ମୁଁ ହେଉଛି କଳକୀ ଅବତାର, ପଢିକି ଜାଣନ୍ତୁ ସମୂର୍ଣ୍ଣ ତଥ୍ୟ


ଗୁଜୁରାଟ ସରକାରଙ୍କ ଅଧିନରେ କାମ କରୁଥିବା ଜଣେ ଇଞ୍ଜିନିୟର ନିଜକୁ କଳକୀ ଅବତାର କହି ଚର୍ଚ୍ଚାରେ । ସେ କହିଛନ୍ତି ସେ ମନୁଷ୍ୟ ନୁହନ୍ତି ବରଂ ବିଷ୍ଣୁଙ୍କ ଦଶମ ଅବତାର । ଏହି ଇଞ୍ଜିନିୟର ଗତ ୬ମାସ ଧରି ଅଫିସ ଯାଉନାହାନ୍ତି । ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି ବୋଲି କହିଛନ୍ତି । ଏହି ଇଞ୍ଜିନିୟରଙ୍କ ନାମ ହେଉଛି ରମେଶ ଚନ୍ଦ୍ର ଫେପାର । ରାଜକୋଟରେ ନିଜ ପରିବାର ସହ ରହୁଥିବା ଏହି ଇଞ୍ଜିନିୟର କଳକୀ ଅବତାର ଭାବେ ଅଖ୍ୟା ଦେଇ ଅଫିସ ଯାଉନାହାନ୍ତି ।
ସେ ବଡଦୋରାର ସର୍ଦ୍ଦାର ସରୋବର ନିଗମରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଗତ ୬ ମାସରୁ ଅଧିକ ସମୟ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ସେ ଭିନ୍ନ ଭିନ୍ନ ବାହାନା ଦର୍ଶାଇ ଅଫିସ ଯାଉନଥିଲେ  ।ବିଭାଗ ପକ୍ଷରୁ ତାଙ୍କୁ ବାରମ୍ବାର  ନୋଟିସ ଜାରି କରାଯାଇଥିଲା  । ତେବେ ଏହାର ଜବାବରେ ରମେଶ ବଡ ବିଚିତ୍ର କଥା କହିଥିଲେ ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯୟଚକିତ କରିଦେଲା । ସେ ଭଗବାନ ବିଷ୍ଣୁଙ୍କ ଅବାତାର । ଅଧିକ ଅଧିକ ସାଧନା ପାଇଁ ତାଙ୍କୁ ସମୟ ଆବଶ୍ୟକ । ତେଣୁ ସେ ଅଫିସ ଯାଇପାରିବେ ନାହିଁ । କେବଳ ଏତିକି ସେ କହିଛନ୍ତି ପୂର୍ବରୁ ସେ ରାମ ଓ କୃଷ୍ଣଙ୍କ ଅବତାର ଭାବେ ଜନ୍ମ ନେଇଛନ୍ତି । ରମେଶ ଯେ ଏକ କଲକୀ ଅବତାର ତାହା ନୁହେଁ ତାଙ୍କ ମା ଅହଲ୍ୟା ଦେବୀ ଏବଂ ପତ୍ନୀ ଲକ୍ଷ୍ମୀ ।ଏକ ବିଂଶ ଶତାବ୍ଦୀରେ ଜଣେ ବୈଷୟିକ ଶିକ୍ଷାଧରୀ ବ୍ୟକ୍ତି ଏଭଳି କହିବାଟା କୁ ଲୋକେ ସମାଲୋଚନା କରୁଥିବା ବେଳେ ରମେଶ ମସ୍ତିଷ୍କ ବିକୃତି ଘଟିଛି କି ନାହିଁ ସେକଥା ଜଣା ପଡି ନାହିଁ ।


Share It

Comments are closed.