ଫିଲ୍ମ ସୁଟିଙ୍ଗ୍ ସମୟରେ ବେହୋସ ହୋଇଗଲେ ଅଭିନେତା ନାଗା ସୌର୍ଯ୍ୟା


ଟଲିଉଡ୍ ଅଭିନେତା ନାଗା ସୌର୍ଯ୍ୟା ସୋମବାର ଦିନ ଏକ ଫିଲ୍ମର ସୁଟିଂ ସମୟରେ ବେହୋସ ହୋଇଯାଇଥିଲେ। ଏହି ଅଭିନେତାଙ୍କୁ ହାଇ ଗ୍ରେଡ୍ ଭାଇରାଲ୍ ଜ୍ୱର ଏବଂ ଗମ୍ଭୀର ଡିହାଇଡ୍ରେସନ୍ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (AIG) ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ହଠାତ୍ ବେହୋସ ହେବାର କାରଣ ଜାଣିବା ପାଇଁ ଡାକ୍ତରମାନେ ପରୀକ୍ଷା କରୁଛନ୍ତି। ଯେତେବେଳେ ସେ ‘ଏନଏସ୍24’ ପାଇଁ ସୁଟିଂ କରୁଥିଲେ ଏହି ଘଟଣା ଘଟିଥିଲା ​। ସୂଚନା ଅନୁଯାୟୀ, ନାଗା ଏହି ଫିଲ୍ମରେ ତାଙ୍କର ଭୂମିକାରେ ସିକ୍ସ୍ ପ୍ୟାକ୍ ପାଇଁ କାମ କରୁଛନ୍ତି। ଯେଉଁକାରଣରୁ ତାଙ୍କ ଖାଦ୍ୟ ମଧ୍ୟ ସେହି ଅନୁଯାୟୀ ରହିଛି। ଏଥିସହିତ ଏହା ମଧ୍ୟ ଗୁଜବ ହେଉଛି ଯେ, ଫିଲ୍ମ ନିର୍ମାତା ସିକ୍ସ୍ ପ୍ୟାକ୍ ପାଇଁ କିଛି ଦିନ ପର୍ଯ୍ୟନ୍ତ ଶରୀରକୁ ଡିହାଇଡ୍ରେଟ୍ କରିଥିଲେ । ତାଙ୍କ ବିବାହର କିଛି ଦିନ ପୂର୍ବରୁ ଏହି ଘଟଣାଟି ଘଟିଛି। ନଭେମ୍ବର ୨୦ ରେ, ଅଭିନେତା ବାଙ୍ଗାଲୋରର ଡିଜାଇନର୍ ଅନୁଷା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି।


Share It

Comments are closed.