ଆଗାମୀ ବିଶ୍ୱକପରେ ଭାରତର ଏହି ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କ ନଜର


ବିଶ୍ୱକପ ୨୦୧୯କୁ ଆଉ କେବଳ ତିନି ମାସ ବାକି ରହିଛି । ସମସ୍ତ ଦଳ ଏହି ବିଶ୍ୱକପ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲଣି । ତେବେ ଅନ୍ୟପଟେ ଗତ କିଛି ଦିନ ହେବ ଭାରତୀୟ ଟିମ ବିନା ବିଶ୍ରାମରେ ମ୍ୟାଚ ଖେଳି ଆସୁଥିବାବେଳେ ଦଳ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଦଳ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇଥିଲା । ଏହା ସହ ଭାରତୀୟ ବୋଲର ଏବଂ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଭଲ ଫର୍ମରେ ଥିବାବେଳେ ଆଗାମୀ ବିଶ୍ୱକପରେ ଦଳର ଏହି ଖେଳାଳୀଙ୍କ ଉପରେ ମୁଖ୍ୟତଃ ନଜର ରହିବ ଯିଏକି ଟାଇଟେଲ ହାସଲ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ ।

 ବିରାଟ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳୀ ବୋଲି ସମ୍ବୋନ୍ଧିତ କରାଯାଉଛି । କୋହଲି ଭାରତ ପାଇଁ ଅନେକ ମ୍ୟାଚ ଖେଳିବା ସହ ଅନେକ ବିରଳ ଇତିହାସ ମଧ୍ୟ ରଚିଛନ୍ତି । କୋହଲି ୨୨୨ ଟି ମ୍ୟାଚ ଖେଳି ୫୯.୫୦ ହାରରେ ୧୦୫୩୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୯ଟି ଶତକ ଏବଂ ୪୯ଟି ଅଦ୍ଧ୍ୱର୍ଶତକ ମଧ୍ୟ ରହିଛି । ବିରାଟ ଦଳର ଜଟିଳ ସ୍ଥିତିରେ ଠିଆ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତାଇବାରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନି

ବିଶ୍ୱ କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଖେଳାଳୀ ମହେନ୍ଦ୍ର ସିଂହ ଧୋନି ତାଙ୍କର ‘କୁଲନେସ’ ଏବଂ ଅନୁଭବ ପାଇଁ ଖୁବ ପରିଚିତ । ୩୭ ବର୍ଷିୟ ଏହି ଖେଳାଳୀ ଅଦ୍ଭୁତପୂର୍ବ ୱିକେଟ କିପିଙ୍ଗ ଏବଂ ବିସ୍ପୋଟକ ସଟ ପାଇଁ ଖୁବ ପରିଚିତ । ପୂର୍ବରୁ ଧୋନିଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଧୋନିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପୁଣିଥରେ ଚକିତ କରିଦେଇଛି । ଧୋନି ୩୩୮ ଟି ମ୍ୟାଚ ଖେଳି ୫୦.୮୦ ହାରରେ ୧୦୪୧୫ ରନ ସଂଗ୍ରହ କରିବା ସହ ୩୧୧ଟି କ୍ୟାଚ ଏବଂ ୧୧୯ଟି ଷ୍ଟମ୍ପିଙ୍ଗ ମଧ୍ୟ କରିଛନ୍ତି ।

ଯଶପ୍ରୀତ ବୁମରା

ବୁମରା ବର୍ତ୍ତମାନ ଭାରତ ଶ୍ରେଷ୍ଠ ବୋଲର ଅଟନ୍ତି । ସେ ଭାରତ ଏବଂ ବିଦେଶରେ ମଧ୍ୟ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ସାରିଛନ୍ତି । ଦୁନିଆର ଅଧିକାଂଶ ଖେଳଳୀ ତାଙ୍କ ବଲ ଖେଳିବା ଡରନ୍ତି । ସେ ଗତ ୧୦ଟି ମ୍ୟାଚରେ ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଏବଂ ବାଙ୍ଗଳାଦେଶ ବିପକ୍ଷରେ ୨୦ ଟି ହାସଲ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବୁମରା ୪୪ଟି ମ୍ୟାଚ ଖେଳି ୨୧.୦୧ ହାରରେ ୭୮ଟି ୱିକେଟ ହାସଲ କରିସାରିଛନ୍ତି ।

ରୋହିତ ଶର୍ମା

କ୍ରିକେଟ ଜଗତରେ ‘ହିଟ ମ୍ୟାନ’ ନାମରେ ଲୋକପ୍ରିୟ ଥିବା ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭୟଙ୍କର ଖେଳାଳୀ ବୋଲି ସମସ୍ତେ ଜାଣନ୍ତି । ସେ ଲମ୍ବା ସଟ ଏବଂ ଲମ୍ବା ଇନିଂସ ଖେଳିବାରେ ଖୁବ ମାହିର । ରୋହିତ ଦିନିକିଆରେ ୩ଟି ଦ୍ୱିଶତକ ହାସଲ କରିଥିବା ବିଶ୍ୱର ଏକମାତ୍ର ଖେଳାଳୀ ଅଟନ୍ତି । ରୋହିତ ୨୦୧ଟି ମ୍ୟାଚ ଖେଳି ୪୭.୬୦ ହାରରେ ୭୮୦୮ ରନ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ତିନୋଟି ଦ୍ୱିଶତକ ଏବଂ ୩୯ଟି ଅଦ୍ଧ୍ୱର୍ ଶତକ ମଧ୍ୟ ରହିଛି ।


Share It

Comments are closed.