ଧରା ପଡିଲା ରିୟାଙ୍କ ମିଛ, ଜୁନ ୮ରେ ଶେଷ ଥରକ ପାଇଁ ମହେଶ ଭଟ୍ଟଙ୍କ ସହ ହ୍ୱାଟସଆପରେ ହୋଇଥିଲେ କଥାବାର୍ତ୍ତା


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ନିକଟରେ ସୁପ୍ରିମକୋର୍ଟ ମାମଲାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହା ପରେ ସିବିଆଇ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ନାଁ ସବୁବେଳେ ଚର୍ଚ୍ଚାରେ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ରିୟା ଚକ୍ରବର୍ତ୍ତୀ ଯେଉଁ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ଘର ଛାଡ଼ିଥିଲେ, ଅର୍ଥାତ୍ ଜୁନ୍ ୮ରେ ମହେଶ ଭଟ୍ଟଙ୍କ ସହ ହ୍ୱାଟସଆପ ଚାଟ୍ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି। ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଜୁନ୍ ୮ ରେ ହୋଇଥିବା ଏହି ଚାଟ୍ ଭାଇରାଲ୍ ହେବା ପରେ ଅନୁମାନ କରାଯାଉଛି କି, ଅଭିନେତ୍ରୀ ନିଜେ ହିଁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କ ଭାଙ୍ଗି ଦେଇଛନ୍ତି। ଅଭିନେତାଙ୍କ ମୃତ୍ୟୁ ପରେ କୁହାଯାଉଥିଲା କି ସୁଶାନ୍ତ ସିଂ ରାଜପୁତ ନିଜେ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ଭାଙ୍ଗିଛନ୍ତି। କିନ୍ତୁ ଏବେ ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସଆପ ଚାଟ୍ ସାମ୍ନାକୁ ଆସିବା ପରେ ଘଟଣାଟି ସ୍ପଷ୍ଟ ହୋଇଛି। ଲିକ୍ ହୋଇଥିବା ଚାଟରୁ ଜରା ପଡ଼ୁଛି କି, ଅଭିନେତ୍ରୀ ନିଜେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ଏବଂ ସେ ଏହି ସଂପର୍କରେ ଖୁସି ମଧ୍ୟ ନଥିଲେ ।

ଇଣ୍ଡିଆ ଟୁଡେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ରିୟା ମହେଶ ଭଟ୍ଟଙ୍କୁ ମେସେଜରେ ଲେଖିଛନ୍ତି – ‘ଆୟେଶା ଆଗକୁ ବଢ଼ିଯାଇଛି ସାର୍‌, ଭାରି ହୃଦୟ ଏବଂ ଶାନ୍ତିର ସହିତ। ଆପଣଙ୍କ ସହିତ ଶେଷ ବାର୍ତ୍ତାଳାପ ମୋ ଆଖି ଖୋଲିଦେଲା । ତୁମେ ମୋର ଏଞ୍ଜେଲ। ତୁମେ ସେତେବେଳେ ବି ଥିଲ ବର୍ତ୍ତମାନ ମଧ୍ୟ ଅଛ। ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଜଲେବି’ରେ ଅଭିନୟ କରିଥିବା ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରର ନାମ ଥିଲା ଆୟେଶା।ରିୟା ଚକ୍ରବର୍ତ୍ତୀଙ୍କ ମେସେଜର ଉତ୍ତରରେ ମହେଶ ଭଟ୍ଟ ଲେଖିଛନ୍ତି – ‘ବର୍ତ୍ତମାନ ପଛକୁ ବୁଲି ଆଉ ଦେଖ ନାହିଁ। ତୁମ ବାପାଙ୍କୁ ମୋର ଭଲପାଇବା ଦିଅ, ସେ ବହୁତ ଖୁସି ହେବେ । ଏଥିରେ ରିୟା ମହେଶ ଭଟ୍ଟଙ୍କୁ ଧନ୍ୟବାଦ ଦେଇ କହିଛନ୍ତି- ‘ତୁମେ ମୋ ଜୀବନରେ ଭଗବାନଙ୍କ ପରି। କିଛି ସାହସ ମୋତେ ମିଳିଛି ଏବଂ ଆପଣ ମୋ ବାପାଙ୍କ ବିଷୟରେ ଫୋନରେ ଯାହା କହିଥିଲେ ତାହା ମୋତେ ତାଙ୍କ ପାଇଁ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଛି। ସବୁବେଳେ ଏତେ ଭଲପାଇବା ଏବଂ ସ୍ୱତନ୍ତ୍ର ହୋଇଥିବାରୁ ମୋ ବାପା ଆପଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Share It

Comments are closed.