ମାତ୍ର ୨୪ ଘଣ୍ଟା ମଧ୍ୟରେ ୨.୭୧ ଲକ୍ଷ କୋଟି ଆୟ କରି ଇତିହାସ ରଚିଲେ ଏଲୋନ ମସ୍କ


ଆମେରିକାର ବିଲିୟନେୟାର ବ୍ୟବସାୟୀ ତଥା ବୈଦ୍ୟୁତିକ କାର କମ୍ପାନୀ ଟେସଲା ସିଇଓ ଏଲୋନ୍ ମସ୍କଙ୍କର ଗୋଟିଏ ଦିନରେ ଅର୍ଜିଛନ୍ତି ୨୫.୬ ବିଲିୟନ ଡଲାର ସମ୍ପତ୍ତି । ଫଳରେ ତାଙ୍କର ସମ୍ପତ୍ତି ୧୯.୨୨ ଟ୍ରିଲିୟନକୁ ବୃଦ୍ଧି ଘଟିଛି । ସୋମବାର ଟେସଲାର ସେୟାରରେ ଡେଇଁବା ହେତୁ ପ୍ରଥମ ଥର ପାଇଁ କମ୍ପାନୀର ମୂଲ୍ୟ ଏକ ଟ୍ରିଲିୟନ ଡଲାର ଅର୍ଥାତ୍ ଏକ ଲକ୍ଷ କୋଟି ଡଲାର (ପ୍ରାୟ ୭୫ ଲକ୍ଷ କୋଟି ଟଙ୍କା) ଅତିକ୍ରମ କରିଛି ।

ଯେତେବେଳେ କାର୍ ଭଡା କମ୍ପାନୀ ହର୍ଟଜ୍ ଗ୍ଲୋବାଲ୍ ହୋଲ୍ଡିଂସ୍ ଟେସଲା ଠାରୁ ଏକ ଲକ୍ଷ ବ ବୈଦ୍ୟୁତିକ ଯାନ (ଇଭି) କିଣିବାକୁ ଘୋଷଣା କଲା ସେତେବେଳେ ଏହା ଘଟିଛି । ଏହି ଡିଲ୍ ଟେସଲାର ସେୟାର ମୂଲ୍ୟକୁ ଆକାଶଛୁଆଁ କରିଛି ଏବଂ କମ୍ପାନୀ ପ୍ରଥମ ଥର ପାଇଁ ୧ ଟ୍ରିଲିୟନ ଡଲାର ମାର୍କ ଅତିକ୍ରମ କରିଛି । ଦିନକରେ ସେ ଏହି ରକମ ରୋଜଗାର କରିଛନ୍ତି । ଏହା ପୂର୍ବରୁ କୌଣସି ବି ଧନୀ ଗୋଟିଏ ଦିନରେ ଏତ୍ରେ ପରିମାଣରେ ଟଙ୍କା ରୋଜଗାର କରିନାହାନ୍ତି ।

ବ୍ଲୁମବର୍ଗ ବିଲିନେୟର୍ସ ଇଣ୍ଡେକ୍ସ ଅନୁସାରେ, ମସ୍କଙ୍କ ସମ୍ପତ୍ତି ଏବେ ୨୮୯ ଅରବ୍ ଡଲାର୍ ହୋଇଯାଇଛି । ଫୋର୍ବସ୍ ମାଗାଜିନର ରିଅଲ୍ ଟାଇମ୍ ବିଲିୟନେୟାର୍ ଇଣ୍ଡେକ୍ସ ଅନୁଯାୟୀ ସୋମବାର ଆମେରିକାର ଷ୍ଟକ୍ ମାର୍କେଟ ବନ୍ଦ ହେବା ପରେ ମୁସ୍କର ମୋଟ ମୂଲ୍ୟ ଶୁକ୍ରବାର ସନ୍ଧ୍ୟା ଠାରୁ ୧୧.୪ ଫି ଥିଲା । ଏପର୍ଯ୍ୟନ୍ତ ଏହି ରେକର୍ଡ ତକିବାକେ କେହି ବି ସକ୍ଷମ ନଥିଲେ ।


Share It

Comments are closed.