ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା ମେମୋରିଆଲ ସେଂଟର (ଟିଏମସି) ପକ୍ଷରୁ ବିଶାଖାପାଟଣାରେ ଅତ୍ୟାଧୁନିକ କ୍ୟାନସର କେୟାର ବ୍ଲକର ଶିଳାନ୍ୟାସ

Share It

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା ମେମୋରିଆଲ ସେଂଟର (ଟିଏମସି) ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ହୋମି ଜାହାଙ୍ଗୀର ଭାବା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର (ଏଚବିସିଏଚଆରସି)ର ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୫୫୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ପ୍ରାୟ ୩.୯ ଲକ୍ଷ ବର୍ଗଫୁଟରେ ବ୍ୟାପୀଥିବା ଏହି ଅତ୍ୟାଧୁନିକ କେନ୍ଦ୍ରର ନିର୍ମାଣ ପାଇଁ ବ୍ୟାଙ୍କ ପାଣ୍ଠି ଯୋଗାଉଛି। କାର୍ଯ୍ୟକ୍ଷମ ହେବା ପରେ ଆଠ ମହଲା ବିଶିଷ୍ଟ ଆଇସିଆଇସିଆଇ ଫାଉଣ୍ଡେସନ ବ୍ଲକ ଫର ଚାଇଲଡ ଆଣ୍ଡ ବ୍ଲଡ କ୍ୟାନସର ବାର୍ଷିକ ୩୦୦୦ ରୋଗୀଙ୍କୁ ସେବା ଯୋଗାଇବ। ବର୍ତମାନ କ୍ଷମତା ଅନୁସାରେ ବିଶାଖାପାଟଣାରର ଏହି କ୍ୟାନସର ହସ୍ପିଟାଲ ୬୨୦୦ ରୋଗୀଙ୍କୁ ପରିଚାଳନା କରୁଛି।
ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସିହ୍ନା, ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ମେଡିକାଲ ଶିଳାନ୍ୟାସକୁ ଉନ୍ମୋଚନ କରିଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ଓ ମୁମ୍ବାଇ ଟାଟା ମେମୋରିଆଲ ସେଂଟରର ଗ୍ରୁପ ଡାଇରେକ୍ଟର ଡ. ସୁଦୀପ ଗୁପ୍ତା ଉପସ୍ଥିତ ଥିଲେ।
ଆଇସିଆଇସିଆଇ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସିଂହ କହିଛନ୍ତି ଯେ “ଆମେ ଟିଏମସି ସହିତ କ୍ୟାନସର୍ ସେବା କ୍ଷେତ୍ରରେ ଏକ ମିସନରେ ସହଯୋଗିତା କରିଥିବାରୁ ଗର୍ବିତ ଯାହା ଦେଶରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ସମୃଦ୍ଧ କରିବ। ଏହି ପ୍ରକଳ୍ପ ଲୋକଙ୍କ ପାଇଁ ସୁଲଭ ଏବଂ ଉଚ୍ଚ ମାନର ଡାକ୍ତରୀ ସେବା ସୁନିଶ୍ଚିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପ୍ରକଳ୍ପ ପୂର୍ବାଚଂଳରେ ଶିଶୁ ଏବଂ ବ୍ଲଡ କ୍ୟାନସର୍ ପାଇଁ ସବୁଠାରୁ ବଡ଼ କେନ୍ଦ୍ରଗୁଡିକ ମଧ୍ୟରୁ ଅନ୍ୟତମ। ଏହା ଆନ୍ଧ୍ର ପ୍ରଦେଶ ଏବଂ ପୂର୍ବାଚଂଳର ନିକଟବର୍ତୀ ରାଜ୍ୟଗୁଡିକର ରୋଗୀମାନଙ୍କୁ ସେବା ପ୍ରଦାନ କରିବ ଯାହା କ୍ୟାନସର୍ ଚିକିତ୍ସାର ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିବ।”
ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ବାତ୍ରା କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କରେ ସ୍ୱାସ୍ଥ୍ୟସେବା ଆମର ସିଏସଆର ପ୍ରୟାସର ଏକ ମୁଖ୍ୟ ବିଷୟ। ଦୁଇ ବର୍ଷ ପୂର୍ବେ ଆମେ ଟାଟା ମେମୋରିଆଲ୍ ସେଂଟର(ଟିଏମସି) ସହିତ ସହଯୋଗିତା ଘୋଷଣା କରିଥିଲୁ ଯାହା ଭାରତରେ କ୍ୟାନସର୍ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଛି। ଆମେ ୧୨୦୦ କୋଟି ଟଙ୍କା ଅର୍ଥ ସହାୟତାରେ ଭାଇଜାଗ, ନଭି ମୁମ୍ବାଇ ଏବଂ ନୂଆ ଚଣ୍ଡିଗଡ଼ରେ ଟିଏମସିର ତିନୋଟି ନୂତନ ବ୍ଲକ୍ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଟିଏମସିର ନୂଆ ଆବଶ୍ୟକତାକୁ ଚିନ୍ତା କରି ଆମେ ଆମର ଅର୍ଥ ସହାୟତା ୧୮୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଆନନ୍ଦିତ। ୧୦.୭ ଲକ୍ଷ ବର୍ଗଫୁଟ୍ କ୍ଷେତ୍ରରେ ବ୍ୟାପିଥିବା ଏହି ନୂତନ ବ୍ଲକଗୁଡିକରେ ଆଧୁନିକ ମେଡିକାଲ୍ ସୁବିଧା ଏବଂ ଗବେଷଣା ୟୁନିଟ୍ ରହିବ। ଏହି ବ୍ଲକ୍ ଗୁଡିକରେ ସମୁଦାୟ ୧୯ଟି ଲିନାକ ଏବଂ ୫୫୫ଟି ଶଯ୍ୟା ରହିବ। ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଆଞ୍ଚଳିକ ହବ୍ ଭାବରେ କାର୍ଯ୍ୟ କରିବ।
ହୋମି ଭାବା କ୍ୟାନସର୍ ହସ୍ପିଟାଲ୍ ଏବଂ ଗବେଷଣା କେନ୍ଦ୍ର, ଭାଇଜାଗର ନିର୍ଦ୍ଦେଶକ ଡଃ ଉମେଶ ମହାନ୍ତସେଟି କହିଛନ୍ତି ଯେ, “ଆମେ ଆଇସିଆଇସିଆଇ ଫାଉଣ୍ଡେସନ ପ୍ରତି ଏହାର ଅନୁଦାନ ପାଇଁ କୃତଜ୍ଞ। ତାହା ଏହି ଅଂଚଳରେ ଶିଶୁମାନଙ୍କ ଏବଂ ହେମାଟୋଲିମ୍ଫଏଡ୍ କ୍ୟାନସର୍ ଚିକିତ୍ସା ଏବଂ ଗବେଷଣାର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଇସିଆଇସିଆଇ ଫାଉଣ୍ଡେସନ୍ ସହିତ ଏହି ସହଯୋଗିତା ଦେଶବ୍ୟାପୀ ରୋଗୀଙ୍କୁ ଉତମ ଯତ୍ନ ପ୍ରଦାନ କରିବା ଏବଂ କ୍ୟାନସର୍ ଫଳାଫଳ ଉନ୍ନତି ଆଣିବାରେ ଆମ ସଂସ୍ଥାଗୁଡିକର ସାମୁହିକ ପ୍ରୟାସର ପ୍ରମାଣ।”
ଟାଟା ମେମୋରିଲ୍ ହସ୍ପିଟାଲ୍‌, ମୁମ୍ବାଇର ପ୍ରଫେସର୍ ଏବଂ ମୁଖ୍ୟ, ପିଡିଆଟ୍ରିକ୍ ଅଙ୍କୋଲୋଜି ଡ. ଗିରିଶ ଚିନ୍ନାସ୍ୱାମୀ କହିଛନ୍ତି ଯେ, “ପେଡିଆଟ୍ରିକ୍ ଏବଂ ହେମାଟୋଲିମ୍ଫଏଡ୍ କ୍ୟାନସର୍ ପାଇଁ ନିର୍ଣ୍ଣୟ, ମୂଲ୍ୟାଙ୍କନ, ଚିକିତ୍ସା, ରକ୍ତ କେନ୍ଦ୍ର, ପୁଷ୍ଟିକର, ପୁନର୍ବାସ ଇତ୍ୟାଦି ସହାୟକ ସେବା ଏବଂ ବିଶେଷଜ୍ଞତା ଆବଶ୍ୟକ। ଏଚବିସିଏଚଆରସି, ଭାଇଜାଗରେ ବର୍ତ୍ତମାନ ଆମେ ଗତ ୩ ବର୍ଷ ଧରି ପ୍ରତିବର୍ଷ ପ୍ରାୟ ୨୦୦ ନୂତନ ପିଡିଆଟ୍ରିକ୍ କ୍ୟାନସର୍ ଏବଂ ୩୫୦-୪୦୦ ହେମାଟୋଲିମ୍ଫଏଡ୍ କ୍ୟାନସର୍ ରୋଗୀଙ୍କୁ ପଂଜୀକୃତ କରୁଛୁ। ନୂତନ ବ୍ଲକ୍ ଯୋଡ଼ିହେବା ସହିତ ଆମେ ସେବା ବଢ଼ାଇବାରେ ସକ୍ଷମ ହେବୁ ଯାହା ଅସ୍ଥିମଜ୍ଜା ପ୍ରତିରୋପଣ ପ୍ରୋଗ୍ରାମକୁ ବିସ୍ତାର ଏବଂ ଇମ୍ୟୁନୋଥେରାପି ଆରମ୍ଭ କରିବାରେ ସାହାଯ୍ୟ କରିବ। ଏହା ଏହି ଅଂଚଳର ରୋଗୀଙ୍କ ସମ୍ବନ୍ଧୀୟ ଗବେଷଣା କରିବାରେ ମଧ୍ୟ ବହୁତ ସୁଯୋଗ ପ୍ରଦାନ କରିବ।”


Share It

Comments are closed.