ହିମାଳୟା ଡ୍ରଗ କମ୍ପାନୀ ପକ୍ଷରୁ ଶିଶୁ ସ୍ୱଚ୍ଛତାରେ ମା’ମାନଙ୍କ ଭୂମିକା ସମ୍ପର୍କିତ ପରାମର୍ଶ


ଭୁବନେଶ୍ୱର: ଶିଶୁମାନେ ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି କାରଣ ସେମାନଙ୍କର ପ୍ରତିରୋଧକ ପ୍ରଣାଳୀ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ତେଣୁ ଅଭିଭାବକମାନେ ସେମାନଙ୍କର ଶିଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ । ନିକଟରେ ମା’ ହୋଇଥିବା କିଛି ମହିଳାଙ୍କ ସହ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ହିମାଳୟା ଡ୍ରଗ୍ କମ୍ପାନୀର ଆୟୁର୍ବେଦ ବିଶେଷଜ୍ଞ ଡଃ ପ୍ରତିଭା ବାବ୍‌ସେଟ୍ କହିଛନ୍ତି, ସ୍ୱଚ୍ଛତା ବଜାୟ ରଖିବା ଦ୍ୱାରା ପ୍ରତିଦିନ ଜୀବାଣୁ ଓ ଭୁତାଣୁ ସଂସ୍ପର୍ଶରେ ଆସୁଥିବା ଆପଣଙ୍କ ଶିଶୁ ଅସୁସ୍ଥ ହେବା ସମ୍ଭାବନା କମି ଯାଇଥାଏ । ତେଣୁ ଶିଶୁର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପିତାମାତା ଉନ୍ନତ ସ୍ୱଚ୍ଛତା ବଜାୟ ରଖିବା ଉଚିତ, ବିଶେଷ କରି ମା’ମାନେ; କାରଣ ଶିଶୁ ତାଙ୍କ ସହ ସର୍ବାଧିକ ସମୟ ବିତାଇଥାଏ ।
ସେ ପିତାମାତାଙ୍କୁ ନିୟମିତ ଭାବେ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି, କାରଣ ହାତ ସର୍ବାଧିକ ଜୀବାଣୁ ଓ ଭୁତାଣୁ ବହନ କରିଥାଏ; ଯାହାକି ସାଧାରଣ ଥଣ୍ଡା, ଜ୍ୱର ଓ ଅନ୍ୟ ସଂକ୍ରମଣ ଆଦିର କାରଣ ହୋଇଥାଏ । ଡଃ ପ୍ରତିଭାଙ୍କ କହିବା ମୁତାବକ, କ୍ଷତିକାରକ ଜୀବାଣୁ ଓ ଭୁତାଣୁ ନଷ୍ଟ କରିବା ପାଇଁ ସଠିକ୍ ଢଙ୍ଗରେ ଓ ନିୟମିତ ଭାବେ ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ପାଣି ଓ ସାବୁନ ଦ୍ୱାରା ହାତ ଧୋଇବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେହିପରି ଶିଶୁଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ, ନ୍ୟାପି ବଦଳାଇବା ସମୟରେ, ଗୃହପାଳିତ ପଶୁ କିମ୍ବା ଅନ୍ୟ କୌଣସି ଚଟାଣକୁ ଛୁଇଁବା ପରେ ହାତକୁ ଭଲ ଭାବରେ ଧୁଅନ୍ତୁ । ଏଥିସହିତ ନିଜ ଶିଶୁଙ୍କୁ ମଧ୍ୟ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ହାତ ଧୋଇବାର ବିକଳ୍ପ ଆପଣଙ୍କ ପାଖରେ ନାହିଁ, ତେବେ ସବୁବେଳେ ନିଜ ସହ ଏକ ସାନିଟାଇଜର ରଖନ୍ତୁ । ଆପଣ ନିଜ ଶିଶୁର ବାଥ୍ ଟାୱେଲକୁ ପ୍ରତି ୩ରୁ ୪ ମାସରେ ଥରେ ବଦଳାଇବା ନିଶ୍ଚିତ କରନ୍ତୁ ।
ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ସ୍ୱଚ୍ଛତାର ଆବଶ୍ୟକତାକୁ ଆଲୋକପାତ କରି ଡଃ ପ୍ରତିଭା ନିକଟରେ ମା’ ହୋଇଥିବା ମହିଳାମାନଙ୍କୁ ନିଜ ଶିଶୁର ଡାଇପର୍‌କୁ ପ୍ରତି ୨ରୁ୩ ଘଂଟାରେ ଥରେ ବଦଳାଇବାକୁ, ଶିଶୁ ଶରୀରର ନିମ୍ନଭାଗକୁ ସଫା କରିବାକୁ ଏବଂ ଶିଶୁର ପୋଷାକଗୁଡିକୁ ବୟସ୍କମାନଙ୍କ ପୋଷାକରୁ ଅଲଗା ରଖି ନିୟମିତ ସଫା କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି, କାରଣ ସେଥିରୁ ଜୀବାଣୁ ଶିଶୁର ପୋଷାକକୁ ମଧ୍ୟ ସ୍ଥାନାନ୍ତର ହୋଇପାରେ । ଡଃ ପ୍ରତିଭା କହିଛନ୍ତି, ମା’ମାନେ ଏକ ବେବି ଲଣ୍ଡ୍ରି ଡିଟର୍‌ଜେଂଟ୍‌ର ବ୍ୟବହାର କରିପାରିବେ ଯାହାକି ଶିଶୁର ପୋଷାକ ପାଇଁ ପ୍ରଭାବୀ ହୋଇଥାଏ ଯାହା ପ୍ରକୃତିରୁ ଅଣାଯାଇଥିବା କ୍ଲିଞ୍ଜିଙ୍ଗ୍ ଏଜେଂଟ୍‌, ଚେରମୂଳୀ ଓ ଆଂଟିବ୍ୟାକ୍ଟେରିଆଲ ଉପାଦାନରେ ନିର୍ମିତ ।


Share It

Comments are closed.