ଫିଲ୍ମରେ ଧଳା କେଶ କରିବାକୁ ଡବଲ୍ ଫି’ ନିଅନ୍ତି ଅନିଲ କପୁର


ବଲିଉଡ୍‌ର ଏଭର୍ ଗ୍ରୀନ୍ ଅଭିନେତା ଅନିଲ କପୁର ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍‌୨୦୨୨ର ଅଂଶ ହୋଇଛନ୍ତି। ଏହି ସମୟରେ ଅନିଲ ହଲିଉଡ୍ ସୁପରଷ୍ଟାର ଜର୍ଜ କ୍ଲୁନିଙ୍କ ସହ କଥା ହୋଇଛନ୍ତି। ଜର୍ଜଙ୍କ ସହ ଏକ ବାର୍ତ୍ତାଳାପରେ ଅନିଲ କହିଛନ୍ତି, ବର୍ତ୍ତମାନ ଯଦି କେହି ତାଙ୍କୁ ଫିଲ୍ମରେ କେଶକୁ ଧଳା କରିବାକୁ କୁହନ୍ତି, ତେବେ ସେ ଏଥିପାଇଁ ଡବଲ୍ ଫି’ ଚାର୍ଜ କରନ୍ତି। କଳା କେଶ ସହିତ ଫିଲ୍ମ କରିବା ପାଇଁ ସେ ସାଧାରଣ ଫିସ୍ ନିଅନ୍ତି।

ଅନିଲ କହିଛନ୍ତି, ଫିଲ୍ମ ‘ଦିଲ୍ ଧଡକନେ କୋ’ ର ସୁଟିଂ ସମୟରେ ନିର୍ଦ୍ଦେଶକ ଜୋୟା ଅଖତର ଅନିଲଙ୍କୁ କହିଥିଲେ ଯେ ତାଙ୍କୁ ଏହି ଫିଲ୍ମରେ ଜଣେ ବୃଦ୍ଧଙ୍କ ଭୂମିକାରେ ଅଭିନୟ କରିବାକୁ ପଡିବ। ତାଙ୍କୁ ଏଥି ପାଇଁ ଜର୍ଜ କ୍ଲୁନିଙ୍କ ଲୁକ୍ ରଖିବାକୁ ପଡ଼ିବ। ଅଭିନେତା କହିଛନ୍ତି, ତାଙ୍କୁ ଏଥିପାଇଁ ପ୍ରାୟ ୧୦୦ ଘଣ୍ଟା ମେକଅପ୍ ରୁମର ଚେୟାରରେ ବସିବାକୁ ପଡୁଥିଲା। ଯାହା ଦ୍ୱାରା ସେ ଜର୍ଜ କ୍ଲୁନିଙ୍କ ଭଳି ଲୁକ୍ ପାଇ ପାରିବେ।

କେବଳ ଏତିକି ନୁହେଁ ଅନିଲ କହିଛନ୍ତି, ସେ ସେହି ଲୁକ୍ ସହିତ ଅନେକ ଆୱାର୍ଡ ଜିତିଛନ୍ତି। ଏହି ଫିଲ୍ମ ରିଲିଜ ହେବା ପରେ ଅଭିନୟ ଅପେକ୍ଷା ତାଙ୍କ ଲୁକ୍‌ ବିଷୟରେ ଅଧିକ ଆଲୋଚନା ହୋଇଥିଲା। ଅଭିନେତା କହିଛନ୍ତି ତାଙ୍କ କେଶ ସମ୍ପୂର୍ଣ୍ଣ ଧୂସର ରଙ୍ଗର । ବର୍ତ୍ତମାନ ତାଙ୍କର ଯେଉଁ ଲୁକ୍ ଅଛି ତାହା ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର୍’ ପାଇଁ ରଖାଯାଇଛି।

ଅଭିନେତା କହିଛନ୍ତି, ଏହି ଘଟଣା ପରେ ସେ ତାଙ୍କର କୌଣସି ଫିଲ୍ମରେ ଜର୍ଜ କ୍ଲୁନିଙ୍କ ଲୁକ୍ ପାଇଁ ଫି’ ଦ୍ୱିଗୁଣିତ କରିଛନ୍ତି। ଯେତେବେଳେ ଅନିଲ ତାଙ୍କର ଏହି କାହାଣୀ କହିଲେ, ହଲିଉଡ ତାରକା ଜର୍ଜ କ୍ଲୁନି ମଧ୍ୟ ତାଙ୍କ ହସକୁ ଅଟକାଇ ପାରିଲେ ନାହିଁ।


Share It

Comments are closed.