ଜାମ୍ମୁ କାଶ୍ମୀରରେ ଦୁର୍ଘଟଣାଗ୍ରସ୍ତ ହେଲା ଯୁଦ୍ଧ ବିମାନ


ଜାମ୍ମୁ କାଶ୍ମୀରରେ ଭାରତୀୟ ବାୟୁ ସେନାର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇ ଜଣ ପାଇଲଟଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି । ଏହ ଦୁର୍ଘଟଣାଟି ବଡଗାମ ଅଞ୍ଚଳ ଠାରୁ ୭ କି.ମି ଦୂର ‘ଗାରେନ୍ଦ’ ଗ୍ରାମରେ ଘଟିଛି । ଶ୍ରୀନଗର ଏୟାରବେସରୁ ଉଡାଣ ଭରିଥିବା ଏହି ଯୁଦ୍ଧ ବିମାନ ନିଜ ଭାରସାମ୍ୟ ହରାଇ ଏକ କ୍ଷେତରେ ଜାଇକି ପଡିଥିଲା । ଯାହାଫଳରେ ସେଠାରେ ଭିଷଣ ନିଆଁ ଲାଗିଯିବା ହେତୁ ଘଟଣାସ୍ଥଳେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି ।
ବର୍ତ୍ତମାନ ଏହି ଦୁର୍ଘଟଣାର କାରଣ ଜଣା ପଡିନଥିବାବେଳେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି ଭାରତର ୨୦ ଦିନରେ ୫ଟି ପ୍ଲେନ କ୍ରାସ ହୋଇଛି । ସେଥିମଧ୍ୟରୁ ବାଙ୍ଗାଲୋରରେ ଏୟାର ସୋ ଚାଲିଥିବା ସମୟରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ମାଡ ହୋଇ ଖସି ପଡିଥିଲେ ।


Share It

Comments are closed.