ଦେଶର ପାଞ୍ଚଟି ରାଜ୍ୟର ବାଦୁଡିଙ୍କ ଠାରୁ ମିଳିଲା କରୋନା ଭାଇରସ ଲକ୍ଷଣ


ସାରା ବିଶ୍ୱରେ ସମସ୍ତେ ଏହି ମହାମାରୀ କରୋନା ଭାଇରସ ବାଦୁଡି ଠାରୁ ଆସିଥିବାର ଜାଣିଥିବାବେଳେ ଅନ୍ୟପଟେ ଭାରତୀୟ ବୈଜ୍ଞାନିକ ଏକ ସଂପର୍କରେ ନିଜର ସ୍ପଷ୍ଟିକରଣ ରଖିଛନ୍ତି । ଦେଶରେ ୧୦ଟି ରାଜ୍ୟରୁ ୫ଟି ରାଜ୍ୟରେ ବାଦୁଡି ମାନଙ୍କ ଠାରୁ କରୋନା ଭାଇରସ ଥିବାର ଚିହ୍ନଟ କରାଯାଇଛି । ବାଦୁଡିଙ୍କର ଦୁଇଟି ପ୍ରଜାତି ଉପରେ କରାଯାଇଥିବା ଅଧ୍ୟୟନ ଦ୍ୱାରା ଏ ସଂପର୍କରେ ଜଣାପଡିଥିବାବେଳେ ଏହି ଦୁଇ ପ୍ରଜାତିରୁ ୫୮୬ଙ୍କ ମଧ୍ୟରୁ ୨୫ଟି ବାଦୁଡି କରୋନା ସଂକ୍ରମିତ ବୋଲି ଜଣାପଡିଛି ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଙ୍କ କହିବା ଅନୁଯାୟୀ, ପୁଣେର ନ୍ୟାସଲନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜି (ଏନଆଇଭି) ଲ୍ୟାବରେ ଦୀର୍ଘ ତିନି ବର୍ଷ ବାଦୁଡିଙ୍କ ଉପରେ ଗବେଷଣା କରାଯାଉଥିଲା । ଏହି ମଧ୍ୟରେ ବୈଜ୍ଞାନିକମାନେ କରୋନା ଭାଇରସକୁ ନେଇ ବାଦୁଡିଙ୍କ ନମୁନାର ଯାଞ୍ଚ କରିବା ମଧ୍ୟ ଆରମ୍ଭ କରିଥିଲେ । ଏହା ଦ୍ୱାରା ଏମାନେ କରୋନା ସଂକ୍ରମିତ ଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ କିଡନୀ ଏବଂ ଅନ୍ତନଳୀ ମଧ୍ୟ ସଂକ୍ରମିତ ହୋଇଥିଲା । କିଛି ସମୟ ପୂର୍ବରୁ କେରଳରେ ‘ନିପାହ’ ଭାଇରସ ମଧ୍ୟ ବାଦୁଡିଙ୍କ ଠାରେ ଦେଖାଦେଇଥିଲା । ସେଥିପାଇଁ ରାଜ୍ୟ ଗୁଡିକରେ ସଂକ୍ରମଣ ଚିହ୍ନଟ କରିବା ପାଇଁ କ୍ରମାଗତ ନୀରିକ୍ଷଣ ଆବଶ୍ୟକ, ଯେଉଁଠାରେ ଅଧିକ ବାଦୁଡି ରହୁଛନ୍ତି ।
ବାଦୁଙ୍କର ଗୋଟିଏ ପ୍ରଜାତି ପାଇଁ କେରଳ, ଚଣ୍ଡୀଗଡ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଚାବ, ଗୁଜୁରାଟ, ଓଡିଶା, ପଣ୍ଡିଚେରୀ, ତାମିଲନାଡୁ ଏବଂ କର୍ଣ୍ଣାଟକରୁ ୫୦୮ଟି ନମୁନା ସଂଗ୍ରହ କରାଯାଇଥିଲା । ଦ୍ୱିତୀୟ ପ୍ରଜାତିର ୭୮ଟି ବାଦୁଡିର ନମୁନା କେରଳ, କର୍ଣ୍ଣାଟକ, ପଞ୍ଚାବ, ଗୁଜୁରାଟ, ଓଡିଶା, ଚଣ୍ଡୀଗଡ ଏବଂ ତେଲେଙ୍ଗାନାରୁ ସଂଗ୍ରହ କରାଯାଇଥିଲା ଯେଉଁଥିରୁ ୧୨ଟି ମରିଯାଇଥିଲେ ।

ବୈଜ୍ଞାନିକ ଡକ୍ଟର ଆର ବାଲା ସୁବ୍ରମଣ୍ୟମ କହିଛନ୍ତି ଯେ ଏହି ଅଧ୍ୟୟନରେ କେରଳର ବାଦୁଡ଼ିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପୁଣେରେ ପରୀକ୍ଷଣ ପରେ କରୋନା ଭାଇରସ ନିଶ୍ଚିତ କରାଯାଇଥିଲା। କିଛି ସମୟ ପୂର୍ବରୁ ନିପା ଭାଇରସ୍ ମଧ୍ୟ ବାଦୁଡ଼ିରୂ ଆସିଥିଲା ​​|

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡକ୍ଟର ପ୍ରିୟା ଅବ୍ରହାମଙ୍କ ଅନୁଯାୟୀ ଆମ ଅଧ୍ୟୟନରେ ଅନ୍ତର୍ଭୁକ୍ତ କେତେକ ବାଦୁଡ଼ିରେ କରୋନା ଭାଇରସ ଦେଖିବାକୁ ମିଳିଛି। ତଥାପି ଏହା କିପରି ମାନବଙ୍କ ନିକଟରେ ପହଞ୍ଚିଲା? ବର୍ତ୍ତମାନ ଏହା ଉପରେ ଏକ ବିସ୍ତୃତ ଅଧ୍ୟୟନ ଆବଶ୍ୟକ ।


Share It

Comments are closed.