ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଭୁକ୍ତୀକରଣ ବିକାଶ ଅଭିଯାନ ଜରିଆରେ ୨୦୨୪-୨୫ ଆର୍ôଥକ ବର୍ଷରେ ୧.୮୯ କୋଟି ଜୀବନକୁ ପ୍ରଭାବିତ କରିଛି

Share It

 

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରାଯାଇଛି ଯାହା ଉପରେ ବ୍ୟାଙ୍କର ପରିବେଶ, ସମାଜ ଓ ଗଭର୍ଣ୍ଣାସ (ଇଏସଜି) ରିପୋର୍ଟ ୨୦୨୪-୨୫ରେ ଆଲୋକପାତ କରାଯାଇଛି। ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତୀକରଣ ଓ ପରିବେଶ ସ୍ଥାୟିତ୍ୱ ଆଦି ଉପରେ ସାମାଜିକ ପ୍ରଭାବ ଅଭିଯାନକୁ ସମ୍ପ୍ରସାରଣ କରାଯାଇଛି ଯାହା ୨୦୨୪-୨୫ ଆର୍ôଥକ ବର୍ଷରେ ୧.୮୯ କୋଟି ଲୋକଙ୍କ ପାଖରେ ପହଂଚିପାରିଛି। ୨୦୨୪-୨୫ ଆର୍ôଥକ ବର୍ଷରେ ବ୍ୟାଙ୍କ ପକ୍ଷରୁ ସିଏସଆର ପାଇଁ ୮୦୧ କୋଟି ଟଙ୍କାର ପାଣ୍ଠି ଆବଂଟନ କରାଯାଇଛି ଯାହା ପୂର୍ବବର୍ଷର ୫୧୯ କୋଟି ଟଙ୍କା ତୁଳନାରେ ଅଧିକ। ଏହା ଦାର୍ଘକାଳୀନ ଗୋଷ୍ଠୀ ବିକାଶ ପ୍ରତି ବ୍ୟାଙ୍କର ବର୍ଦ୍ଧିତ ପ୍ରତିବଦ୍ଧତାକୁ ଦର୍ଶାଉଛି।
ସାମାଜିକ ଉଦ୍ୟମ:
ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୨୪-୨୫ ରେ ଏହି କାର୍ଯ୍ୟକ୍ରମ ଅଧୀନରେ ୧୦ ଲକ୍ଷ ମହିଳାଙ୍କୁ ସହଯୋଗ କରାଯାଇଛି। ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ ବର୍ତମାନ ସୁଦ୍ଧା ଉପକୃତ ହିତାଧିକାରୀଙ୍କ ସଂଖ୍ୟା ୧.୧ କୋଟିରେ ପହଂଚିଛି। ବ୍ୟାଙ୍କର ଏହି ଉଦ୍ୟମଗୁଡିକ ମହିଳାମାନଙ୍କୁ ଋଣ ହାସ କରିବା, ଆର୍ôଥକ ସାକ୍ଷରତା ବୃଦ୍ଧି ଏବଂ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଚଂଳରେ ସ୍ଥାୟୀ ଆୟ ସୁଯୋଗ ସୃଷ୍ଟି କରିବାରେ ସକ୍ଷମ କରିଛି। ଏହା ବ୍ୟତୀତ ଦକ୍ଷତା ବିକାଶ, କୃଷି ଏବଂ କ୍ଷୁଦ୍ର ଉଦ୍ୟୋଗ ଉପରେ ଆଧାରିତ କାର୍ଯ୍ୟକ୍ରମ ଦ୍ୱାରା ୯୧ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ଯାହା ଗ୍ରାମୀଣ ଜୀବିକାରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି। ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସ୍ୱାସ୍ଥ୍ୟସେବାକୁ ସମ୍ପ୍ରସାରଣ କରିଛି । ୫୫୦ ଡାକ୍ତରଖାନା ସହ ଭାଗୀଦାରୀରେ ବ୍ୟାଙ୍କ ୪ ଲକ୍ଷ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିଛି। ଏହାଦ୍ୱାରା ମୋଟ ଉପକୃତଙ୍କ ସଂଖ୍ୟା ୨୫ ଲକ୍ଷରେ ପହଂଚିଛି। ଦୀର୍ଘମିଆଦୀ ଚିକିତ୍ସା ସେବା ପ୍ରତିଶ୍ରୁତିର ଅଂଶ ଭାବେ ବ୍ୟାଙ୍କ ଟାଟା ମେମୋରିଆଲ ସେଂଟରକୁ ସହଯୋଗ ପରିମାଣ ୧୮୦୦ କୋଟି ଟଙ୍କାକୁ ବଢ଼ାଇଛି ଯାହା ଭାରତରେ ତିନିଟି କ୍ୟାନସର ମେଡିକାଲ ସ୍ଥାପନରେ ସହାୟକ ହୋଇଛି।
ପରିବେଶଗତ ଉଦ୍ୟମ:
