେ ଆମେ ଧ୍ୟାନ ଦେଇଥିଲୁ। ଆଜି ଅଧିକ ଜୋରରେ ଆଗକୁ ବଢ଼ିବା ପରିବର୍ତେ ସ୍ଥିର ଗତି ବଜାୟ ରଖିବା ଆମ ରଣନୀତି ଥିଲା। ଏହି ରାଉଣ୍ଡ ଆମକୁ ମୂଲ୍ୟବାନ ବୁଦ୍ଧି ପ୍ରଦାନ କରିଛି ଯାହା ଆମକୁ ଶେଷ ରାଉଣ୍ଡ ପାଇଁ ଭଲ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ। କଠିନ ପରିଶ୍ରମ କରି ପରବର୍ତୀ ରାଉଣ୍ଡରେ ଆହୁରି ଶକ୍ତିଶାଳୀ ଭାବେ ଫେରିବି।”


Share It

Comments are closed.