ୱି ପକ୍ଷରୁ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ରେଡ୍‌କ୍ସ ପ୍ଲାନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ୱି ପକ୍ଷରୁ ଏହାର ପୋଷ୍ଟପେଡ୍ ଗ୍ରାହମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ରେଡ୍‌ଏକ୍ସ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି ଯେଉଥିରେ ଗ୍ରାହକମାନଙ୍କ ପାଇଁ ପ୍ରିମିୟମ୍ ପୋଷ୍ଟପେଡ୍ ଅନୁଭୂତି ଓ ଅତୁଳନୀୟ ଲାଭ ରହିଛି । ଏହି ସଂଶୋଧିତ ପ୍ଲାନ୍‌ରେ ବିଶ୍ୱର ଅଗ୍ରଣୀ ଷ୍ଟ୍ରିମିଂ ସେବା ନେଟଫ୍ଲିକ୍ସ ଏହାର ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହେବ ଯାହା ଆହୁରି ଅଧିକ ମନୋରଂଜନ ପ୍ରଦାନ କରିବ । ଏହି ସହଯୋଗିତା ଜରିଆରେ ୱି ପୋଷ୍ଟପେଡ୍ ଗ୍ରାହକମାନେ ସେମାନଙ୍କ ପସନ୍ଦର ଡିଭାଇସ୍ ଯଥା ମୋବାଇଲ୍ କିମ୍ବା ଟେଲିଭିଜନରେ ଶ୍ରେଷ୍ଠ ଷ୍ଟ୍ରିମିଂ ସେବା ସହିତ ବିଶ୍ୱସ୍ତରୀୟ ମନୋରଞ୍ଜନ ଉପଭୋଗ କରିପାରିବେ ।

ଆଧୁନିକ ଜୀବନଶୈଳୀ ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ନୂଆ ରେଡ୍‌ଏକ୍ସ ପ୍ଲାନ୍‌ରେ ମନୋରଂଜନ, ଡାଇନିଂ, ଟ୍ରାଭେଲ୍‌, ନିରାପତା ଓ ଅଗ୍ରାଧିକାର ଗ୍ରାହକ ସେବାର ସମନ୍ୱୟ ରହିଛି ଏବଂ ଏହାର ମୂଲ୍ୟ ହେଉଛି ମାତ୍ର ୧୨୦୧ ଟଙ୍କା । ରେଡ୍‌ଏକ୍ସ ପ୍ଲାନ୍‌ରେ ବିଭିନ୍ନ ପ୍ରକାର ସୁବିଧା ରହିଛି ଯାହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାନ୍‌ରେ ସୁବିଧା, ମନୋରଂଜନ ଓ ସୁରକ୍ଷାର ଲାଭ ପାଇପାରିବେ ।

ଏହା ହେଉଛି ଏକମାତ୍ର ପୋଷ୍ଟପେଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକମନେ ନେଟ୍‌ଫ୍ଲିକ୍ସ ସମେତ ଆମାଜନ ପ୍ରାଇମ୍‌, ଡିଜ୍‌ନି+ହଟ୍‌ଷ୍ଟାର୍‌, ସୋନିଲିଭ୍ ଓ ସନ୍ ନେକ୍ସ୍‌ଟ ଆଦି ଦେଖିପାରିବେ । କେବଳ ଶ୍ରେଷ୍ଠ ମାନର ମନୋରଞ୍ଜନ ନୁହେଁ,ୱିର ପୋଷ୍ଟପେଡ୍ ଗ୍ରାହକମାନେ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ ମଧ୍ୟ ଦେଖିପାରିବେ । ଏହା ସହିତ ସେମାନଙ୍କୁ ୬ ମାସ ପାଇଁ ସ୍ୱିଗି ୱାନ୍‌ର ସଦସ୍ୟତା ମିଳିବ । ୧୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ବରାଦରେ ଡେଲିଭରି ମାଗଣା ରହିବ । ସେହିପରି, ରେଡ୍‌ଏକ୍ସ ପ୍ଲାନ୍‌ରେ ୨୯୯୯ ଟଙ୍କାର ୭ ଦିନିଆ ଅନ୍ତର୍ଜାତୀୟ ରୋମିଂ ପ୍ୟାକ୍ ଓ ବର୍ଷକୁ ୪ ଥର ଡୋମେଷ୍ଟିକ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ଲାଉଂଜ୍‌ରେ ପ୍ରବେଶ କରିବାର ସୁବିଧା ମଧ୍ୟ ରହିଛି । ଏଥିରେ ୧୨ ମାସ ପାଇଁ ମାଗଣରେ ନର୍ଟନ୍ ମୋବାଇଲ୍ ସିକ୍ୟୁରିଟି ସୁବିଧା ମିଳିବ । ୱି ଷ୍ଟୋର୍‌ରେ ପ୍ରାୟରିଟି ଡେକ୍ସ ଏବଂ କଲ୍ ସେଂଟର ଏଜେଂଟ୍ ଶୀଘ୍ର ଉତର ଦେବା ଭଳି ସୁବିଧା ମଧ୍ୟ ଏଥିରେ ମିଳିବ ।

ସ୍ୱତନ୍ତ୍ର ରେଡ୍‌ଏକ୍ସ ଅନୁଭୂତି ଉପଭୋଗ କରିବା ପାଇଁ ୱି ୱେବସାଇଟ୍‌, ଆପ୍ ଓ ୱି ଷ୍ଟୋର୍ ପରିଦର୍ଶନ କରନ୍ତୁ ।


Share It

Comments are closed.