ଆଇସିଏଲ ଫିନକର୍ପ ୧୦ ଟି ନୂତନ ଶାଖା ସହିତ ଓଡିଶାରେ ପଦାର୍ପଣ କରୁଛି


ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡିଶାର ପ୍ରମୁଖ ସହରମାନଙ୍କରେ ୧୦ ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଭାରତରେ ବଜାରରେ ପ୍ରବେଶ କରିଛି । ଓଡିଶାରେ ଆଇସିଏଲ ଫିନକର୍ପର ଶୁଭାରମ୍ଭ ସର୍ବଭାରତୀୟ ଉପସ୍ଥିତି ଏବଂ ସମଗ୍ର ଭାରତରେ ଲୋକଙ୍କ ପାଇଁ ଏହାର ସେବାକୁ ସୁଗମ କରିବା ପାଇଁ ବ୍ରାଣ୍ଡର ଦୃଷ୍ଟିକୋଣକୁ ଚିହ୍ନିତ କରିବ । ଏହି ନୂତନ ଶାଖା ଗୁଡିକ ଅଗଷ୍ଟ ୨୫ ରେ ଚନ୍ଦ୍ରଶେଖରପୁର, ସାମନ୍ତାପୁର , ରସୁଲଗଡ, ଖଣ୍ଡଗିରି, ବାଲିଘାଟ, ଅଠରନଳା , ଗ୍ରାଣ୍ଡରୋଡ ପୁରୀ, ନୟାବଜାର, ଜଗତପୁର ଏବଂ ଫୁଲନଖରାରେ (ମୁଖ୍ୟ ଅତିଥିଙ୍କ ଦ୍ୱାରା) ଉଦଘାଟନ କରାଯିବ । ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ପଦଧିକାରୀ ଯୋଗ ଦେବାକୁ ସ୍ଥିରୀକୃତ ହୋଇଛି ।
ଓଡିଶାରେ ଶୁଭାରମ୍ଭର ଏକ ଅଂଶ ଭାବରେ , ଆଇସିଏଲ ଫିନକର୍ପ ଏହାର ଗ୍ରାହକମାନଙ୍କ ପାଇଁ ଉଦଘାଟନୀ ଲକି ଡ୍ର ଆରମ୍ଭ କରିଛି । ଯେଉଁମାନେ ଓଡିଶାର ୧୦ଟି ନୂତନ ଶାଖାରୁ ସୁନା ଋଣ ନେଇଛନ୍ତି ସେମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ରହିଛି । ଏହି ଅଫର ଗ୍ରାହକମାନଙ୍କ ଅନ୍ୟ ବ୍ୟାଙ୍କ କିମ୍ବା ବିତ୍ତୀୟ ଅନୁଷ୍ଠାନରୁ ସେମାନଙ୍କର ସୁନା ଋଣ ସ୍ଥାନାନ୍ତର କରିବାକୁ ମଧ୍ୟ ସୁଯୋଗ ଦେଉଛି । ଡ୍ର’ର ୧୦ ଜଣ ଭାଗ୍ୟଶାଳୀ ବିଜେତା ଜାନୁଆରୀ ୧, ୨୦୨୨ରେ ଘୋଷଣା କରାଯିବ । ଉଦଘାଟନୀ କାର୍ଯ୍ୟକ୍ରମରେ ପଦଧିକାରୀଙ୍କ ମଧ୍ୟରେ ଶ୍ରୀ କେ ଜି ଅନିଲକୁମାର, ସିଏମଡି, ଆଇସିଏଲ ଫିନକର୍ପ, ଶ୍ରୀଜିତ ଏସ ପିଲାଇ, ନିର୍ଦ୍ଦେଶକ, ଆଇସିଏଲ ଫିନକର୍ପ, ଟି ଜି ବାବୁ, ଏଜିଏମ, ଆଇସିଏଲ ଫିନକର୍ପ, ସାମ ସି ମଲିଏକାଲ, ଏଚଆର ମ୍ୟାନେଜର ଆଇସିଏଲ ଫିନକର୍ପ ପ୍ରମୁଖ ଉପସ୍ଥିତ ଥିଲେ ।
ଗତ ୩୦ ବର୍ଷ ମଧ୍ୟରେ ଆଇସିଏଲ ଦକ୍ଷିଣ ଭାରତ ଏବଂ ଜିସିସି ଦେଶାମାନଙ୍କରେ ୨୦୦ରୁ ଅଧିକ ଶାଖା ସହିତ ଏକ ପ୍ରତିଷ୍ଠିତ ବିତ୍ତୀୟ ଅନୁଷ୍ଠାନରେ ପରିଣତ ହୋଇଛି । ଆଇସିଏଲ ଫିନକର୍ପ ଏହାର ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଯାହା ଲୋକଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଏ । ଆଇସିଏଲ କ୍ରମାଗତ ଭାବରେ ସର୍ବନିମ୍ନ ସୁଧ ହାର, ସର୍ବାଧିକ ମୂଲ୍ୟ ଏବ ଦ୍ରୁତ ଋଣ ପ୍ରକ୍ରିୟାକ୍ରରଣ ପ୍ରଦାନ କରିବାର ପ୍ରଥା ବଜାୟ ରଖିଛି । ଏହା ସେବା ଗୁଡିକରେ ସ୍ୱର୍ଣ୍ଣ ଋଣ, ହାୟର ପରଚେଜ ଋଣ, ଟଙ୍କା ସ୍ଥାନାନ୍ତର , ବୈଦେଶିକ ମୁଦ୍ରା ବିନିମୟ, ବ୍ୟବସାୟ ଋଣ, ଗୃହ ଋଣ, ଡିବଞ୍ଚେର , ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏଲ ମଧ୍ୟ ଆଇସିଏଲ ଟୁର୍ସ ଆଣ୍ଡ ଟ୍ରାଭେଲ ଏବଂ ଆଇସିଏଲ କଲଚରାଲ ଏବଂ ଚାଲିଟେବୁଲ ଟ୍ରଷ୍ଟର ମୂଳ କମ୍ପାନୀ ।
ଏହାର ସିଏମଡି, ଶ୍ରୀଯୁକ୍ତ କେ.ଜି ଅନିଲକୁମାରଙ୍କ ନେତୃତ୍ୱରେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ପାଳନ କରି ଆଇସିଏଲ ଫିନକର୍ପ କମ ସମୟ ମଧ୍ୟରେ ଏହାର ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଓଡିଶାରେ ନୂତନ ଶାଖାଗୁଡିକର ଶୁଭାରମ୍ଭ ହେବା ସହିତ , ଆଇସିଏଲ ସମଗ୍ର ଭାରତରେ ଅଧିକ ସଫଳତା ସୃଷ୍ଟି କରିବା ଏଭଂ ବୃହତ୍ତର ଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଆଉ ପାଦେ ଆଗେଇଛି ।


Share It

Comments are closed.