ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡର ଭାରତ ୨୨ ଇଟିଏଫ ଆୟୋଜିତ


ଭାରତ ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଏଏମସି ଦ୍ୱାରା ପରିଚାଳିତ ଭାରତ ୨୨ ଇଟିଏଫ ଫେବୃଆରୀ ୧୪ରେ ଆୟୋଜିତ ହୋଇଯାଇଛି । ଏହି ଏଓପି ଏକ ଅପୂର୍ବ ସଫଳତା ପ୍ରଦାନ କରିବା ସହ ଇଟିଏଫ୍ ଓ ମ୍ୟୁଚୁଆଲ୍ ଫଣ୍ଡ କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଏହି ଦିନିକିଆ ଆଡିସନାଲ ଅଫରିଂ ପିରିୟଡ଼ (ଏଓପି)ରେ ମୋଟ ଉପରେ ୫୦,୦୦୦ କୋଟି ଟଙ୍କାର ଆବେଦନ ଗ୍ରହଣ କରିଛି । ଏଓପି ଆନୁମାନିକ ୧.୨୫ ଲକ୍ଷ ଆବେଦନକୁ ଆକର୍ଷିତ କରିଥିବାବେଳେ ଉକ୍ତ ସ୍କିମର ଅତିରିକ୍ତ ଅଫରିଂ ସମୟରେ ସର୍ବାଧିକ ୧୩,୦୦୦ କୋଟି ରହିଛି ।
ଏହି ପରିପ୍ରେକ୍ଷୀରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ଼ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ନିମେଶ ଶାହା କହିଛନ୍ତିଯେ, “ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡର ଭାରତ ୨୨ ଇଟିଏଫ ଏହି ଦିନିକିଆ ବିନିଯୋଗକାରୀ ଅଂଶଗ୍ରହଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଆମେ ବିଶ୍ୱାସ କରୁ ଯେ, ଏହି ଇଟିଏଫରେ ବିନିଯୋଗ ଭାରତର ଅଭିବୃଦ୍ଧି ସମ୍ପର୍କରେ ଚିନ୍ତା କରିବା ପାଇଁ ଏକ ସର୍ବୋତ୍କୃଷ୍ଟ ମାର୍ଗ ଭାବେ କାର୍ଯ୍ୟ କରିଛି ।”


Share It

Comments are closed.