ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଂଟ୍ ସାଫିରୋ ଫୋରେକ୍ସ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଦେଶକୁ ପାଠପଢ଼ିବା ଲାଗି ଯାଉଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଲାଗି ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପ୍ରିମିୟମ୍ ଫୋରେକ୍ସ ପ୍ରିପେଡ୍ କାର୍ଡ “ଷ୍ଟୁଡେଂଟ୍ ସାଫିରୋ ଫୋରେକ୍ସ କାର୍ଡ”ର ଶୁଭାରମ୍ଭ କରାଯାଇଛି । ଭିସା ଦ୍ୱାରା ପ୍ରାୟୋଜିତ ଥିବା ଏହି କାର୍ଡ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଲାଭ ଓ ସୁବିଧା ପ୍ରଦାନ କରିବା ସହ ସେମାନଙ୍କ ଅଭିଭାବକମାନେ ବିଦେଶରେ ହେଉଥିବା ଶିକ୍ଷା ସମ୍ପର୍କିତ ଖର୍ଚ୍ଚ ଯଥା ନାମଲେଖା ଫି’, କୋର୍ସ ଫି’, ଦୈନନ୍ଦୀନ ଖର୍ଚ୍ଚ, ପରିବହନ, ଡାଇନିଂ ଓ ଗ୍ରୋସରି ଖର୍ଚ୍ଚ ଆଦିର ପରିଚାଳନା କରିପାରିବେ ।
ଏହି କାର୍ଡରେ ୧୫ ପ୍ରକାର ମୁଦ୍ରା ଭର୍ତି କରିବା ସହ କାରବାର କରାଯାଇପାରିବ । ବ୍ୟାଙ୍କ ପକ୍ଷରୁ କୌଣସି ମୁଦ୍ରା ଅଦଳବଦଳ ପାଇଁ ମେକ୍‌-ଅପ୍ ଚାର୍ଜ ଲାଗୁ କରାଯିବ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ଗୋଟିଏ ଫୋରେକ୍ସ କାର୍ଡ ଜରିଆରେ ସୁବିଧାରେ ସାରା ବିଶ୍ୱ ଭ୍ରମଣ କରିପାରିବେ । ଉଚ୍ଚ ଶିକ୍ଷା ଲାଗି ବିଦେଶ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି କାର୍ଡ ଆଣିଛି ।
ଆଇସିଆଇସିଆଇ ବ୍ୟାଙ୍କ ଷ୍ଟୁଡେଂଟ୍ ସାଫିରୋ ଫୋରେକ୍ସ କାର୍ଡରେ ୧୫,୦୦୦ ଟଙ୍କାର ଯୋଗଦେବା ଲାଭ ସହିତ ଅନେକ ସ୍ୱତନ୍ତ୍ର ସୁବିଧା ରହିଛି । ପ୍ରାଇମେରି ଓ ରିପ୍ଲେସମେଂଟ୍ କାର୍ଡ ଭଳି ଦୁଇଟି କାର୍ଡର କିଟ୍ ମିଳି ଯାହାକୁ ଆଇମୋବାଇଲ୍ ପେ’, ଇଟଂରନେଟ୍ ବ୍ୟାଭ୍‌କିଙ୍ଗ କିମ୍ବା ବ୍ୟାଭ୍‌କର ଗ୍ରାହକମାନେ କେନ୍ଦ୍ର ସହ ସମ୍ପର୍କ କରି ଡିଜିଟାଲ୍ ମାଧ୍ୟମରେ ସକ୍ରିୟ କରାଯାଇପାରିବ । ବ୍ୟାଙ୍କର ଅନ୍ୟ ଫୋରେକ୍ସ କାର୍ଡ ଭଳି ଏହି କାର୍ଡକୁ ମଧ୍ୟ ଆଇମୋବାଇଲ୍ ପେ ଓ ଇଂଟରନେଟ୍ ବ୍ୟାଙ୍କିଙ୍ଗକୁ ବ୍ୟବହାର କରି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଡିଜିଟାଲ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପାଣ୍ଠି ଭର୍ତି କରିପାରିବେ ।
ଆଇସିଆଇସିଆଇ ବ୍ୟାଙ୍କର ପେମେଂଟ୍ ସଲ୍ୟୁସନ୍ ମୁଖ୍ୟ ନୀରଜ ତ୍ରାଲଶାୱାଲା କହିଛନ୍ତି ଯେ, “ଶିକ୍ଷା ପାଇଁ ବିଦେଶ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ସୁବିଧା ସହିତ ଏକ ନୂଆ ପ୍ରିମିୟମ୍ ଫୋରେକ୍ସ କାର୍ଡ ପ୍ରଦାନ କରି ଆମେ ଆନନ୍ଦିତ । ଏହା ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ୍ ଏବଂ ଦୈନନ୍ଦିନ ଖର୍ଚ୍ଚ ପ୍ରଦାନ, ଯେକୌଣସି ସ୍ଥାନରୁ ଅଭିଭାବକଙ୍କ ଦ୍ୱାରା କାର୍ଡର ଡିଜିଟାଲ ପୁନଃ ଲୋଡିଂ ଏବଂ ଅତିରିକ୍ତ ସୁବିଧା ପ୍ରଦାନ କରିଥାଏ । ଆମେ ବିଶ୍ୱାସ କରୁ ଯେ ଏହି କାର୍ଡ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ବିଦେଶରେ ଦେୟ ପାଇଁ ଏକ ଅସୁବିଧାମୁକ୍ତ ଏବଂ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବ।”
