ହଲିଉଡ ଫିଲ୍ମରେ ବର୍ତ୍ତମାନ ନଜର ଆସିବେ ‘ହୁମା କ୍ୟୁରେସି’


ହଲିଉଡର ବିଶିଷ୍ଟ ଫିଲ୍ମ ନିର୍ମାତା ଜ୍ୟାକ ସ୍ନାଇଡରଙ୍କ ଆଗାମୀ ଫିଲ୍ମ ‘ଆର୍ମି ଅଫ ଦ ଡେଡ’ରେ କାମ କରିବା ପାଇଁ ବିଲଉଡ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ନାମକୁ ଚୟନ କରାଯାଇଥିବାବେଳେ ସେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବାର ଜଣା ପଡୁଛି । ଏହି ଅବସରରେ ସେ କହିଛନ୍ତି ‘ ଏହି ଫିଲ୍ମକୁ ନେଇ ମୁଁ ଏତେ ଉତ୍ସାହିତ ଅଛି ଯେ, ଫିଲ୍ମର ସୁଟିଙ୍ଗ ଆରମ୍ଭ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରୁ ନାହଁ । ’
ଏହି ଫିଲ୍ମରେ ହୁମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ହୁମାଙ୍କ ସହ ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତ୍ରୀ ଏଲା ପାର୍ନେଲ, ଏନା ଡେ ଲା ରେଗ୍ୟୁରା ଏବଂ ରିଓ ରୋସିଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିବ ।
‘ଆର୍ମି ଅଫ ଦ ଡେଡ’ ମାଧ୍ୟମରେ ସ୍ନାଇଡର, ‘ଜମ୍ବି’ ଶୈଳୀର ଫିଲ୍ମ ନିର୍ମାଣ କରି ହଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ‘ଡନ ଅଫ ଦ ଡେଡ’ ମାଧ୍ୟମରେ ନିର୍ଦ୍ଦେଶନ କ୍ଷେତ୍ରରେ ପାଦ ଥାପିଥିଲେ । ହୁମା ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ସ୍ନାଇଡରଙ୍କର ବହୁତ ବଡ ପ୍ରଶଂସକ ଅଟେ ଏବଂ ଏହାର ସୁଟିଙ୍ଗ ପାଇଁ ମୁଁ ଧୈର୍ଯ୍ୟ ରକ୍ଷା କରିପାରୁ ନାହିଁ ।”


Share It

Comments are closed.