ୱିକେଟ କିପର ରୂପେ ନୂଆ ଇତିହାସ ରଚିଲେ ଧୋନି


ଗତ କାଲିର ମ୍ୟାଚରେ ଆଫ୍ରିକା ଠାରୁ ବିଜୟ ସହ ଭାରତ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଭାରତ ଏହି ମ୍ୟାଚରେ ଆଫ୍ରିକାକୁ ୬ଟି ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ବୋଲରଙ୍କ ଶାଣିତ ବୋଲିଂରେ ଦକ୍ଷିଣ ଆଫ୍ରିକା ଖେଳାଳୀ ୨୨୭ ରନ କରିବାକୁ ସକ୍ଷମ ହୋଇଥିବାବେଳେ ୨୨୭ ରନର ଏହି ଲକ୍ଷ୍ୟକୁ ଭାରତ ୪୭.୩ ଓଭରରେ ହାସଲ କରିଦେଇଥିଲା ।
ଏହି ମଧ୍ୟରେ ଭାରତ ବିଜୟର ମୁଖ୍ୟ ଦାବୀଦାର ହିଟ ମ୍ୟାନ ରୋହିତ ଶର୍ମା ଥିବାବେଳେ ସେ ୧୪୪ଟି ବଲ ଖେଳି ୧୨୨ ରନ ସଂଗ୍ରହ କରିଥିଲେ । କେବଳ ରୋହିତ ନୁହଁନ୍ତି ତାଙ୍କ ସମେତ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଧୋନି ମଧ୍ୟ ଏହି ମ୍ୟାଚ ଦ୍ୱାରା ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଧୋନି ‘ଲିଷ୍ଟ-ଏ’ କ୍ରିକେଟରେ ୧୩୯ ଟି ଷ୍ଟମ୍ପିଙ୍ଗ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ସହିତ ସେ ପାକିସ୍ତାନି ୱିକେଟ କିପର ମୋଇନ ଖାନଙ୍କ ସହ ସମକକ୍ଷ ହୋଇଯାଇଛନ୍ତି । କିପର ରୂପେ ଧୋନି ଆନ୍ତର୍ଜାତିକ ମ୍ୟାଚରେ ସର୍ବଶ୍ରେଷ୍ଠ ୬୦୦ ୱକେଟ ନେବାର ବିରଳ ରେକର୍ଡ ସୃଷ୍ଟି କରିଥିବାବେଲେ ଏହି କ୍ରମରେ ରହିଛନ୍ତି
• ମହେନ୍ଦ୍ର ସିଂହ ଧୋନି-୬୦୦
• ମାର୍କ ବାଉଚର-୫୯୬
• କୁମାର ସାଙ୍ଗାକାର-୪୯୯
• ଆଡମ ଗିଲଖ୍ରିଷ୍ଟ-୪୮୫
ୱିକେଟ କିପର ରୂପେ ଧୋନି ବିଶ୍ୱକପରେ ୩୩ଟି ୱିକେଟ ନେଇ ସାରିଥିବାବେଳେ ଏହି କ୍ରମରେ ସେ ନ୍ୟୁଜିଲାଣ୍ଡ ୱିକେଟ କିପର ବ୍ରେଣ୍ଡନ ମ୍ୟାକୁଲମଙ୍କୁ ମଧ୍ୟ ଫଛରେ ପକାଇ ଦେଇଛନ୍ତି । ଧୋନି ଗତ କାଲିର ମ୍ୟାଚରେ ରୋହିତଙ୍କ ସହ ଭଲ ସହଭାଗିତା କରିଥିବାବେଳେ ସେ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ ।


Share It

Comments are closed.