ବଜାରରେ ପୂରଣ ହେଉନି ଚାହିଦା, ମହଙ୍ଗା ହେଲା ଆଇସକ୍ରିମ: ୧୦ରୁ ୧୫% ବଢ଼ାଇଲା ଦର


ମହଙ୍ଗା ହୋଇଛି ଆଇସକ୍ରିମ । ଅଧିକାଂଶ କମ୍ପାନି ଆଇସକ୍ରିମ ଦର ୧୦ରୁ ୧୫% ବଢ଼ାଇ ଦେଇଥିବା ଜଣାପଡିଛି । ଏବେ ଚାହିଦା ରହିଥିବା ବେଳେ ବଜାରକୁ ଆବଶ୍ୟକତା ମୁତାବକ ଆଇସକ୍ରିମ ଆସିପାରୁନାହିଁ । ଫଳରେ ୨୦୧୯ ତୁଳନାରେ ଗରମ ଯୋଗୁ ଆଇସକ୍ରିମ ବିକ୍ରି ପ୍ରାୟ ୪୫% ବଢ଼ିଛି । କମ୍ପାନିଗୁଡିକ ଉତ୍ପାଦନ ପ୍ରାୟ ୩୦% ବଢ଼ାଇଥିଲେ ମଧ୍ୟ ବଜାର ଚାହିଦା ପୂରଣ କରିବାକୁ ଏହା ପର୍ଯ୍ୟାପ୍ତ ହେଉନ ଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି ।

କର୍ଣ୍ଣାଟକରେ ମୁଖ୍ୟ କାର୍ଯ୍ୟାଳୟ ଥିବା ହାଙ୍ଗ୍ୟୋ ଆଇସକ୍ରିମର ଏମ୍‌ଡି ପ୍ରଦୀପ ଜି ପାଇ କହିଛନ୍ତି ଯେ, ଆଇସକ୍ରିମ ଉତ୍ପାଦନକାରୀଙ୍କ ମୋଟ କାରବାର କ୍ଷେତ୍ରରେ ମାର୍ଚ୍ଚରୁ ଜୁନ ମାସର ବିକ୍ରି ଯୋଗଦାନ ୪୫ରୁ ୫୦% ରହିଥାଏ । ଇଣ୍ଡିଆନ ଆଇସକ୍ରିମ ମାନୁଫାକଚର୍ସ ଆସୋସିଏସନ ମୁତାବକ, ୨୦୨୨ରେ ଅଧିକ ଚାହିଦା ଯୋଗୁ କାରବାର ପ୍ରାୟ ୧୧ ହଜାର କୋଟି ଟଙ୍କା ଛୁଇଁପାରେ । ଏହା ୯ ହଜାର କୋଟି ଟଙ୍କା ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା ।


Share It

Comments are closed.