ଆଇସିଆଇସିଆଇ ବ୍ୟାଙ୍କର ଫେଷ୍ଟିଭାଲ ବୋନାଞ୍ଜାରେ ଶୀର୍ଷ ବ୍ରାଣ୍ଡ ଉପରେ ବ୍ଲକବଷ୍ଟର ଡିଲ

Share It

  • ଫ୍ଲିପକାର୍ଟ ବିଗ ବିଲିୟନ ଡେଜରେ ୪୫୦୦ ଟଙ୍କା ପର୍ଯ୍ୟନ୍ତର ୧୦% ଅତିରିକ୍ତ ରିହାତି
  • ଆଇଫୋନ ୧୭ ଓ ଅନ୍ୟାନ୍ୟ ଆପଲ ଉତ୍ପାଦ ଉପରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାସବ୍ୟାକ
  • ଏଲଜି, ହାୟର ଓ ପାନାସୋନିକର ଇଲେକ୍ଟ୍ରୋନିକ୍ସ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ/ରିହାତି
ଭୁବନେଶ୍ୱର: ଅନଲାଇନ୍ କ୍ରୟ, ମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍‌, ଭ୍ରମଣ, କିରାଣା ସାମଗ୍ରୀ, ଆସବାବପତ୍ର ଏବଂ ଖାଦ୍ୟ ସାମଗ୍ରୀ ଶ୍ରେଣୀର ବଡ଼ ବ୍ରାଣ୍ଡଗୁଡ଼ିକରେ ଆକର୍ଷଣୀୟ ଡିଲ୍ ସହିତ ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ‘ଫେଷ୍ଟିଭାଲ ବୋନାଞ୍ଜା’ ଫେରିଛି। ଗ୍ରାହକମାନେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି/କ୍ୟାଶବ୍ୟାକ୍ ସହିତ ନିଜର କ୍ରେଡିଟ/ଡେବିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଂ, କାର୍ଡବିହୀନ ଇଏମଆଇ ଏବଂ କଂଜ୍ୟୁମର ଫାଇନାନ୍ସ ବ୍ୟବହାର କରି ଏହି ଅଫରଗୁଡିକ ପାଇପାରିବେ। ଏହା ବ୍ୟତୀତ ସେମାନେ ନିଜର କ୍ରେଡିଟ/ଡେବିଟ୍ କାର୍ଡ ବ୍ୟବହାର କରି ‘ନୋ କଷ୍ଟ ଇଏମଆଇ’ ଚୟନ କରିପାରିବେ। ବ୍ୟାଙ୍କ ପକ୍ଷରୁ ଆପଲ୍‌, ଫ୍ଲିପକାର୍ଟ, କ୍ରୋମା, ରିଲାଏନ୍ସ ଡିଜିଟାଲ୍‌, ୱାନପ୍ଲସ୍‌, ମେକମାଇଁଟ୍ରିପ୍‌, ଗୋଆଇବିବୋ, ୟାତ୍ରା, ବ୍ଲିଙ୍କଇଟ୍‌, ସ୍ୱିଗି, ଆଜିଓ, ଡିଷ୍ଟ୍ରିକ୍ଟ ଏବଂ ପେପରଫ୍ରାଇ ଆଦି ପ୍ରମୁଖ ବ୍ରାଣ୍ଡଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରିଛି । ଏହା ଫ୍ଲିପକାର୍ଟ ବିଗ ବିଲିୟନ ଡେଜ୍ ସହିତ ମଧ୍ୟ ଭାଗୀଦାରୀ କରିଛି ଯେଉଁଥିରେ ଗ୍ରାହକମାନେ ୨୦୨୫ ସେପ୍େଟମ୍ବରରୁ ୨୩ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବିଭିନ୍ନ ଉତ୍ପାଦରେ ୪,୫୦୦ ଟଙ୍କା ପର୍ଯ୍ୟନ୍ତ ୧୦% ରିହାତି ପାଇପାରିବେ। ଗ୍ରାହକମାନେ ଆପଲ-ଅନୁମୋଦିତ ଷ୍ଟୋରରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡରେ ଇଏମଆଇ ମାଧ୍ୟମରେ କ୍ରୟ ଉପରେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାଶବ୍ୟାକ୍ ଉପଭୋଗ କରିପାରିବେ। ସେମାନେ ‘ଆଇଫୋନ୍ ଫର୍ ଲାଇଫ୍‌’ ପ୍ରୋଗ୍ରାମ୍ ମଧ୍ୟ ଚୟନ କରିପାରିବେ ଯେଉଁଥିରେ ‘୨୪- ନୋ କଷ୍ଟ ଇଏମଆଇ’ ମାଧ୍ୟମରେ ଅତ୍ୟାଧୁନିକ ଆଇଫୋନ୍ ୧୭ ମୂଲ୍ୟର ମାତ୍ର ୭୫% ପ୍ରଦାନ କରିବେ। ଅଫରଗୁଡିକୁ ବଢ଼ାଇ ବ୍ୟାଙ୍କ ଏହାର ଋଣ ଉତ୍ପାଦଗୁଡିକ ଉପରେ ମଧ୍ୟ ସ୍ୱତନ୍ତ୍ର ଅଫର୍ ଆଣିଛି। