ଟି-ଟ୍ୱେଣ୍ଟି ବିଶ୍ୱକପ୍‌ : ଶତପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଷ୍ଟାଡିୟମରେ ଅନୁମତି


ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣ । କୋଭିଡ୍‌ ଯୋଗୁ ଅଷ୍ଟ୍ରେଲିଆ ୨୦୨୦ ସଂସ୍କରଣ ଆୟୋଜନ କରିପାରି ନଥିଲା । ବିଶ୍ୱକପ୍‌ର ଟିକେଟ୍‌ ବିକ୍ରି ଚାଲୁ ରହିଛି । ଅଷ୍ଟ୍ରେଲିଆରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ତେଣୁ ଆଶା କରାଯାଉଛି ଯେ ବିଶ୍ୱକପ୍‌ ବେଳକୁ ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି ରହିବ ।

ଅଷ୍ଟ୍ରେଲିଆ କ୍ରିକେଟ୍‌ର ସିଇଓ ନିକ ହକ୍‌ଲେ କହିଛନ୍ତି, ଆଗାମୀ ବିଶ୍ୱକପ୍‌ ପାଇଁ ଟିକେଟର ବହୁ ଚାହିଦା ରହିଛି । ଆଶା କରୁଛୁ ସେତେବେଳେକୁ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।’ ବିଶ୍ୱକପ୍‌ରେ ୧୬ଟି ଦଳ ସାମିଲ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୩ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.