୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଟି-୨୦ ବିଶ୍ୱକପ୍‌


ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପକୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ପାରେ ବୋଲି ଆଶା କରାଯାଉଛି । ଟି-୨୦ ବିଶ୍ୱକପ ସ୍ଥଗିତ କରାଯିବା ପରେ ଚଳିତ ବର୍ଷ ଅକ୍ଟୋବରରେ ଆଇପିଏଲ ଆୟୋଜନାର ସମ୍ଭାବନା ଅନେକ ମାତ୍ରାରେ ବଢିଯାଇଛି । ଆଇସିସି ସମସ୍ତ କ୍ରିକେଟ ବୋର୍ଡଙ୍କ ସହିତ ଆସନ୍ତା ୨୮ ତାରିଖରେ ଟେଲି କନଫ୍‌ରେନ୍ସ କରିବ । ମହାମାରୀ କରୋନା ଭାଇରସ ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ଯଦି ଏହାକୁ ଔପଚାରିକ ଋପ ଦିଆଯାଏ ତେବେ ଏହି ନିଷ୍ପତି ଦ୍ୱାରା ସଦସ୍ୟଙ୍କୁ ଆଗାମୀ ମାସ ପାଇଁ ଦ୍ୱିପାକ୍ଷିକ ସିରିଜ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ ।
ମିଳିଥିବା ସୂଚନା ମୁତାବକ, ବିଶ୍ୱ ଟି-୨୦ ସ୍ଥଗିତ ହେବାର ଅନେକ ସମ୍ଭାବନା ରହିଛି କିନ୍ତୁ ଏ ସଂପର୍କରେ ଚରମ ନିଷ୍ପତି ଗୁରୁବାର ନିଆଯିବ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, “ବର୍ତ୍ତମାନ ପରିସ୍ଥିତିରେ ଟି-୨୦ ବିଶ୍ୱକପର ଆୟୋଜନାର ସମ୍ଭାବନା ଖୁବ କମ ରହିଛି । ମୋତେ ଲାଗୁ ନାହିଁ କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଶୀର୍ଷକ କ୍ରିକେଟ ବୋର୍ଡକୁ ଏହା ଦ୍ୱାରା କୌଣସି ଅସୁବିଧା ହେବ । ” ୧୫ ମେ’ କ୍ରିସ ଟେଟଲିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଆଇସିସି ଇଭେଣ୍ଟ କମିଟି ଅନେକ ବିକଳ୍ପ ପ୍ରସ୍ତାବ ଦେଇଥିଲା । ସମସ୍ତ ବିକଳ୍ପ ମଧ୍ୟରୁ ଗୋଟିଏ ବିକଳ୍ପ ଏହା ଥିଲା ଯେ, ଏହି ଟୁର୍ଣ୍ଣାମେଣ୍ଟକୁ ଅକ୍ଟୋବରରୁ ନେଇ ୨୦୨୨ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଉ ବୋଲି ।


Share It

Comments are closed.