ଏନଡିଟିଭିର ନୂତନ ସିରିଜ ଆଇକନ ଅଫ ଭାରତର ଶୁଭାରମ୍ଭ


ଭୁବନେଶ୍ୱର : ଏଫଫ୍ରିଡମ ଆପ(ଇଣ୍ଡିଆନମନି.କମ ର ଏକ ଅଂଶ ଅନୁଯାୟୀ) ଏନଡିଟିଭି ନେଟୱର୍କର ପ୍ରଥମ ନୂତନ ଧରଣର ଆଇକନ ଅଫ ଭାରତର ଶୁଭାରମ୍ଭ କରାଯାଇଛି । ଆଇକନ ଅଫ ଭାରତ ଟିଭି ସିରଜରେ ଶ୍ରେଷ୍ଠ ଭାରତ ସୃଷ୍ଟି କରିବାରେ ଭୂମିକା ଥିବା ଲୋକମାନେ ନିଜର କାହାଣୀ ପରିବେଷଣ କରିବେ । ଆମ୍ଭେମାନେ ଏନଟଂରପ୍ୟୁନର ଏବଂ କୃଷକମାନଙ୍କୁ ସମ୍ମାନିତ କରୁଛୁ ଯେଉଁମାନେ କ୍ଷୁଦ୍ର ବ୍ୟବସାୟ, ସେମାନଙ୍କ ଫାର୍ମ କିମ୍ବା ବ୍ୟବସାୟ କ୍ଷେତ୍ରରୁ ସେମାନଙ୍କ ଦୈନନ୍ଦିନ ଜୀବନଯାପନ କରୁଛନ୍ତି । ଏହାର ୧୪-ଏପିସୋଡର ସିରିଜ ଏନଡିଟିଭିରେ ୫ଜୁନ ୨୦୨୨ ରବିବାର ଦିନ ୯.୩୦ ପିଏମ ଠାରୁ ୧୦.୩୦ ପିଏମ ପର୍ଯ୍ୟନ୍ତ ପ୍ରସାରଣ ହେବ । ଏବଂ ଏହାର ରିପିଟ ଏପିସୋଡ ଶନିବାର ୯.୩୦ପିଏମରେ ପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମ ଅର୍ନ୍ତଗତ ୬୦ ଆଇକନମାନେ ସେମାନଙ୍କ କାହାଣୀ ପରିବେଷଣ କରିବେ । ଏବଂ ଜଣ ଜଣଙ୍କୁ ଭାରତର ଶ୍ରେଷ୍ଠ ଆଇକନ, ଶ୍ରେଷ୍ଠ ଆଇକନ, ସର୍ବଶ୍ରେଷ୍ଠ ଆଇକନ ଅଫ ଭାରତର ଭାବେ ସମ୍ମାନିତ କରାଯିବ ।
ଏହି ପିରପ୍ରେକ୍ଷୀରେ ଇଣ୍ଡିଆନମନି.କମ ପ୍ରତିଷ୍ଠାତା ଏବଂ ସିଇଓ ସିଏସ ସୁଧିର କହିଛନ୍ତି ଯେ, “ଭାରତ ବିଶ୍ୱର ଏକ ସୁପରପାୱାର ପଥରେ ଅଗ୍ରସର ଏବଂ ଏହା ଏନଟଂରପ୍ୟୁନର ଏବଂ ପ୍ରତ୍ୟେକ କୃଷକର ଦକ୍ଷତା ପ୍ରତି ପଥ ପ୍ରଦର୍ଶନ କରିବ । ଆଇକନ ଅଫ ଭାରତର ଆଇଡିଆ ପଛରେ ଅନ୍ୟ ଏକ କାରଣ ରହିଛି ଯାହାକି ଆମ୍ଭେମାନେ ଚାହୁଁ କି ଲକୋମାନେ ପାଳନ କରନ୍ତୁ । ଏବଂ ସେମାନେ ଦେଶର ଭବିଷ୍ୟତ ଏବଂ ବର୍ତ୍ତମାନର ପିଢିକୁ ପ୍ରଭାବିତ କରିପାରବେ ।”
ଏନଡିଟିଭାର ସହ-ପ୍ରତିଷ୍ଠାତା ଡଃ ପ୍ରଣୟ ରୟ କହିଛନ୍ତି ଯେ, “ଆଇକନ ଅଫ ଭାରତ ସହିତ ଜଡିତ ହୋଇଥିବାରୁ ଏନଡିଟିଭି ଖୁବ ଉତ୍ସାହିତ । ପ୍ଲାଟଫର୍ମ ଇଣ୍ଡିଆନ ମନିର ଏଫଫ୍ରିଡମ ସହିତ କାର୍ଯ୍ୟକରି ଆମ୍ଭେମାନେ ଏହା ଅନୁଭବ କରୁଛୁ କି ଏହା ଲକ୍ଷାଧିକ ଭାରତୀୟଙ୍କୁ ପ୍ରୋତ୍ସାହିତ କରିପାରିବ ।”

 


Share It

Comments are closed.