ଭିସା ଇଣ୍ଡିଆର କଂଟ୍ରି ମ୍ୟାନେଜର ସୁଜାଇ ରାଇନା କହିଛନ୍ତି ଯେ, “ବିଦେଶ ଶିକ୍ଷାକୁ ପସନ୍ଦ କରୁଥିବା ବର୍ଦ୍ଧିତ ଛାତ୍ରଛାତ୍ରୀ ବର୍ଗ ପାଇଁ ଗଠିତ ଷ୍ଟୁଡେଂଟ୍ ସଫାରୋ ଫୋରେକ୍ସ କାର୍ଡର ଶୁଭାରମ୍ଭ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ସହ ଭାଗିଦାରୀ କରି ଭିସା ଆନନ୍ଦିତ । ପାଠପଢ଼ା ଚାଲିଥିବା ବେଳେ ଟ୍ୟୁସନ, ଭ୍ରମଣ, ଭୋଜନ ଓ ଗ୍ରୋସରୀ ସମେତ ଅନେକ ଖର୍ଚ୍ଚ ବହନ କରିବା ପାଇଁ ସେମାନେ ଏହି କାର୍ଡକୁ ସହଜରେ ବ୍ୟବହାର କରିପାରିବେ । ବିଦେଶରେ ଜୀବନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଡ ସୁବିଧା ପ୍ରଦାନ କରି ଭିସା ନିରବଚ୍ଛିନ୍ନ, ସୁରକ୍ଷିତ କାରବାର, ବ୍ୟବହାରର ସମ୍ପୂର୍ଣ୍ଣ ସହଜତା ଏବଂ ବିଶ୍ୱସ୍ତରୀୟ ଗ୍ରହଣୀୟତା ସୁନିଶ୍ଚିତ କରିଛି । ଏହି ବ୍ୟାପକ ଆର୍ôଥକ ସମାଧାନ ଆଜିର ଛାତ୍ରଛାତ୍ରୀଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବ ଯାହା ଫଳରେ ସେମାନେ ବିଦେଶରେ ଭଲ ଅଧ୍ୟୟନ ଅଭିଜ୍ଞତା ହାସଲ କରିପାରିବେ ।’’
ଏହି କାର୍ଡରେ ଯୋଗଦେବା ପରେ ଦୁଇଟି ଅନ୍ତର୍ଜାତୀୟ ଲାଉଂଜ୍ ଓ ଗୋଟିଏ ଅନ୍ତର୍ଜାତିକ ସିମ୍ କାର୍ଡ ମାଗଣାରେ ମିଳିବ । ଏଥି ସହିତ ୧୦୦୦ ଟଙ୍କାର ଉବର ଭାଉଚର ମଧ୍ୟ ମାଗଣାରେ ମିଳିବ । ୧୩୦ଟି ଦେଶରେ ଗ୍ରହଣ କରାଯାଉଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ପରିଚୟ ପତ୍ର, ମାଗଣା କାର୍ଡ ସୁରକ୍ଷା ପ୍ଲାନ୍ ସହିତ ପାସପୋର୍ଟ ହୋଲଡର, ବୁକ୍‌ଲେଟ୍ ଓ ଟ୍ରାଭେଲ୍ ଚେକ୍ ଲିଷ୍ଟ ମିଳିବ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି ପାଂଚ ବର୍ଷ ପାଇଁ ମାସକୁ ୩ ଥର ମାଗଣାରେ ଏଟିଏମ୍ ବ୍ୟବହାର । କ୍ରସ ମୁଦ୍ରା ବା ମୁଦ୍ରା ଅଦଳବଦଳ କାରବାର ଲାଗି କୌଣସି ମାକ୍‌ର୍-ଅପ୍ ଶୁଳ୍କ ନାହିଁ ଏବଂ ଅନଲାଇନ୍ ଗ୍ରୋସରି ସପିଂ ଓ ଟ୍ରାଞ୍ଜିଟ୍ ବୁକିଂ ବେଳେ ୫% କ୍ୟାସବ୍ୟାକ୍ ।
ଏହି କାର୍ଡର ଆବେଦନ ପାଇଁ ପରିଦର୍ଶନ କରନ୍ତୁ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ/କ୍ଟ୍ରରକ୍ସଗ୍ଦକ୍ଟଦ୍ଭବକ୍ଷ-ଭବଦ୍ଭଳସଦ୍ଭଶ/ମବକ୍ସୟଗ୍ଦ/ଗ୍ଧକ୍ସବଙ୍ଖରକ୍ଷ-ମବକ୍ସୟ/ଗ୍ଦଗ୍ଧଙ୍କୟରଦ୍ଭଗ୍ଧ-ଗ୍ଦବକ୍ଟ୍ରକ୍ଟ୍ରଷସକ୍ସକ୍ଟ-ଲକ୍ଟକ୍ସରଙ୍ଘ-କ୍ଟ୍ରକ୍ସରକ୍ଟ୍ରବସୟ-ମବକ୍ସୟ
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ଷ୍ଟୁଟେଂଟ୍ ଫୋରେକ୍ସ କାର୍ଡ ଓ ମଲ୍‌ଟିକରେନ୍ସି ଫୋରେକ୍ସ କାର୍ଡ ମଧ୍ୟ ବିଦେଶରେ ପାଠପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ।


Share It

Comments are closed.