ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ସ୍ଥାନ ହାସଲ କଲେ କୋହଲି, ଦ୍ୱିତୀୟରେ ରୋହିତ


ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ବ୍ୟାଟସମ୍ୟାନ ର‌୍ୟାଙ୍କିଙ୍ଗରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ସେହିପରି ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ବୋଲର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ରୋହିତ ୮୫୫ ଓ ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ୮୨୯ ସହ ତୃତୀୟ ରହିଛନ୍ତି । ସେହିପରି ବୁମରାହ ୭୧୯ ପଏଣ୍ଟ ସହ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲଟ୍ ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି । ବ୍ୟାଟିଂ ତାଲିକାରେ ଆୟାର୍ଲାଣ୍ଟର ଅଧିନାୟକ ଆଣ୍ଡ୍ର‌୍ୟୁ ଇଂଲଣ୍ଡ ବିପକ୍ଷରେ ୧୧୩ ରନର ଇନିଂସ ଖେଳିବା ପରେ କ୍ୟାରିୟରର ଶ୍ରେଷ୍ଠ ୪୨ ତମ ସ୍ଥାନରେ ରହିଛନ୍ତି । ସେହିପରି ଉପ ଅଧିନାୟକ ପଲ ଷ୍ଟାଲିଂ ୧୪୨ ରନ୍‌ର ଇନିଂସ ଖେଳି ୨୬ତମ ସ୍ଥାନରେ ପହଁଚିଛନ୍ତି ।

ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଅନ୍ତିମ ଦିନିକିଆରେ ଶତକ ଅର୍ଜନ କରିଥିଲେ । ଏହାପରେ ସେ ୨୨ ତମ ରାଙ୍କକୁ ଉତୀନ୍ନ ହୋଇଛନ୍ତି । ଜନୀ ବେୟରୋଷ୍ଟୋ ଗୋଟିଏ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଁଚିଛନ୍ତି । ସେହିପରି ଇଂଲଣ୍ଡର ସ୍ପିନର ଆଦିଲ ରଶିଦ ୨୯ରୁ ୨୫ ତମ ସ୍ଥାନରେ ପହଁଚିଛନ୍ତି ।


Share It

Comments are closed.