ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ପକ୍ଷରୁ ଗୁଗଲ୍ ଆସିଷ୍ଟାଂଟ୍‌ରେ ଏଆଇ-ପରିଚାଳିତ ଭଏସ୍ ଚାଟ୍‌ବଟ୍ ଉନ୍ମୋଚିତ


ଭୁବନେଶ୍ୱର : ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଗୁଗଲ ଆସିଷ୍ଟାଂଟ୍‌ରେ ଏହାର ନୂତନ ଗ୍ରାହକ ସେବା ଚାଟ୍‌ବଟ୍ ‘ଲିଗୋ’ର ଶୁଭାରମ୍ଭ କରାଯାଇଛି । ଏହା କମ୍ପାନୀର ବୀମାଧାରକମାନଙ୍କୁ “ ଓକେ ଗୁଗଲ୍‌, ଆଇ ୱାଂଟ୍ ଟୁ ସ୍ପିକ୍ ଟୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଲିଗୋ” କିମ୍ବା “ମେ’ ଆଇ ଟକ୍ ଟୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଲିଗୋ” ଭଳି ସରଳ ଭଏସ୍ କମାଣ୍ଡଗୁଡିକ ମାଧ୍ୟମରେ ନିଜ ପ୍ରଶ୍ନର ସମାଧାନ ପାଇବାକୁ ସକ୍ଷମ କରିବ । ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଭଳି ଡିଜିଟାଲ ଟେକ୍ନୋଲୋଜିଗୁଡିକର ବ୍ୟବହାର କରି ନିଜ ଅଭିନବ ଅଂଶର ବିସ୍ତାର ମାଧ୍ୟମରେ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧାର ସ୍ତରକୁ ସାମିଲ କରିଛି । ଗୁଗଲ ଆସିଷ୍ଟାଂଟ୍‌କୁ ଲିଗୋ କାର୍ଯ୍ୟଦକ୍ଷତାକୁ ବିସ୍ତାର କରିବା ହେଉଛି ଗ୍ରାହକଙ୍କ ଦ୍ୱାରା ପସନ୍ଦ କରାଯାଉଥିବା ପ୍ଲାଟ୍‌ଫର୍ମଗୁଡିକରେ ନିଜକୁ ଉପସ୍ଥିତ ରଖିବା ନେଇ କମ୍ପାନୀ ରଣନୀତିର ଏକ ଅଂଶ । ଗ୍ରାହକମାନେ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ଗୁଡିକରେ ଗୁଗଲ ଆସିଷ୍ଟାଂଟ୍‌କୁ ଆକ୍ଟିଭେଟ୍ କରି ଏବଂ ନିଜ ବୀମା ନମ୍ବର କିମ୍ବା ପଞ୍ଜୀକୃତ ଫୋନ୍ ନମ୍ବର ଉଲ୍ଲେଖ କରି ନିଜ ବୀମା ସମ୍ପର୍କରେ ତତ୍କାଳ ସୂଚନା ପାଇପାରିବେ । ଏହା ଗୁଗଲକୁ ଦିଗ କିମ୍ବା ଟ୍ରାଫିକ୍ ସମ୍ପର୍କରେ ପଚାରିବା ଭଳି ଖୁବ୍ ସରଳ ଅଟେ ।
‘ଭାରତୀୟ ଇଂରାଜୀ’ରେ ଉପଲବ୍ଧ ହେଉଥିବା ଏବଂ ୯ଟି ଭାରତୀୟ ଭାଷାକୁ ସପୋର୍ଟ କରୁଥିବା ଗୁଗଲ ଆସିଷ୍ଟାଂଟ୍ ଲୋକମାନଙ୍କୁ ଗୁଗଲ୍ ସହ କଥା ହେବା ଏବଂ ନିଜ କାର୍ଯ୍ୟକୁ ଏକ ବାସ୍ତବ ଓ ବ୍ୟକ୍ତିଗତ ମାଧ୍ୟମରେ କରିବାକୁ ସକ୍ଷମ କରୁଛି । ଏହି ଲଂଚ୍ ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଏନ୍ ଏସ୍ କନ୍ନନ କହିଛନ୍ତି, ଆମର ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲାଗି ଆମେ ଆମର କଷ୍ଟମର ସର୍ଭିସ୍ ଭଏସ୍ ବଟ୍ ଲିଗୋକୁ ଗୁଗଲ ଆସିଷ୍ଟାଂଟ୍‌ରେ ସକ୍ଷମ କରିଛୁ ଏବଂ ଏହାକୁ ସମସ୍ତ ପ୍ଲାଟ୍‌ଫର୍ମ ଓ ଉପଲବ୍ଧ ହେଉଥିବା ଡିଭାଇସ୍‌ଗୁଡିକରେ ପହଂଚଯୋଗ୍ୟ କରାଇଛୁ । ଭଏସ୍ କମାଣ୍ଡ ଆଧାରରେ ବୀମା ସୂଚନା ହାସଲ କରିବା ସୁବିଧା ଏକ ଅତୁଳନୀୟ ସୁବିଧା ଓ ତତ୍କାଳ ସନ୍ତୁଷ୍ଟି ପ୍ରଦାନ କରିଥାଏ । ଏହି ଡିଜିଟାଲ ଏନାବୁଲର୍‌ର ସଂଯୋଗ ସହିତ କମ୍ପାନୀ ସହିତ ଗ୍ରାହକଙ୍କ ଯୋଗାଯୋଗରେ ଏକ ପରିବର୍ତନ ଆସିବ । ନୂତନ ପିଡିର ଟେକ୍ନୋଲୋଜିଗୁଡିକୁ ବ୍ୟବହାର କରି କମ୍ପାନୀ ପକ୍ଷରୁ ବୀମା ସମୟରେ ଜଣେ ଗ୍ରାହକଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ଲାଗି ଏକାଧିକ ଡିଜିଟାଲ ଏନାବୁଲର୍‌ର ଶୁଭାରମ୍ଭ କରିଛି । ଉଦାହରଣ ସ୍ୱରୁପ ଗ୍ରାହକମାନେ କମ୍ପାନୀର ଡିଜିଟାଲ ଏନାବୁଲର୍‌କୁ ଅନ୍‌ଲାଇନ ୍‌ଟ୍ରାଞ୍ଜାକ୍ସନ ପାଇଁ ବ୍ୟବହାର କରିପାରିବେ ଏବଂ ଏହାର ପ୍ରତ୍ୟେକ ଡିଜିଟାଲ ଏନାବୁଲର ଯେପରିକି ହ୍ୱାଟସ୍‌ଆପ୍‌, କମ୍ପାନୀର ୱେବ୍‌ସାଇଟ୍‌, ମୋବାଇଲ ଆପ୍ ଓ ଚାଟ୍‌ବଟ୍ ଲିଗୋ ଆଦି ଏକ ଭର୍ଚୁଆଲ ବ୍ରାଂଚ୍ ସହ ସମାନ । ଚାଟ୍‌ବଟ୍ ଲିଗୋରେ ପ୍ରତି ମାସରେ ପ୍ରାୟ ୩.୫ ଲକ୍ଷ ଭଏସ୍ ଚାଟ୍ କରାଯାଇଥାଏ । ଗ୍ରାହକମାନେ ବିଭିନ୍ନ ପ୍ରକାରର ଟ୍ରାଞ୍ଜାକ୍ସନ ପାଇଁ ଏହାମଧ୍ୟରୁ ଯେକୌଣସି ଡିଜିଟାଲ ଏନାବୁଲର୍‌ର ବ୍ୟବହାର କରିପାରିବେ ।


Share It

Comments are closed.