ଆଇସିଆଇସିଆଇ ବ୍ୟାଙ୍କ ପାଇଁ ପରିବେଶ ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଅଟେ। ୨୦୨୪-୨୫ରେ ବ୍ୟାଙ୍କ ୩୩୮୭ କୋଟି ଲିଟର ଜଳ ଅମଳ କ୍ଷମତା ସୃଷ୍ଟି କରିଛି ଏବଂ ୧୭,୪୫୩ ଟି ଜଳାଶୟ ପୁନରୁଦ୍ଧାର କରିଛି। ଏହା ବ୍ୟତୀତ, ୯୬୯୦ଟି ବିଦ୍ୟାଳୟରେ ବର୍ଷା ଜଳ ଅମଳ ପ୍ରଣାଳୀ କାର୍ଯ୍ୟକାରୀ କରିଛି। ବ୍ୟାଙ୍କ ଏହି ବର୍ଷ ୧୨ ଲକ୍ଷ ବୃକ୍ଷରୋପଣ କରିଛି ଯାହାଦ୍ୱାରା ୨୦୨୨ ପରଠାରୁ ମୋଟ ଗଛ ସଂଖ୍ୟା ୪୯ ଲକ୍ଷକୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟଗୁଡିକରେ ଚାଲିଥିବା ଜଙ୍ଗଲ ସଂରକ୍ଷଣ ପ୍ରକଳ୍ପ ମାଧ୍ୟମରେ ବ୍ୟାଙ୍କ ବନୀକରଣ ଏବଂ ଜୈବିକ ବିବିଧତା ସଂରକ୍ଷଣରେ ସକ୍ରିୟ ଅବଦାନ ଜାରି ରଖିଛି। ବିହାରର ଗୟା ଜିଲ୍ଲାରେ ପାରମ୍ପରିକ ‘ଆହାର-ପାଇନ୍‌’ ପ୍ରଣାଳୀର ପୁନରୁଦ୍ଧାର ଦ୍ୱାରା ୧୧,୯୭୩ ଏକରରୁ ଅଧିକ କୃଷି ଉପଯୋଗୀ ଜମି ଉପକୃତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଜଳସେଚନ ବିକାଶ ପ୍ରକଳ୍ପ ୧୨୯୫ ଏକର ଜମିରେ ଉନ୍ନତି ଆଣିବାରେ ସହାୟକ ହୋଇଛିଏବଂ ଏହା ୩୭୦ଘରୋଇ ଚାଷୀଙ୍କୁ ସମର୍ଥନ ଦେଇଥିଲା।
ଗଭର୍ଣ୍ଣାସ ଓ ଇଏସଜି ରଣନୀତି:
ଆଇସିଆଇସିଆଇ ବ୍ୟାଙ୍କ ନିରନ୍ତର ଭାବରେ ଏହାର ଶାସନ ବ୍ୟବସ୍ଥା ଉନ୍ନତ କରୁଛି ଏବଂ ଏହାର କାର୍ଯ୍ୟପ୍ରଣାଳୀରେ ଇଏସଜି ଉପାଦାନଗୁଡିକୁ ସମନ୍ୱିତ କରୁଛି। ୨୦୨୪-୨୫ରେ ବ୍ୟାଙ୍କ ଏହାର ଇଏସଜି ବିପଦ ମୂଲ୍ୟାଙ୍କନ ଉପକରଣକୁ ଅଧିକ କ୍ଷେତ୍ରକୁ ବିସ୍ତାର କରିଛି ଏବଂ ବୃହତ୍ କର୍ପୋରେଟ୍ ପ୍ରସ୍ତାବଗୁଡିକ ପାଇଁ ଋଣ ମୂଲ୍ୟାଙ୍କନରେ ଇଏସଜି ମାନଦଣ୍ଡକୁ ସାମିଲ୍ କରିଛି। ଶିଳ୍ପଗୁଡିକ ପାଇଁ କ୍ଷେତ୍ର-ନିର୍ଦ୍ଦିଷ୍ଟ ଇଏସଜି ବିଶ୍ଳେଷଣର ପ୍ରଚଳନ ଏହାର ସ୍ଥାୟିତ୍ୱ ଉଦ୍ୟମକୁ ଆହୁରି ସଶକ୍ତ କରିଛି। ବ୍ୟାଙ୍କ ୨୦୩୨ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ର ୧ ଏବଂ କାର୍ଯ୍ୟକ୍ଷେତ୍ର ୨ ନିର୍ଗମନ ପାଇଁ କାର୍ବନ ନ୍ୟୁଟ୍ରାଲିଟି ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ।
୨୦୨୪-୨୫ରେ ଆଇସିଆଇସିଆଇ ବ୍ୟାଙ୍କର ଇଏସଜି ପ୍ରୟାସଗୁଡିକ ମଜଭୁତ ସାମାଜିକ ଭିତିଭୂମି ସୁବିଧା ଗଠନ, ମୌଳିକ ସେବା ପହଂଚାଇବାରେ ଉନ୍ନତି ଏବଂ ଭାରତରେ ଭିତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସାମାଜିକ, ପରିବେଶଗତ ଏବଂ ଶାସନ କାରକଗୁଡିକୁ ଏହାର ମୁଖ୍ୟ କାର୍ଯ୍ୟପ୍ରଣାଳୀରେ ସମନ୍ୱିତ କରି ବ୍ୟାଙ୍କ କେବଳ ଏହାର ହିତାଧିକାରୀଙ୍କ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରୁନାହିଁ ବରଂ ଭାରତର ଭିତିଭୂମି ବିକାଶକୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରୁଛି।


Share It

Comments are closed.