ବିଶ୍ୱକପରେ ୧୬ ବର୍ଷ ପରେ ଆଜି ଆମନା ସାମନି ହେବେ ‘ଭାରତ ଏବଂ ନ୍ୟୁଜିଲାଣ୍ଡ’


ଆଜି ବିଶ୍ୱକପରେ ‘ଟ୍ରେଣ୍ଟ ବ୍ରିଜ’ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପର ପରସ୍ପର ଆମନା ସାମନା ହେବ । ଚଳିତ ବିଶ୍ୱକପରେ ଉଭୟ ଟିମ ଗୋଟିଏ ବି ମ୍ୟାଚ ହାରି ନାହାନ୍ତି । ଏହା ସହ ବର୍ଷା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ବର୍ଷା କାରଣରୁ ଚଳିତ ବିଶ୍ୱକପରେ ତିନୋଟି ଯାକ ମ୍ୟାଚ ବାତିଲ ହୋଇ ଯାଇଥିବାବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ଖେଳିଥିବା ସମସ୍ତ ତିନୋଟି ଯାକ ମ୍ୟାଚରେ ବିଜୟ ଲାଭ କରିଛି ।
ସେହିଭଳି ଭାରତ ଦୁଇଟି ମ୍ୟାଚ ଖେଳି ବଜୟ ଲାଭ କରିଥିବାବେଳେ ଉଭୟ ଟିମ ୧୬ ବର୍ଷ ପରେ ପୁଣି ଥରେ ଆମନା ସାମନି ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ଉଭୟ ଟିମ ୨୦୦୩ରେ ଆମନା ସାମନି ହୋଇଥିଲେ ମଧ୍ୟ ଚଳିତ ବିଶ୍ୱକପରେ ଅଭ୍ୟାସ ମ୍ୟାଚ ଦ୍ୱାରା ଭାରତ ଏବଂ ନ୍ୟୁଜିଲାଣ୍ଡ ଟକରା ଟକରି ହୋଇଥିଲେ କିନ୍ତୁ ଏଥିରେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ସେଥିପାଇଁ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହୋଇଥିବା ପରାଜୟକୁ ଧ୍ୟାନରେ ରଖି ସେ ଭାରତ ଆଜି ନ୍ୟୁଜିିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ।
ଭାରତ ଏହି ମ୍ୟାଚରେ ସତର୍କ ରହିବା ନିହାତି ଜରୁରୀ କାରଣ ଏହି ମ୍ୟାଚରେ ଦଳର ପ୍ରମୁଖ ବାମ ହାତୀ ଖେଳାଳୀ ଶିଖର ଧାୱାନ ଖେଳିବେ ନାହିଁ । ତାଙ୍କର ଅନୁପସ୍ଥିତି ଦଳକୁ କ୍ଷତି ମଧ୍ୟ ପହଞ୍ଚାଇପାରେ । ଆଜି ଭାରତ ତରଫରୁ କେଏଲ. ରାହୁଲ ଏବଂ ରୋହିତ ଶର୍ମା ସଫଳ ଓପନିଙ୍ଗ ଯୋଡି ରୂପେ ମଧ୍ୟ ପଡିଆକୁ ଓହ୍ଲାଇପାରନ୍ତି ।
ନ୍ୟୁଜିଲାଣ୍ଡ – କିନ ୱିଲିୟମସନ (ଅଧିନାୟକ), ଟଲ ବ୍ଲଣ୍ଡଲ, ଟ୍ରେଣ୍ଡ ବୋଲ୍ଡ, କୋଲିନ ଡି ଗ୍ରାଣ୍ଡହୋମ, ଲୋକି ଫାଗରେରସନ, ମାର୍ଟିନ ଗୁଫଟିଲ, ଟମ ଲାଥମ, କୋଲିନ ମନୁରେ, ଜିମ୍ମି ଲିଶାମ, ହେନେରୀ ନିକୋଲସ, ମିଶେଲ ଷ୍ଟେନର, ଇସ ସୋଦି, ଟିମ ସାଉଦି, ରୋସ ଟେଲର ।
ଭାରତ – ବିରାଟ କୋହଲି (ଅଧିନାୟକ), ଜଶପ୍ରୀତ ବୁମରା , ୟୁଜବିନ୍ଦ୍ର ଚହଲ, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଯାଡେଜା, କେଦାର ଯାଦବ, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡିଆ, ଲୋକେଶ ରାହୁଲ, ମହମ୍ମଦ ଶାମୀ, ବିଜୟ ଶଙ୍କର, ରୋହିତ ଶର୍ମା, କୁଲଦୀପ ଯାଦବ ।


Share It

Comments are closed.