ଆଇସିସି ଟେଷ୍ଟ ମାନ୍ୟତା, କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ


ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିବା-ରାତ୍ର ଟେଷ୍ଟ ଶେଷ ହେବା ପରେ ଆଇସିସିି ଖେଳାଳି ମାନ୍ୟତା ତାଲିକା ଘୋଷଣା ହୋଇଛି । ପ୍ରଥମ ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ପରାଜୟ ସତ୍ତେ୍ୱ ଅଧିନାୟକ ବିରାଟ କୋହଲିଙ୍କ ରେଟିଂ ପଏଣ୍ଟରେ ଉନ୍ନତି ଘଟିଛି । ସେ ପ୍ରଥମ ଇନିଂସ୍‌ରେ ୭୪ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ଥିବା ଷ୍ଟିଭେନ୍‌ ସ୍ମିଥ୍‌ (୯୦୧)ଙ୍କ ନିକଟତର ହୋଇଛନ୍ତି । କୋହଲି (୮୮୮) ମାତ୍ର ୧୩ ପଏଣ୍ଟରେ ପଛୁଆ ରହିଛନ୍ତି । ସ୍ମିଥ୍‌ ଉଭୟ ଇନିଂସ୍‌ (୧, ୧ରନ୍‌)ରେ ବିଫଳ ହୋଇଥିବାରୁ ୧୦ ରେଟିଂ ପଏଣ୍ଟ ହରାଇଛନ୍ତି ।

ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ସପ୍ତମ ସ୍ଥାନକୁ ଉଠିଥିବାବେଳେ ଚେତେଶ୍ୱର ପୂଜାରା ଅଷ୍ଟମକୁ ଖସିଯାଇଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ କ୍ୟାରିୟର ଶ୍ରେଷ୍ଠ ୩୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲିଂ ମାନ୍ୟତାରେ ଜୋଶ ହାଜେଲଉଡ୍‌ ୪ଟି ସ୍ଥାନ ଉନ୍ନୀତ ହୋଇ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି । ପ୍ୟାଟ୍‌ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଷ୍ଟାର୍‌ ପେସ୍‌ ବୋଲର ଜଶପ୍ରୀତ୍‌ ବୁମ୍‌ରା ୧୧ତମ ସ୍ଥାନକୁ ଖସିଯାଇଛନ୍ତି ।


Share It

Comments are closed.