ଦିନିକିଆ ସିରିଜ ହାରିବା ପରେ ମଧ୍ୟ ‘ୱାର୍ଲଡ ସୁପର ଲିଗ’ ର‌୍ୟାକିଂରେ ଶୀର୍ଷରେ ରହିଛି ଇଂଲଣ୍ଡ, ୭ମରେ ରହିଛି ଭାରତ


ୱାନଡେ ସିରିଜ୍‌ରେ ଭାରତ ହାତରୁ ୨-୧ରେ ହାରିବା ପରେ ମଧ୍ୟ ଇଂଲଣ୍ଡ ଟିମ୍‌ ୱାର୍ଲଡ ସୁପର ଲିଗ୍‌ର ରାକିଂରେ ଟପ୍‌ରେ ରହିଛି । ଭାରତୀୟ ଟିମ୍‌ ୭ମ ସ୍ଥାନରେ ପହଞ୍ଚିଛି । ଏହାର ୨୯ ପଏଣ୍ଟସ ରହିଛି । ସେପଟେ ୪୦ ପଏଣ୍ଟସ ସହ ଶୀର୍ଷରେ ରହିଛି ଇଂଲଣ୍ଡ ।

କହି ରଖୁଛି କି , ଭାରତୀୟ ଟିମ୍‌ ରବିବାର ଇଂଲଣ୍ଡ ବିପକ୍ଷରେ ୱାନଡେ ସିରିଜ୍‌ରେ ୨-୧ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍‌ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇଛି । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୨୯ ରନ୍‌ କରିଥିଲା । ଏହାର ଜବାବରେ ଇଂଲଣ୍ଡ ଟିମ୍‌ ୫୦ ଓଭରରେ ୩୨୨ ରନ୍‌ ହିଁ କରିବାରେ ସକ୍ଷମ ହୋଇ ପାରିଥିଲା । ୱାର୍ଲ୍ଡ ସୁପର ଲିଗ୍‌ର ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି । ଏହାର ମଧ୍ୟ ୪୦ ପଏଣ୍ଟ ରହିଛି । କିନ୍ତୁ ନେଟ୍‌ ରନ୍‌ରେଟ୍‌ ଆଧାରରେ ସେ ଇଂଲଣ୍ଡ ଠାରୁ ପଛରେ ରହିଛି । ସୂଚନା ଯେ, ଏହି ଲିଗ୍‌ରେ ପ୍ରତି ଟିମ୍‌କୁ ଗୋଟିଏ ମ୍ୟାଚ୍‌ ଜିତିବା ପାଇଁ ୧୦ ଅଙ୍କ ମିଳିଥାଏ । ମ୍ୟାଚ୍‌ ଟାଇ ବା ରଦ୍ଦ ହେଲେ ୫ ଅଙ୍କ ମିଳିଥାଏ ଏବଂ ମ୍ୟାଚ୍‌ ହାରିଲେ କୌଣସି ଅଙ୍କ ମିଳିନଥାଏ । ରାଙ୍କିଙ୍ଗ୍‌ରେ ଭାରତୀୟ ଟିମ୍‌ ଠାରୁ ଉପରେ ବାଂଲାଦେଶ ଓ ଅଫଗାନିସ୍ତାନ ଭଳି ଟିମ୍‌ ରହିଛନ୍ତି । ବାଂଲାଦେଶ , ନ୍ୟୁଜିଲାଣ୍ଡ , ୱେଷ୍ଟଇଣ୍ଡିଜ୍‌, ଓ ଅଫଗାନିସ୍ତାନର ୩୦-୩୦ ପଏଣ୍ଟସ ଅଛି । ନ୍ୟୁଜିଲାଣ୍ଡ ଭଲ ନେଟ୍‌ ରନ୍‌ରେଟ୍ ଆଧାରରେ ୩ୟ , ଅଫଗାନିସ୍ତାନ ୪ର୍ଥ , ବାଂଲାଦେଶ ୫ମ ଓ ୱେଷ୍ଟଇଣ୍ଡିଜ୍‌ ୬ଷ୍ଠ ସ୍ଥାନରେ ରହିଛି । ଭାରତୀୟ ଟିମ୍ କଥା ଯଦି କହିବା ତ ଏହା ୱର୍ଲଡ ସୁପର ଲିଗ୍‌ରେ ୬ଟି ମ୍ୟାଚ୍‌ ଖେଳିଛି । ଏଥିରେ ୩ଟିରେ ଜିତିଥିବା ବେଳେ ୩ଟିରେ ହାରିଛି। ପେନାଲଟି ଓଭର କାରଣରୁ ଏହର ଏକ ଅଙ୍କ ମାଇନସ୍‌ ହୋଇଛି । ଯେଉଁଥି ପାଇଁ ଭାରତକୁ ୨୯ ପଏଣ୍ଟସ ମିଳିଛି ।


Share It

Comments are closed.