ସ୍ତ୍ରୀକୁ ଛାଡି କାହିଁକି ଫେରାର ହେଲା ସ୍ୱାମୀ, କାରଣ ଜାଣନ୍ତୁ


କ୍ୟାବିନେଟ ଦ୍ୱାରା “ତିନି ତଲାଖ” ଉପରେ ଅଧ୍ୟାଦେଶ ଲାଗୁ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି ତଲାଖ ସମ୍ବନ୍ଧିୟ ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଏହିଭଳି ଏକ ଅଭାବନୀୟ ଘଟଣା ଜୋଧପୁରର ଚାନ୍ଦନା ଭାକର ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ରହୁଥିବା ‘ରୋହିନା’ ନାମକ ଜଣେ ମହିଳାଙ୍କ ବିବାହ ୪ ଜୁଲାଇରେ ହୋଇଥିଲା କିନ୍ତୁ ସବୁଠାରୁ ବଡ ବିଡମ୍ବନାରା ବିଷୟ ଏହା ଯେ, ବିବାହର ପରଦିନ ରୋହିନାଙ୍କୁ ତାଙ୍କ ସ୍ୱାମୀ ଛାଡି ପଳାଇଥିଲେ ।
ଏହା ପରେ ଝିଅର ଘର ଲୋକଙ୍କ ପକ୍ଷରୁ ପୁଅ ଘର ଲୋକଙ୍କୁ ଯେତେବେଳେ ପଚାରଉଚାର କରିଥିଲେ ସେତେବେଳେ ପୁଅ ଘର ଲୋକ ଏ ସଂପର୍କରେ କିଛି ଜାଣିନାହାନ୍ତି ବୋଲି ରୋକ ଠୋକ ମନା କରିଦେଇଥିଲେ, ଯାହା ଫଳରେ ଝିଅ ଘର ପକ୍ଷରୁ ସ୍ଥାନୀୟ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ଦାୟର କରାଯାଇଥିଲା । ଏହି ଘଟଣା ଘଟିବାର କିଛି ଦିନ ପୂରେ ପୀଡିତାଙ୍କ ଘରକୁ ଏକ ଦସ୍ତାବିଜ ଆସିଥିଲା, ଯେଉଁଥିରେ ପୀଡିତାଙ୍କ ସ୍ୱାମୀ ଲେଖିଥିଲେ ତଲାକ, ତଲାକ, ତଲାକ । ଦସ୍ତାବିଜରେ ତଲାକ, ତଲାକ, ତଲାକ ଲେଖିବା ପରେ ପୀଡିତାଙ୍କ ସ୍ୱାମୀ ତାଙ୍କ ଠାରୁ ସମସ୍ତ ବୈବାହିକ ସଂପର୍କ ଛିନ୍ନ କରିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଥିଲେ ।
ହଠାତ ଏହିଭଳି ଘଟଣା ଘଟିବା ପରେ ପୀଡିତାଙ୍କ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଗଲେ । ପୁଅଟି କ’ଣ ପାଇଁ ଏହି ଘଟଣା ଘଟାଇଲା ପୀଡିତାର ପରିବାର ଲୋକ ଏହି ସମ୍ବନ୍ଧରେ କିଛି ଜାଣିନଥିଲେ, ଯେଉଁଥିପାଇଁ ସେମାନେ କୋର୍ଟରେ ଏହା ବିରୋଧରେ ମାମଲା ମଧ୍ୟ ରୁଜୁ କଲେ । ଏହା ପରେ ନ୍ୟାୟପାଳିକା ପକ୍ଷରେ ଆସିଥିବା ଆଦେଶ ଅନୁଯାୟୀ ପୋଲିସ ଉକ୍ତ ଆସାମୀ ସ୍ୱାମୀ ଏବଂ ତା’ର ପରିବାର ଲୋକଙ୍କୁ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଦେଇଛି ।


Share It

Comments are closed.