ବିପୁଳ ଜନସମର୍ଥନ ସହ ଆଜି ପ୍ରାର୍ଥୀପତ୍ର ଦାଖଲ କଲେ ‘ରାଜା ସ୍ୱାଇଁ’


ଗଣତନ୍ତ୍ରର ପବିତ୍ର ପର୍ବ ‘ନିର୍ବାଚନ ୨୦୧୯’ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ଆରମ୍ଭ ହୋଇଯାଇଛି । ଆଗାମୀ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଭିନ୍ନ ସ୍ଥାନରେ ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସେପଟେ କଟକରେ ମଧ୍ୟ ଏହି ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଟକ ବାରବାଟୀ ଠାରୁ ଆରମ୍ଭ କରି ଆଠଗଡ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯଦି ଆମେ କଟକର ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ‘ଆଠଗଡ’ କଥା କହିବା ତେବେ ଏଠାରେ ବିଜେଡିର ହେଭିୱେଟ ନେତା ରାଜା ସ୍ୱାଇଁ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଆଜି ଆଠଗଡରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । କାରଣ ଓଡିଶାର ଗୋଟିଏ ବୋଲି ନିର୍ବାଚନ ମଣ୍ଡଳୀରେ ଯେଉଁଠାରେ ଆଜି ରାଜା ସ୍ୱାଇଁଙ୍କ ନେତ୍ୃତ୍ୱ ଏବଂ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ହଜାର ହଜାର କର୍ମୀ ଏବଂ ଜନସାଧାରଣଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଠାରେ ଆଜି ରାଜା ସ୍ୱାଇଁଙ୍କୁ ସମର୍ଥନ ଜଣାଇ ଆଠଗଡର ୪୦ ହଜାରରୁ ଉଦ୍ଧ୍ୱର୍ ମା’, ଭଉଣୀ, ଗୁରୁଜନ, ଦଳର କାର‌୍ୟ୍ୟକର୍ତ୍ତା, ଛାତ୍ର ଓ ଯୁବନେତା ଏବଂ ଜନସାଧାରଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ରାଜାସ୍ୱାଇଁଙ୍କ ପ୍ରାର୍ଥୀପତ୍ର ଦାଖଲକୁ ନେଇ ଆଜି ଆଠଗଡ ଲୋକରଣ୍ୟ ହୋଇପଡିଛି । ବାଟ ବାଟରେ ବାଣ, ବାଜା ଏବଂ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀ ଫାଟି ପଡୁଥିଲା । କେବଳ ଏତିକି ନୁହେଁ ‘ରାଜା ଭାଇ ଜିନ୍ଦାବାଦ’ରେ ପୂରା ନିର୍ବାଚନ ମଣ୍ଡଳୀ ପ୍ରକମ୍ପିତ ହେଉଥିଲା ।


Share It

Comments are closed.