ମୁଥୁଟ୍ ପପାଚାନ୍ ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଶାହରୁଖ୍ ଖାନ୍‌


ଭୁବନେଶ୍ୱର: ମୁଥୁଟ୍ ବ୍ଲୁ ନାମରେ ପରିଚିତ ୧୩୭ ବର୍ଷ ପୁରୁଣା ମୁଥୁଟ୍ ପପାଚାନ୍ ଗ୍ରୁପ୍ (ଏମ୍‌ପିଜି) ପକ୍ଷରୁ ଶାହରୁଖ ଖାନ୍‌ଙ୍କୁ କମ୍ପାନିର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା କରାଯାଇଛି । ଏହି ସହଯୋଗିତା ଏମ୍‌ପିଜି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଥିବା ବେଳେ ବ୍ରାଣ୍ଡର ଉପସ୍ଥିତି ସହ ସାରା ଦେଶର ବିବିଧ ଗ୍ରାହକଙ୍କ ସହ ଯୋଡ଼ି ହେବାର ନୂଆ ପଥକୁ ଦୋହରାଉଛି । ମୁଥୁଟ୍ ପପାଚାନ୍ ଗ୍ରୁପ୍ ହେଉଛି ଦେଶର ପ୍ରମୁଖ ଏନ୍‌ବିଏଫସି ଯଥା ମୁଥୁଟ୍ ଫିନ୍‌କର୍ପ ଲିମିଟେଡ୍‌, ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍‌, ମୁଥୁଟ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଓ ମୁଥୁଟ୍ ହାଉସିଂ ଫାଇନାନ୍ସ କମ୍ପାନି ଲିମିଟେଡ୍‌ର ପ୍ରତିଷ୍ଠାତା ।
ଏହି ସହଯୋଗିତା ଦେଶର ଆର୍ôଥକ ଅଭିବୃଦ୍ଧି ଏବଂ ଆକାଂକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏମପିଜିର ଦୃଷ୍ଟିକୋଣ ଏବଂ ଦୃଢ଼ ସମର୍ପଣକୁ ଦର୍ଶାଉଛି । ଶାହରୁଖ ଖାନଙ୍କ ପ୍ରସିଦ୍ଧି ଏହି କାହାଣୀକୁ ଆହୁରି ବଢ଼ାଇ ସବୁ ବୟସବର୍ଗର ଗ୍ରାହକଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଉଛି ।
ମୁଥୁଟ୍ ପପାଚାନ୍ ଗ୍ରୁପ୍ ର ଅଧ୍ୟକ୍ଷ ଥୋମାସ ଜନ୍ ମୁଥୁଟ୍ କହିଛନ୍ତି ଯେ, “ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଶାହାରୁଖ କେବଳ ତାଙ୍କ ଷ୍ଟାର ପାୱାର ଆଣନ୍ତି ନାହିଁ, ସେ ଆମର ମୂଳ ମୂଲ୍ୟବୋଧ ସହିତ ମେଳ ଖାଉଥିବା ନମ୍ରତା ଏବଂ ଆତ୍ମନିର୍ମିତ ସଫଳତାର ପ୍ରତିମୂର୍ତି ମଧ୍ୟ । ଶାହରୁଖ ଖାନଙ୍କ ଯାତ୍ରା ଆମ କମ୍ପାନୀର ବିଭିନ୍ନ ଟଚ୍ ପଏଂଟ୍‌ରେ ସେବା ଉପଲବ୍ଧ କରାଇବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ସାରା ଦେଶରେ ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ଆମର ମିଶନକୁ ସୁଦୃଢ଼ କରୁଛି । ତାଙ୍କ ଜୀବନ କାହାଣୀ ବଡ଼ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବାର ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ଦର୍ଶାଉଛି ।’’
ମୁଥୁଟ୍ ଫିନକର୍ପ୍ ଲିମିଟେଡ୍‌ର ସିଇଓ ଶାଜି ଭର୍ଗିସ୍ କହିଛନ୍ତି ଯେ, “ଶାହାରୁଖ୍ ଖାନ୍ କେବଳ ପ୍ରସିଦ୍ଧି ନୁହେଁ; ସେ ନମ୍ରତା ଏବଂ ନିଜସ୍ୱ ଉଦ୍ୟମରେ ସଫଳତାର ପ୍ରତୀକ ଅଟନ୍ତି । ସେ ଜଣେ ସାଧାରଣ ବ୍ୟକ୍ତି ଭାବରେ ଆମର ଗ୍ରାହକଙ୍କ ସହ ଯୋଡ଼ି ହୋଇଛନ୍ତି ଯିଏ ବଡ଼ ସ୍ୱପ୍ନ ଦେଖିଥିଲେ ଏବଂ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଥିଲେ ।’’ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଭୂମିକାରେ ଶାହାରୁଖ ଖାନ ଏକାଧିକ ଚ୍ୟାନେଲରେ ଏମପିଜିର ଅଭିଯାନରେ ନଜର ଆସିବେ ଏବଂ ସେମାନଙ୍କ ସେବାର ପ୍ରଚାର କରିବେ ।
ଶାହାରୁଖ ଖାନ କହିଛନ୍ତି ଯେ, “ସମ୍ମାନିତ ମୁଥୁଟ୍ ପପାଚାନ୍ ଗ୍ରୁପ୍ କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ସାମିଲ କରିବା ଏକ ରୋମାଂଚକର ପଦକ୍ଷେପ । ଶତାବ୍ଦୀବ୍ୟାପୀ ପରମ୍ପରା ସହିତ ଏମପିଜି ଭାରତର ଆର୍ôଥକ ଦୃଶ୍ୟପଟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ଏମ୍‌ପିଜି ସେହି ସ୍ୱପ୍ନକୁ ବାସ୍ତବରେ ପରିଣତ କରୁଥିବାରୁ ମୁଁ ସାରା ଦେଶର ବ୍ୟକ୍ତିବିଶେଷଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେବାକୁ ଚାହୁଁଛି ।”


Share It

Comments are closed.