ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ତିନିଟି ନୂଆ ଫଣ୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ତିନିଟି ନୂଆ ଫଣ୍ଡ ଉନ୍ମୋଚନ କରାଯାଇଛି। ଭାରତର ଅଭିବୃଦ୍ଧି ଓ ବିଶ୍ୱ ପ୍ରଯୁକ୍ତି ଦୁନିଆରେ ହେଉଥିବା ଉନ୍ନତିର ଲାଭ ଏହା ନିବେଶକମାନଙ୍କ ପାଖରେ ପହଂଚାଇବ। ଏଥି ସହିତ ଟାଟା ଏଆଇଏର ୟୁନିଟ ଲିଙ୍କଡ ବୀମା ଯୋଜନା (ୟୁଲିପ)ରୁ ଜୀବନ ବୀମା ସୁରକ୍ଷା ମଧ୍ୟ ମିଳିବ।
ଟାଟା ଏଆଇଏ ପକ୍ଷରୁ ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭେସନ ଫଣ୍ଡ, ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭେସନ ପେନସନ ଫଣ୍ଡ ଓ ଟାଟା ଏଆଇଏ ଗ୍ଲୋବାଲ ଏଆଇ ଆଣ୍ଡ ଟେକ୍ନୋଲୋଜି ଲିଡର ଫଣ୍ଡ ଉନ୍ମୋଚନ କରାଯାଇଛି। ଭାରତର ନବସୃଜନ ଆଧାରିତ କ୍ଷେତ୍ର ଓ ବିଶ୍ୱରେ ଘଟୁଥିବା ବିପ୍ଳବରୁ ସୃଷ୍ଟି ହେଉଥିବା ସୁଯୋଗକୁ ହାସଲ କରିବାରେ ନିବେଶକମାନଙ୍କ ସହାୟକ ହେବା ପାଇଁ ଏହି ଯୋଜନାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଆଇଏଫଏସସି ନିୟାମକ ଅନୁସାରେ ଏହି ଫଣ୍ଡଗୁଡ଼ିକ ପରିଚାଳିତ ହେବ।
ଏହି ଫଣ୍ଡର ନୂଆ ଫଣ୍ଡ ଅଫର ୨୦୨୬ ମାର୍ଚ୍ଚ ୨୪ ରୁ ୩୧ ତାରିଖ ପର୍ଯନ୍ତ ଖୋଲିବ। ୨୦୨୬ ମାର୍ଚ୍ଚ ୩୧ ମଧ୍ୟରାତ୍ରୀରେ ଡୋମେଷ୍ଟିକ ଫଣ୍ଡ ପାଇଁ ୧୦ ଟଙ୍କା ଓ ଗ୍ଲୋବାଲ ଫଣ୍ଡ ପାଇଁ ୧୦ ଡଲାରରେ ଏନଏଭି ଜାରି କରାଯିବ।
ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର ମୁଖ୍ୟ ନିବେଶ ଅଧିକାରୀ ହର୍ଷଦ ପାଟିଲ କହିଛନ୍ତି ଯେ, ‘ନବସୃଜନ ଉଭୟ ଭାରତ ଓ ବିଶ୍ୱରେ ଅର୍ଥନୀତିକୁ ବଦଳାଉଛି। ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭସେନ ଫଣ୍ଡ, ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭେସନ ପେନସନ ଫଣ୍ଡ ଓ ଟାଟା ଏଆଇଏ ଗ୍ଲୋବାଲ ଏଆଇ ଆଣ୍ଡ ଟେକ୍ନୋଲୋଜି ଲିଡର ଫଣ୍ଡର ଶୁଭାରମ୍ଭ ସହିତ ଆମେ ପଲିସିଧାରକମାନଙ୍କୁ ଏହି ରୂପାନ୍ତରିତ କ୍ଷେତ୍ରଗୁଡ଼ିକରେ ନିବେଶ କରିବାର ସୁଯୋଗ ପ୍ରଦାନ କରିବା ସହିତ ଜୀବନ ବୀମା ସୁରକ୍ଷାର ଲାଭ ପ୍ରଦାନ କରିବ। ଏହି ସୁଯୋଗଗୁଡ଼ିକର ଲାଭ ହାସଲ କରିବା ଏବଂ ସେମାନଙ୍କ ଆର୍ôଥକ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।’
ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭେସନ ଫଣ୍ଡରେ ଭାରତର ବୃହତ ଓ ମଧ୍ୟମ ଧରଣର କମ୍ପାନିରେ ନିବେଶ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ଦୀର୍ଘକାଳୀନ ଭିତିରେ ସମ୍ପତ୍ତି ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଛି। ଭାରତରେ ନବସୃଜନ ଆଧାରିତ ଅଭିବୃଦ୍ଧିର ଲାଭ ହାସଲ କରିବାକୁ ଚାହୁଁଥିବା ନିବେଶକମାନଙ୍କ ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି।
ଅବସର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନିବେଶକମାନଙ୍କ ପାଇଁ ଟାଟା ଏଆଇଏ ଲାର୍ଜ ମିଡ କ୍ୟାପ ଇନୋଭେସନ ପେନସନ ଫଣ୍ଡ ପ୍ରସ୍ତୁତ କରାଯାଇଛି। ଟାଟା ଏଆଇଏ ଲାଇଫର ୟୁନିଟ ଲିଙ୍କଡ ପେନସନ ପ୍ଲାନ ସହ ଏହା ଆସିଛି। ଏହା ଗ୍ରାହକମାନଙ୍କୁ ଭାରତର ଅଭିନବ କମ୍ପାନିରେ ନିବେଶ କରିବା ଓ ଢ଼ାଂଚାଗତ ପେନସନ ପ୍ଲାନ ଜରିଆରେ ଦୀର୍ଘକାଳୀନ ସମ୍ପତ୍ତି ଗଠନ କରିବା ପାଇଁ ପଲିସିଧାରକଙ୍କୁ ସହାୟକ ହେବ। ଏଥିରେ ଇକ୍ୱିଟିର ଦୀର୍ଘକାଳୀନ ଅଭିବୃଦ୍ଧି ଓ ଜୀବନ ବୀମା ସୁରକ୍ଷାର ଲାଭ ରହିଛି। ଏହା ପରିବାରର ଆର୍ôଥକ ଭବିଷ୍ୟତ ସୁରକ୍ଷିତ ରଖିବା ସହ ଏକ ମୋଟା ଅଙ୍କର ଅବସରକାଳୀନ ପାଣ୍ଠି ଗଠନ କରିବ। ଇକ୍ୱିଟି ଆବଂଟନ ୬୦-୧୦୦ ପ୍ରତିଶତ ମଧ୍ୟରେ ରହିବ। ୪୦ ପ୍ରତିଶତ ପର୍ଯ୍ୟନ୍ତ ରାଶି ଡେବଟ ଓ ମନି ମାର୍କେଟକୁ ଆବଂଟନ କରାଯିବ। ଏହାକୁ ଏନଏସଇ ୫୦୦ ଇଣ୍ଡେକ୍ସରେ ବେଂଚମାର୍କ କରାଯିବ।
ଟାଟା ଏଆଇଏ ଗ୍ଲୋବାଲ ଏଆଇ ଆଣ୍ଡ ଟେକ୍ନୋଲୋଜି ଲିଡର ଫଣ୍ଡ କୃତ୍ରିମ ବୁଦ୍ଧିମତା ଓ ସେମିକଣ୍ଡକ୍ଟର ନବସୃଜନ ଉପରେ ଗୁରୁତ୍ୱ ଦେଉଛି। ଏହି ଫଣ୍ଡ୍ଟି ଏହିସବୁ କ୍ଷେତ୍ରରେ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀଗୁଡ଼ିକର ଏକ ସୂଚକାଙ୍କ କୁ ଅନୁସରଣ କରେ। ଏହା କୃତ୍ରିମ ବୁଦ୍ଧିମତା ଟେକ୍ନୋଲୋଜି, ସେମିକଣ୍ଡକ୍ଟର, କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମ କ୍ଷେତ୍ରରେ ଉନ୍ନତି ଆଣୁଥିବା କମ୍ପାନୀଗୁଡ଼ିକରେ ନିବେଶ କରିବାର ଏକ ବିବିଧ ସୁଯୋଗ ପ୍ରଦାନ କରିଥାଏ। ଏହାର ୭୦-୧୦୦ ପ୍ରତିଶତ ପାଣ୍ଠିକୁ ଇକ୍ୱିଟିରେ ନିବେଶ କରାଯିବ। ଟାଟା ଏଆଇ ଶୁଭ ଗ୍ଲୋବାଲ ଇନେଭଷ୍ଟେମେଂଟ ଜରିଆରେ ଏହା ଉପଲବ୍ଧ ହେବ। ଏଥିରେ ଜୀବନ ବୀମାର ସୁରକ୍ଷା ରହିଛି।

Comments are closed.