ଭାରତରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କଲେ ରାହୁଲ


କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦୁଷ୍କର୍ମ ବୟାନ ଉପରେ ଲୋକସଭାରେ ତୁମ୍ବିତୋଫାନ ଖେଳିଯିବା ପରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ବିଜେପି ସାଂସଦମାନେ ଦାବୀ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି ଯେ, “ନିଜର ଦୋଷ ଲୁଚାଇବା ପାଇଁ ବିଜେପି ଏଭଳି ପନ୍ଥା ଆପଣାଉଛି । ସାରା ଦୁନିଆରେ ସରକାର ଭାରତର ଛବି ଖରାପ କରି ସାରିଛନ୍ତି । ବର୍ତ୍ତମାନ ଅର୍ଥବ୍ୟବସ୍ଥା ସଂପର୍କରେ ଆଲୋଚନା ହେଉ ନାହିଁ ।”
ଏହା ପୂର୍ବରୁ ଲୋକସଭାରେ ବିଜେପି ରାହୁଲ ଗାନ୍ଧୀଙ୍କ ଦୁଷ୍କର୍ମ ମାମଲାରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବୀ କରିଥିଲା । ଅନ୍ୟପଟେ ସଂସଦରେ ଶୀତକାଳିନ ଅଧିବେଶନକୁ ଅନିଶ୍ଚିତକାଳ ପାଇଁ ବନ୍ଦ କରାଇଦିଆ ଯାଇଛି ।

କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦୁଷ୍କର୍ମ ଟିପ୍ପଣୀ ଉପରେ ଶୁକ୍ରବାର ଦିନ ବିଜେପି ସଦସ୍ୟମାନେ ସଂସଦରେ ହୋହାଲ୍ଲା କରିବା ହେତୁ ଶୀତକାଳୀନ ଅଧିବେଶନକୁ କିଛି ସମୟ ପାଇଁ ବନ୍ଦ କରାଇ ଦିଆଯାଇଥିଲା ଏବଂ ଏହା ପରେ ଯେତେବେଳେ ପୁଣିଥରେ ଅଧିବେଶନ ଆରମ୍ଭ କରାଯାଇଥିଲା ସେତେବେଳେ ବିଜେପି ମହିଳା ସାଂସଦମାନେ ପୁଣିଥରେ ହଙ୍ଗମା ଆରମ୍ଭ କରିଦେଲେ । ରାହୁଲଙ୍କୁ କ୍ଷମା ପ୍ରାର୍ଥନା କରାଇବା ସେମାନେ ସଂସଦରେ ଦାବୀ କରିଥିଲେ ।
କେନ୍ଦ୍ର ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି ଯେ, ପ୍ରଥମଥର ପାଇଁ କୌଣସି ନେତା ଏଭଳି ବୟାନ ଦେଇଥିବାର ଦେଖିବାକୁ ମିଳିଛି । ଏହା ଭାରତୀୟ ମହିଳା ଏବଂ ଦେଶ ପାଇଁ ଅପମାନ ଅଟେ । ସେଥିପାଇଁ ରାହୁଲଙ୍କୁ କ୍ଷମା ମାଗିବା ଆବଶ୍ୟକ ।


Share It

Comments are closed.