ଆସୋଚାମ୍‌ର ୧୮ତମ ଆନୁଆଲ୍ ସମିଟ୍ ଆଣ୍ଡ ଆୱାର୍ଡସ୍‌ରେ ୩ଟି ସମ୍ମାନ ଜିତିଛି ଆଇଡିବିଆଇ ବ୍ୟାଙ୍କ


ଭୁବନେଶ୍ୱର : ଆସୋଚାମ୍ ପକ୍ଷରୁ ଏହାର ୧୮ତମ ଆନୁଆଲ ସମିଟ ଆଣ୍ଡ ଆୱାର୍ଡସ୍‌- ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସିଆଲ ସେକ୍ଟର ଲେଣ୍ଡିଙ୍ଗ୍ କମ୍ପାନୀଜ୍‌ରେ ଆଇଡିବିଆଇ ବ୍ୟାଙ୍କକୁ ୩ଟି ସମ୍ମାନ ପ୍ରଦାନ କରାଯାଇଛି । ବ୍ୟାଙ୍କକୁ ମିଡ୍‌-ସାଇଜ୍ ବ୍ୟାଙ୍କ ସେଗ୍‌ମେଂଟ୍‌ରେ ‘ବେଷ୍ଟ ଡିଜିଟାଲ ଇନିସିଏଟିଭ୍‌’ ବର୍ଗରେ ବିଜେତା ଏବଂ ‘ବେଷ୍ଟ ରିସ୍କ ଆଣ୍ଡ ସାଇବର ସିକ୍ୟୁରିଟି ଇନିସିଏଟିଭ୍‌ସ’ ଓ ‘ବେଷ୍ଟ ପ୍ରଡକ୍ଟ/ସର୍ଭିସ୍ ଇନୋଭେଶନ’ ବର୍ଗରେ ରନର୍‌ଅପ୍ ଘୋଷଣା କରାଯାଇଛି । ଆଇଡିବିଆଇ ବ୍ୟାଙ୍କର ଡିଏମ୍‌ଡି ଶ୍ରୀ ସୁରେଶ ଖତନହାର, ଆର୍‌ବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ଚୌଧୁରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଆର୍‌ବିଆଇର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ଏନ୍‌.ଏସ୍ ବିଶ୍ୱନାଥନ୍‌, ଆସୋଚାମ୍‌ର ଅଧ୍ୟକ୍ଷ ଓ ଏନ୍‌ଏବିଏଫ୍‌ଆଇଡିର ପରିଚାଳନା ନିର୍ଦ୍ଦେଶକ ରାଜକିରନ ରାୟ ଏବଂ ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ କ୍ଷେତ୍ରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 


Share It

Comments are closed.