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାକେଶ ଝା’ କହିଛନ୍ତି ଯେ, “ପ୍ରତିବର୍ଷ ଆମର ‘ଫେଷ୍ଟିଭାଲ ବୋନାଞ୍ଜା’ ଉତ୍ସବ ଋତୁକୁ ଅତିରିକ୍ତ ଆନନ୍ଦଦାୟକ କରୁଥିବା ବେଳେ ଅଧିକ ମୂଲ୍ୟ ରିହାତି/କ୍ୟାଶବ୍ୟାକ୍ ଆଣିଥାଏ। ଚଳିତ ବର୍ଷ ଆମେ ଆମ ଗ୍ରାହକଙ୍କ ଉଦୀୟମାନ ଆବଶ୍ୟକତାଗୁଡିକୁ ପୂରଣ କରିବା ପାଇଁ ଚିନ୍ତାପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଫର ସହିତ ଶୀର୍ଷ ବ୍ରାଣ୍ଡଗୁଡିକରେ ବ୍ୟାପକ ଡିଲ୍ ପ୍ରଦାନ କରୁଥିବାରୁ ଆନନ୍ଦିତ। ଆମ ଗ୍ରାହକମାନେ କ୍ରେଡିଟ/ଡେବିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଂ, ନୋ’ କଷ୍ଟ ଇଏମଆଇ ଏବଂ କଂଜ୍ୟୁମର ଫାଇନାନ୍ସ ମାଧ୍ୟମରେ ଏହି ଅଫରଗୁଡିକୁ ପାଇପାରିବେ। ସେମାନେ ନିଜର କ୍ରେଡିଟ/ଡେବିଟ୍ କାର୍ଡ ବ୍ୟବହାର କରି ନୋ’ କଷ୍ଟ ଇଏମଆଇ ମଧ୍ୟ ଚୟନ କରିପାରିବେ।” ‘ଫେଷ୍ଟିଭାଲ ବୋନାଞ୍ଜା’ର ମୁଖ୍ୟ ଅଫରଗୁଡ଼ିକ ହେଉଛି:
  • ଅନଲାଇନ୍ କ୍ରୟ: ୨୦୨୫ ସେପ୍େଟମ୍ବରରୁ ୨୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଆରମ୍ଭ ହେଉଥିବା ଫ୍ଲିପକାର୍ଟ ବିଗ ବିଲିୟନ ଡେଜରେ ୪,୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ୧୦% ରିହାତି।
  • ମୋବାଇଲ୍ ଫୋନ୍‌: ଆଇଫୋନ୍ ୧୭ ରେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାଶବ୍ୟାକ, ଓନପ୍ଲସରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ନଥିଂ ସ୍ମାର୍ଟଫୋନରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି।
  • ଇଲେକ୍ଟ୍ରୋନିକ୍ସ: ଏଲଜି, ହାୟର, ପାନାସୋନିକ୍‌, ବ୍ଲୁଷ୍ଟାର୍ ଏବଂ ଜେବିଏଲ୍ ଆଦି ବିଭିନ୍ନ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡଗୁଡିକରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌/ରିହାତି। ଗ୍ରାହକମାନେ କ୍ରୋମା ଏବଂ ରିଲାଏନ୍ସ ଡିଜିଟାଲରେ ବିଭିନ୍ନ ଉତ୍ପାଦରେ ଆକର୍ଷଣୀୟ ରିହାତି ପାଇପାରିବେ।
  • ଫ୍ୟାଶନ୍‌: ଟାଟାକ୍ଲିକ ୧୫% ରିହାତି ଓ ଆଜିଓରେ ୧୦% ରିହାତି।
  • ଭ୍ରମଣ: ମେକମାଇଁଟ୍ରିପ୍‌, ଗୋଆଇବିବୋ, ୟାତ୍ରା, ଇଜମାଇଁଟ୍ରିପ୍‌, ଇକ୍ସିଗୋ, ପେଟିଏମ୍ ଫ୍ଲାଇଟ ଆଦି ବିଭିନ୍ନ ଭ୍ରମଣ ପ୍ଲାଟଫର୍ମରେ ବିମାନ, ହୋଟେଲ୍ ଏବଂ ଛୁଟିଦିନ ବୁକିଂ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି।
