ନୋବଲକୁ ନେଇ ଆଇସିସି ଲାଗୁ କଲା ନୂଆ ନିୟମ


ଆଇସିସି ବର୍ତ୍ତମାନ ନୋବଲକୁ ନେଇ କ୍ରିକେଟରେ ନୂଆ ନିୟମ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ଠାରୁ ଏହି ନୂଆ ନିୟମ ଲାଗୁ କରାଯିବ । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ସଫଳତାପୂର୍ବକ ଏହି ନୂଆ ନିୟମର ପ୍ରୟୋଗ ପରେ ବର୍ତ୍ତମାନ ଆଇସିସି ଏହାକୁ ବଡ ସ୍ତରରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛି ।
ଏହି ନୂଆ ନିୟମ ଏବଂ ପ୍ରଣାଳୀ ଅଧିନରେ ଥାର୍ଡ ଓମ୍ପାୟର ବର୍ତ୍ତମାନ ପ୍ରତ୍ୟେକ ବଲ ପରେ ବୋଲର ଫ୍ରଣ୍ଟଫୁଟର ଦେଖିବେ ଏବଂ ନୋବଲ ସଂପର୍କରେ ଥାର୍ଡ ଓମ୍ପାୟରଙ୍କୁ ସୂଚନା ଦେବେ । ଏହି ନିୟମରେ ଫିଲ୍ଡି ଓମ୍ପାୟର, ଥାର୍ଡ ଓମ୍ପାୟରଙ୍କ ବିନା ପରାମର୍ଶରେ ନୋବଲ ସଂପର୍କରେ କୌଣସି ବି ନିଷ୍ପତି ନେଇପାରିବେ ନାହିଁ ।
ନୋବଲକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଅଧିନାୟକ ଏବଂ ଖେଳାଳୀ ସହ ଓମ୍ପାୟରଙ୍କ ଯୁକ୍ତିତର୍କ ମଧ୍ୟ ହେବାର ଦୃଶ୍ୟ ଦେଖିବାକୂୁ ମିଳିଥାଏ । ଏଭଳି ଏକ ନିୟମ ତଥା ପ୍ରଣାଳୀ ଲାଗୁ ହେବା ପରେ ଫିଲ୍ମ ଓମ୍ପାୟରଙ୍କ କାମ ସହଜ ହୋଇଯିବ ।
ଏହି ପ୍ରଣାଳୀ ଏବଂ ନିୟମକୁ ନେଇ ଆଇସିସି କହିଛି ଯେ, “ଏହି ନିୟମ ଓ ପ୍ରଣାଳୀ ୧୨ଟି ମ୍ୟାଚରେ ଲାଗୁ କରାଯାଇଥିଲା ଯେଉଁଥିରେ ୪୭୧୭ଟି ବଲରୁ ୧୩ ନୋବଲ ପଡିଥିଲା । ଏହି ମ୍ୟାଚ ଗୁଡିକରେ ସମସ୍ତ ନିଷ୍ପତି ଠିକ ପ୍ରମାଣିତ ହୋଇଥିଲା । ”


Share It

Comments are closed.