  • କିରାଣା ସାମଗ୍ରୀ: ବିଗବାସ୍କେଟ୍‌, ବ୍ଲିଙ୍କଇଟ ଏବଂ ସ୍ୱିଗି ଇନଷ୍ଟାମାର୍ଟରେ ରିହାତି।
  • ଖାଦ୍ୟ ଏବଂ ମନୋରଂଜନନ: ସ୍ୱିଗି, ଇଜିଡିନର, ବିରିଆନି ବାଏ କିଲୋ ଏବଂ ଡିଷ୍ଟ୍ରିକ୍ଟରେ ରିହାତି।
  • ଆସବାବପତ୍ର ଏବଂ ଗୃହ ସାଜସଜ୍ଜା: ପେପରଫ୍ରାଏ, ଲିଭସ୍ପେସ ଏବଂ ଦି ସ୍ଲିପ୍ କମ୍ପାନି ଆଦି ବ୍ରାଣ୍ଡଗୁଡିକରେ ୩୫% ପର୍ଯ୍ୟନ୍ତ ରିହାତି।
  • ବିଶେଷ ଅଫର: ଆଭିସ୍‌, ୱେଲକମ୍ ହେରିଟେଜ୍‌, ନାସର୍ ମାଇଲ୍ସ୍‌, ଡେଲିଅବଜେକ୍ଟସ, ଆଇଜିପି, ଏଲିଭାସ୍‌, ଆଲୟା ଷ୍ଟେ’ ଏବଂ ଷ୍ଟର୍ଲିଂ ହଲିଡେ ଆଦି ବ୍ରାଣ୍ଡଗୁଡିକରେ ୩୫% ପର୍ଯ୍ୟନ୍ତ ରିହାତି ।
ବ୍ୟାଙ୍କ ଋଣ ଉପରେ ଉତ୍ସବ ଅଫର
  • ଗୃହ ଋଣ: ବେତନଭୋଗୀ ଗ୍ରାହକଙ୍କ ପାଇଁ ୫,୦୦୦ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’; ମନୋନୀତ କର୍ପୋରେଟ୍ ପାଇଁ ସୁଧର ବିଶେଷ ହାର । ଏହି ଅଫର୍ ୨୦୨୫ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୈଧ।
  • ଗାଡ଼ି ଋଣ: ତତ୍କାଳ ଗାଡ଼ି ଋଣ ପାଇଁ ଯୋଗ୍ୟ ଗ୍ରାହକଙ୍କ ପାଇଁ ୯୯୯ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’। ବେତନଭୋଗୀ ଗ୍ରାହକଙ୍କ ପାଇଁ ୨,୯୯୯ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’। ମନୋନୀତ କର୍ପୋରେଟ୍ ପାଇଁ ସୁଧର ବିଶେଷ ହାର। ଏହି ଅଫର୍ ୨୦୨୫ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୈଧ।
  • ବ୍ୟକ୍ତିଗତ ଋଣ: ୯.୯୯%ରୁ ଆରମ୍ଭ ହେଉଥିବା ସୁଧର ବିଶେଷ ହାର। ଏହି ଅଫର୍ ୨୦୨୫ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ବୈଧ।
  • ବନ୍ଧକ ବଦଳ ଋଣ: ୧,୦୦୦ ଟଙ୍କା (ଟିକସ ସହିତ, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମୂଲ୍ୟ ପାଇଁ) ବିଶେଷ ପ୍ରୋସେସିଂ ଫି’। ଏହି ଅଫର୍ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବାସନ୍ଦ। ଏହି ଅଫରଗୁଡ଼ିକର ଲାଭ ଉଠାଇବା ପାଇଁ ନିକଟତମ ଅଇସିଆଇସିଆଇ ବ୍ୟାଙ୍କ ଶାଖା ପରିଦର୍ଶନ କରନ୍ତୁ। ଅଫର ଉପରେ ସର୍ତାବଳୀ ଲାଗୁ। ଫେଷ୍ଟିଜ ବୋନାଞ୍ଜା ଅଫର ବିଷୟରେ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: https://www.icicibank.com/campaigns/bonanza/index.html

Share It

Comments are closed.